୧୦ ହଜାର ଟଙ୍କା ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ : ସ୍ବାମୀ ଓ ଶାଶୁ ଥାନାରେ ଅଟକ

ନୟାଗଡ଼ ଅଫିସ,୪ା୧୦: ନୟାଗଡ଼ ଜିଲା ଶରଣକୁଳ ଥାନା ଚଢ଼େୟାପଲ୍ଲୀ ଗ୍ରାମରେ ଜଣେ ନବବଧୂଙ୍କୁ ଯୌତୁକ ବାବଦରେ ବାକି ଥିବା ୧୦ ହଜାର ଟଙ୍କା ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ମୃତା ମହିଳାଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତ ସ୍ବାମୀ ଓ ଶାଶୁଙ୍କୁ ଥାନାରେ ଅଟକ ରଖିଛି। ଥାନାରୁ ମିଳିଥିବା ସୂଚନା ଅନୁସାରେ ୭ମାସ ତଳେ ରଣପୁର ଥାନା ଖତିଆ ଗ୍ରାମର ଝୁମା ସାହୁଙ୍କ ଦ୍ୱିତୀୟ ଝିଅ ପୁଷ୍ପାଞ୍ଜଳି ଚଢ଼େୟାପଲ୍ଲୀ ଗ୍ରାମର କରୁଣାକର ନାୟକଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଯୌତୁକ ବାବଦରେ ନଗଦ ୨୦ ହଜାର ଟଙ୍କା ଦାବି କରାଯାଇଥିବା ବେଳେ ଝୁମା ୧୦ ହଜାର ଟଙ୍କା ଦେଇଥିଲେ। ସେହିଭଳି ବିଭିନ୍ନ ଆସବାବପତ୍ର ଓ ସୁନା ଜିନିଷ ଦେଇଥିଲେ। ବିବାହର ମାସ ପରେ ସ୍ବାମୀ କରୁଣାକର ଓ ଶାଶୁ ଅଇଁଠା ନାୟକ ବାକି ଥିବା ୧୦ ହଜାର ଟଙ୍କା, ସୁନା ଚେନ୍‌ ଓ ଗୋଟିଏ ଗାଡ଼ି ଆଣିବା ପାଇଁ ପୁଷ୍ପାଞ୍ଜଳିଙ୍କ ଉପରେ ଚାପ ପକାଇଥିଲେ। ପୁଷ୍ପାଞ୍ଜଳି ବାପଘରକୁ ଏହା ଜଣାଇବା ପରେ ସେମାନେ ପରେ ଦେବେ ବୋଲି କହିଥିଲେ। ପରେ ଶାଶୁ ଘର ଲୋକେ ପୁଷ୍ପାଞ୍ଜଳିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏପରି କି ଅନେକ ସମୟରେ ପୁଷ୍ପାଞ୍ଜଳିଙ୍କୁ ଖାଇବାକୁ ଦେଉ ନ ଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଛି। ଗୁରୁବାର ଅପରାହ୍ନରେ ଚଢ଼େୟାପଲ୍ଲୀ ଗ୍ରାମର କେତେକ ଲୋକ ପୁଷ୍ପାଞ୍ଜଳିଙ୍କ ଦେହ ଖରାପ ହେବାରୁ ଶାଶୁ ଘର ଲୋକ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ନେଇ ଝୁମାଙ୍କୁ ଖବର ଦେଇଥିଲେ। ଝୁମା ଓ ତାଙ୍କ ପରିବାର ଲୋକ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଯୌତୁକ ଟଙ୍କା ନ ଦେବାରୁ ଝିଅକୁ ଶାଶୁଘର ଲୋକ ମାରିଦେଇଥିବା ନେଇ ଝୁମା ଥାନାରେ ଅଭିଯୋଗ କରିଛନ୍ତି। କରୁଣାକରଙ୍କ କହିବା କଥା, ଖରାବେଳେ ସେ ତାଜାରୁ ଆଚାର କାଢ଼ୁଥିବା ବେଳେ ତଳେ ପଡ଼ିଯାଇଥିଲେ। ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦୁଇ ପରିବାରଙ୍କ ମଧ୍ୟରେ ଘଟଣାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଟାଉନ ପୋଲିସ ପହଞ୍ଚତ୍ ଏହାର ସମାଧାନ କରିବା ସହିତ ଶରଣକୁଳ ପୋଲିସକୁ ଖବର ଦେଇଥିଲା। ଶରଣକୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଏହାର ତଦନ୍ତ କରିଥିଲା। ଏ ନେଇ ଥାନାରେ ଏକ ମାମଲା (୮୮/୧୯) ରୁଜୁ କରାଯାଇ ସ୍ବାମୀ ଓ ଶାଶୁଙ୍କୁ ଅଟକ ରଖାଯାଇଥିବା ଥାନା ଅଧିକାରୀ କିରଣ ହେମ୍ବ୍ରମ ପ୍ରକାଶ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri