ବ୍ରହ୍ମପୁର ଅଫିସ,୪ା୧୦- ପ୍ରତିଶ୍ରୁତି ପୂରିବାକୁ ଯାଉଛି ୪ ମାସ । ତଥାପି ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କରେ ସୋସାଇଟି ସମ୍ପାଦକଙ୍କୁ ମିଳୁନି ନିଯୁକ୍ତି। ସୂଚନାଯୋଗ୍ୟ, ଏହି ବ୍ୟାଙ୍କ ଅଧୀନ ଗଞ୍ଜାମ ଓ ଗଜପତି ଜିଲାରେ ୨୫୫ ପ୍ରାଥମିକ ସେବା ସମବାୟ ସମିତି (ସୋସାଇଟି) ରହିଛି। ଦୀର୍ଘବର୍ଷରୁ କାର୍ଯ୍ୟରତ ସମ୍ପାଦକମାନଙ୍କୁ ବ୍ୟାଙ୍କ କର୍ମଚାରୀ କରିବା ପାଇଁ ବସିସି ବ୍ୟାଙ୍କ ସମ୍ପାଦକ ସଂଘ ଦାବି କରୁଛି ା ଏହା ପୂରଣ ଲାଗି ବହୁବାର ଆନ୍ଦୋଳନ ମଧ୍ୟ ହୋଇଛି। ଜୁଲାଇ ୭ରେ ବ୍ୟାଙ୍କ ବ୍ରହ୍ମପୁର ମୁଖ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଥିଲା। ଆନ୍ଦୋଳନ ତୀବ୍ର ହେବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଦ୍ୱି-ପାକ୍ଷିକ ଆଲୋଚନା କରାଯାଇଥିଲା ।
ଦାବି ପୂରଣ ନିମନ୍ତେ ପ୍ରତିଶ୍ରୁତି ମିଳିବାରୁ ଆନ୍ଦୋଳନ ସ୍ଥଗିତ ରହିଛି । ସମ୍ପାଦକ ସଂଘର ଦାବି ଗ୍ରହଣ କରି ରାଜ୍ୟ ସମବାୟ ନିବନ୍ଧକ ୨୦୧୮ ଜୁଲାଇ ୫ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ବ୍ୟାଙ୍କରେ ଖାଲି ପଡ଼ିଥିବା ପଦବୀ ମଧ୍ୟରୁ ୩୦% ବ୍ୟାଙ୍କିଙ୍ଗ୍ ଆସିଷ୍ଟାଣ୍ଟ ଭାବେ ସୋସାଇଟି ସମ୍ପାଦକଙ୍କୁ ନିଯୁକ୍ତି ଦେବାକୁ ସେଥିରେ ଦର୍ଶାଇଥିଲେ। ଏହାର ବର୍ଷେ ବିତିବା ପରେ ବି ପଦକ୍ଷେପ ନିଆଯାଇ ନ ଥିବାରୁ ୨୦୧୯ ଜୁଲାଇ ୭ରେ ପୁଣି ଆନ୍ଦୋଳନ କରାଗଲା। ସେହି ମାସ ୧୯ରେ ବ୍ୟାଙ୍କ ପରିଚାଳନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇ ସମ୍ପାଦକମାନଙ୍କ ବରିଷ୍ଠତା ଓ ଶିକ୍ଷାଗତ ଯୋଗ୍ୟତାକୁ ଭିତ୍ତିକରି ନିଯୁକ୍ତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ପ୍ରକାରେ ଏକ ଚୟନ କମିଟି ଗଠନ କରାଯାଇଛି। ବ୍ରହ୍ମପୁର ଡିଭିଜନ ସମବାୟ ଉପନିବନ୍ଧକ କମିଟି ଅଧ୍ୟକ୍ଷ ଥିବା ବେଳେ ବ୍ୟାଙ୍କ ପରିସରଭୁକ୍ତ ବ୍ରହ୍ମପୁର, ଛତ୍ରପୁର ଓ ପାରଳାଖେମୁଣ୍ଡି ସହକାରୀ ସମବାୟ ନିବନ୍ଧକ ସଦସ୍ୟ ଅଛନ୍ତି । ବିସିସି ବ୍ୟାଙ୍କ ସମ୍ପାଦକ ଚୟନ କମିଟି ଆବାହକ ତଥା ସଦସ୍ୟ ସମ୍ପାଦକ ହୋଇଛନ୍ତି। ବିସିସି ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ, ପରିଚାଳନା ବୋର୍ଡ ନିଷ୍ପତ୍ତି ପ୍ରକାରେ ସୋସାଇଟି ସମ୍ପାଦକଙ୍କ ଗ୍ରେଡେସନ ତାଲିକା ପ୍ରସ୍ତୁତ କରି କମିଟି ଅଧ୍ୟକ୍ଷ ତଥା ଉପନିବନ୍ଧକଙ୍କୁ ୩ ମାସ ତଳେ ପଠାଇ ଦିଆଯାଇଛି । ଅନୁଧ୍ୟାନ ପରେ ଉପ ନିବନ୍ଧକଙ୍କ ଅନୁମୋଦନ ପାଇଁ ରାଜ୍ୟ ସମବାୟ ନିବନ୍ଧକଙ୍କ ନିକଟକୁ ପଠାଇଛନ୍ତି। ଅନୁମୋଦନ ମିଳିବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅପରପକ୍ଷରେ ପ୍ରତିଶ୍ରୁତିର ୪ ମାସ ବିତିବାକୁ ଯାଉଥିବା ବେଳେ ନିଯୁକ୍ତି ବିଳମ୍ବ ହେଉଥିବାରୁ ବ୍ୟାଙ୍କ ସମ୍ପାଦକ ସଂଘ ଅସନ୍ତୋଷ ପ୍ରକାଶ କରିଛି। ସୂଚନାଯୋଗ୍ୟ, ଶତାଧିକ ବର୍ଷର ଏହି ବିସିସି ବ୍ୟାଙ୍କ ବ୍ରହ୍ମପୁର ମୁଖ୍ୟାଳୟ ସମେତ ଗଞ୍ଜାମ ଓ ଗଜପତି ଜିଲାରେ ୨୩ ଶାଖା ବ୍ୟାଙ୍କ ରହିଛି। ସବୁବର୍ଷ କୋଟି କୋଟି ଟଙ୍କା ଚାଷୀଙ୍କୁ କୃଷି ଋଣ ଦିଆଯାଉଛି ା ଆଦାୟକୁ ମଧ୍ୟ କଡ଼ାକଡ଼ି କରାଯାଉଛି। ମଞ୍ଜୁରୀପ୍ରାପ୍ତ ବିଭିନ୍ନ ବର୍ଗର ୨୭୩ କର୍ମଚାରୀ ଆବଶ୍ୟକସ୍ଥଳେ ଏବେ ୧୨୮ ଜଣ ଅଛନ୍ତି।
ଏହି ବୃହତ୍ତମ ସମବାୟ ବ୍ୟାଙ୍କରେ ୧୪୫ ପଦ ଖାଲି ପଡ଼ିଥିବାରୁ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ନିଯୁକ୍ତି କ୍ଷେତ୍ରରେ ସରକାରୀ କଟକଣା ରହିଛି। ତେଣୁ ପଦବୀପୂରଣ ହୋଇପାରୁ ନ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ତଥା ପରିଚାଳନା ବୋର୍ଡ ପକ୍ଷରୁ ସଫେଇ ଦିଆଯାଇଛି। ଅତ୍ୟାବଶ୍ୟକ କ୍ଷେତ୍ରରେ କେତେକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଠିକା ଭିତ୍ତିରେ ନିୟୋଜିତ କରାଯାଇଥିବା କୁହାଯାଇଛି ।
ବ୍ୟାଙ୍କରେ କର୍ମଚାରୀ ମରୁଡ଼ି ଲାଗି ରହିଥିବା ବେଳେ ସୋସାଇଟି ସମ୍ପାଦକଙ୍କୁ ବ୍ୟାଙ୍କିଙ୍ଗ୍ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଥିବା ଉଦ୍ବେଗର କାରଣ ହୋଇଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ
ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…
ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ
ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…
ବେଲଗୁଣ୍ଠା ଏନ୍ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…
ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…
କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ
ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…
ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ
ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…
ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ
ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…
ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…
ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…
୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…
ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

