ସୋସାଇଟି ସମ୍ପାଦକଙ୍କୁ ବ୍ୟାଙ୍କରେ ମିଳୁନି ନିଯୁକ୍ତି

ବ୍ରହ୍ମପୁର ଅଫିସ,୪ା୧୦- ପ୍ରତିଶ୍ରୁତି ପୂରିବାକୁ ଯାଉଛି ୪ ମାସ । ତଥାପି ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କରେ ସୋସାଇଟି ସମ୍ପାଦକଙ୍କୁ ମିଳୁନି ନିଯୁକ୍ତି। ସୂଚନାଯୋଗ୍ୟ, ଏହି ବ୍ୟାଙ୍କ ଅଧୀନ ଗଞ୍ଜାମ ଓ ଗଜପତି ଜିଲାରେ ୨୫୫ ପ୍ରାଥମିକ ସେବା ସମବାୟ ସମିତି (ସୋସାଇଟି) ରହିଛି। ଦୀର୍ଘବର୍ଷରୁ କାର୍ଯ୍ୟରତ ସମ୍ପାଦକମାନଙ୍କୁ ବ୍ୟାଙ୍କ କର୍ମଚାରୀ କରିବା ପାଇଁ ବସିସି ବ୍ୟାଙ୍କ ସମ୍ପାଦକ ସଂଘ ଦାବି କରୁଛି ା ଏହା ପୂରଣ ଲାଗି ବହୁବାର ଆନ୍ଦୋଳନ ମଧ୍ୟ ହୋଇଛି। ଜୁଲାଇ ୭ରେ ବ୍ୟାଙ୍କ ବ୍ରହ୍ମପୁର ମୁଖ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଥିଲା। ଆନ୍ଦୋଳନ ତୀବ୍ର ହେବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଦ୍ୱି-ପାକ୍ଷିକ ଆଲୋଚନା କରାଯାଇଥିଲା ।
ଦାବି ପୂରଣ ନିମନ୍ତେ ପ୍ରତିଶ୍ରୁତି ମିଳିବାରୁ ଆନ୍ଦୋଳନ ସ୍ଥଗିତ ରହିଛି । ସମ୍ପାଦକ ସଂଘର ଦାବି ଗ୍ରହଣ କରି ରାଜ୍ୟ ସମବାୟ ନିବନ୍ଧକ ୨୦୧୮ ଜୁଲାଇ ୫ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ବ୍ୟାଙ୍କରେ ଖାଲି ପଡ଼ିଥିବା ପଦବୀ ମଧ୍ୟରୁ ୩୦% ବ୍ୟାଙ୍କିଙ୍ଗ୍‌ ଆସିଷ୍ଟାଣ୍ଟ ଭାବେ ସୋସାଇଟି ସମ୍ପାଦକଙ୍କୁ ନିଯୁକ୍ତି ଦେବାକୁ ସେଥିରେ ଦର୍ଶାଇଥିଲେ। ଏହାର ବର୍ଷେ ବିତିବା ପରେ ବି ପଦକ୍ଷେପ ନିଆଯାଇ ନ ଥିବାରୁ ୨୦୧୯ ଜୁଲାଇ ୭ରେ ପୁଣି ଆନ୍ଦୋଳନ କରାଗଲା। ସେହି ମାସ ୧୯ରେ ବ୍ୟାଙ୍କ ପରିଚାଳନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇ ସମ୍ପାଦକମାନଙ୍କ ବରିଷ୍ଠତା ଓ ଶିକ୍ଷାଗତ ଯୋଗ୍ୟତାକୁ ଭିତ୍ତିକରି ନିଯୁକ୍ତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ପ୍ରକାରେ ଏକ ଚୟନ କମିଟି ଗଠନ କରାଯାଇଛି। ବ୍ରହ୍ମପୁର ଡିଭିଜନ ସମବାୟ ଉପନିବନ୍ଧକ କମିଟି ଅଧ୍ୟକ୍ଷ ଥିବା ବେଳେ ବ୍ୟାଙ୍କ ପରିସରଭୁକ୍ତ ବ୍ରହ୍ମପୁର, ଛତ୍ରପୁର ଓ ପାରଳାଖେମୁଣ୍ଡି ସହକାରୀ ସମବାୟ ନିବନ୍ଧକ ସଦସ୍ୟ ଅଛନ୍ତି । ବିସିସି ବ୍ୟାଙ୍କ ସମ୍ପାଦକ ଚୟନ କମିଟି ଆବାହକ ତଥା ସଦସ୍ୟ ସମ୍ପାଦକ ହୋଇଛନ୍ତି। ବିସିସି ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ, ପରିଚାଳନା ବୋର୍ଡ ନିଷ୍ପତ୍ତି ପ୍ରକାରେ ସୋସାଇଟି ସମ୍ପାଦକଙ୍କ ଗ୍ରେଡେସନ ତାଲିକା ପ୍ରସ୍ତୁତ କରି କମିଟି ଅଧ୍ୟକ୍ଷ ତଥା ଉପନିବନ୍ଧକଙ୍କୁ ୩ ମାସ ତଳେ ପଠାଇ ଦିଆଯାଇଛି । ଅନୁଧ୍ୟାନ ପରେ ଉପ ନିବନ୍ଧକଙ୍କ ଅନୁମୋଦନ ପାଇଁ ରାଜ୍ୟ ସମବାୟ ନିବନ୍ଧକଙ୍କ ନିକଟକୁ ପଠାଇଛନ୍ତି। ଅନୁମୋଦନ ମିଳିବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅପରପକ୍ଷରେ ପ୍ରତିଶ୍ରୁତିର ୪ ମାସ ବିତିବାକୁ ଯାଉଥିବା ବେଳେ ନିଯୁକ୍ତି ବିଳମ୍ବ ହେଉଥିବାରୁ ବ୍ୟାଙ୍କ ସମ୍ପାଦକ ସଂଘ ଅସନ୍ତୋଷ ପ୍ରକାଶ କରିଛି। ସୂଚନାଯୋଗ୍ୟ, ଶତାଧିକ ବର୍ଷର ଏହି ବିସିସି ବ୍ୟାଙ୍କ ବ୍ରହ୍ମପୁର ମୁଖ୍ୟାଳୟ ସମେତ ଗଞ୍ଜାମ ଓ ଗଜପତି ଜିଲାରେ ୨୩ ଶାଖା ବ୍ୟାଙ୍କ ରହିଛି। ସବୁବର୍ଷ କୋଟି କୋଟି ଟଙ୍କା ଚାଷୀଙ୍କୁ କୃଷି ଋଣ ଦିଆଯାଉଛି ା ଆଦାୟକୁ ମଧ୍ୟ କଡ଼ାକଡ଼ି କରାଯାଉଛି। ମଞ୍ଜୁରୀପ୍ରାପ୍ତ ବିଭିନ୍ନ ବର୍ଗର ୨୭୩ କର୍ମଚାରୀ ଆବଶ୍ୟକସ୍ଥଳେ ଏବେ ୧୨୮ ଜଣ ଅଛନ୍ତି।
ଏହି ବୃହତ୍ତମ ସମବାୟ ବ୍ୟାଙ୍କରେ ୧୪୫ ପଦ ଖାଲି ପଡ଼ିଥିବାରୁ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ନିଯୁକ୍ତି କ୍ଷେତ୍ରରେ ସରକାରୀ କଟକଣା ରହିଛି। ତେଣୁ ପଦବୀପୂରଣ ହୋଇପାରୁ ନ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ତଥା ପରିଚାଳନା ବୋର୍ଡ ପକ୍ଷରୁ ସଫେଇ ଦିଆଯାଇଛି। ଅତ୍ୟାବଶ୍ୟକ କ୍ଷେତ୍ରରେ କେତେକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଠିକା ଭିତ୍ତିରେ ନିୟୋଜିତ କରାଯାଇଥିବା କୁହାଯାଇଛି ।
ବ୍ୟାଙ୍କରେ କର୍ମଚାରୀ ମରୁଡ଼ି ଲାଗି ରହିଥିବା ବେଳେ ସୋସାଇଟି ସମ୍ପାଦକଙ୍କୁ ବ୍ୟାଙ୍କିଙ୍ଗ୍‌ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଥିବା ଉଦ୍‌ବେଗର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri