ରାୟଗଡ଼ା ଜିଲା ଚିଠି: କେହି ମାନୁନାହାନ୍ତି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମ

ସରକାରୀ ଅନୁଷ୍ଠାନ ହେଉ ବା ବେସରକାରୀ ନିୟମ ଅନୁସାରେ ସବୁ ଉଚ୍ଚ ଅଟ୍ଟାଳିକା, ଅନୁଷ୍ଠାନରେ ଫାୟାର ସେଫ୍ଟି ବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଜରୁରୀ। ଓଡ଼ିଶା ଅଗ୍ନି ନିର୍ବାପକ ସଂଶୋଧିତ ନିୟମ ୨୦୧୯ ଅନୁସାରେ ସବୁ ସରକାରୀ, ସରକାରୀ ଅଧିକୃତ ବ୍ୟବସାୟିକ ପ୍ରତିଷ୍ଠାନ, ଲୋକଙ୍କ ଚଳପ୍ରଚଳ ଉଚ୍ଚ ଅଟ୍ଟାଳିକାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବା ବାଧ୍ୟତାମୂଳକ। ଏଥିରେ ଖିଲାପ ହେଲେ ଦଣ୍ଡନୀୟ। ତଥାପି ରାୟଗଡ଼ା ଜିଲାରେ ଏ ନିୟମ କେହି ମାନୁନାହାନ୍ତି। ଏହାଦ୍ୱାରା ଉକ୍ତ ଅନୁଷ୍ଠାନଗୁଡ଼ିକ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ରାୟଗଡ଼ା ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସମେତ ସହରରେ ଅଳ୍ପ କେତେକ ଅନୁଷ୍ଠାନ ଅଗ୍ନିଶମ ବିଭାଗଠାରୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଛନ୍ତି। ଏବେ ବି ଜିଲାରେ ଅନେକ ଅନୁଷ୍ଠାନ ପାଖରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ। ଅଗ୍ନି ନିରାପତ୍ତା ଓ ସୁରକ୍ଷା ଆଇନକୁ ଉଲ୍ଲଂଘନ କରି ଦୀର୍ଘବର୍ଷ ଧରି ଏହି ଅନୁଷ୍ଠାନଗୁଡ଼ିକ ବ୍ୟବସାୟ କରି ଆସୁଛନ୍ତି। ଗତବର୍ଷ ଜିଲା ସଦର ମହକୁମାର ସମସ୍ତ ପ୍ରତିଷ୍ଠାନଗୁଡିକ ଉପରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଅନେକ ପ୍ରତିଷ୍ଠାନ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରି ନ ଥିବା ଜଣାପଡିଥିଲା। ରାୟଗଡ଼ା ଅଗ୍ନିଶମ ଅଧିକାରୀ ଏ ନେଇ କୋରାପୁଟ ସର୍କଲ ଡେପୁଟି ଅଗ୍ନିଶମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଉକ୍ତ ଅନୁଷ୍ଠାନଗୁଡ଼ିକୁ ଡେପୁଟି ଅଗ୍ନିଶମ ଅଧିକାରୀ ନୋଟିସ୍‌ ଜାରି କରିଥିଲେ। ସେହି ଅନୁଷ୍ଠାନ ମଧ୍ୟରେ ୨୮ଟି ହୋଟେଲ, ଲଜ୍‌, କଲ୍ୟାଣମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ, କେତେକ ଘରୋଇ ଆବାସିକ ଶିକ୍ଷାକେନ୍ଦ୍ର ଏବଂ ଟ୍ୟୁଟୋରିଆଲ ରହିଥିଲା। ସେଥିମଧ୍ୟରୁ କେବଳ ୭ଟି ହୋଟେଲ ଓ ଲଜ୍‌କୁ ଅଗ୍ନିଶମ ବିଭାଗ ତରଫରୁ ଏନଓସି ଦିଆଯାଇଛି। ଅନ୍ୟ ୨୧ଟି ହୋଟେଲ ମଧ୍ୟରୁ ୧୪ଟି ହୋଟେଲକୁ ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ସେହିପରି ବର୍ତ୍ତମାନ ଜିଲାରେ ଥିବା ୧୦ଟି ଆପାର୍ଟମେଣ୍ଟ ପାଇଁ ଅଗ୍ନିଶମ ବିଭାଗକୁ ଏନଓସି ନିମନ୍ତେ ଆବେଦନ କରାଯାଇନାହଁି। ଜିଲାରେ ଥିବା ଏକମାତ୍ର ଶପିଙ୍ଗ୍‌ ମଲରେ ମଧ୍ୟ ଏନଓସି ନାହିଁ। ନୋଟିସ୍‌ ପାଇଥିବା ୮୦ ପ୍ରତିଶତ ଅନୁଷ୍ଠାନ ଏ ପର୍ଯ୍ୟନ୍ତ ସେମାନଙ୍କ ସଂସ୍ଥାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରି ନ ଥିବା ଜଣାଯାଇଛି। ୨୦୧୮ରେ ରାୟଗଡ଼ାରେ ୪୬ଟି ଅଗ୍ନିକାଣ୍ଡଜନିତ ମାମଲା ରୁଜୁ ହୋଇଥିଲାବେଳେ ସେଥିରେ କେହି ମୃତାହତ ହୋଇନାହାନ୍ତି। ଏଥିରେ ୧୪,୪୧,୫୦୦ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ୧,୦୦,୩୫୦୦୦ ଟଙ୍କାର ସମ୍ପତ୍ତି ରକ୍ଷା କରାଯାଇଛି। ସେହିପରି ୨୦୧୯ ଜାନୁୟାରୀରୁ ମାର୍ଚ୍ଚ ସୁଦ୍ଧା ୨୪ଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ କୌଣସି ଜୀବନହାନି ହୋଇନାହିଁ। ୫,୧୧,୫୦୦ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲାବେଳେ ୩୪,୮୫,୦୦୦ ଟଙ୍କାର ସମ୍ପତ୍ତି ଉଦ୍ଧାର କରାଯାଇଛି।
– ଭାଗ୍ୟଶ୍ରୀ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ସମ୍ବଲପୁରରୁ ଲଢିବେନି ପ୍ରସନ୍ନ ଆଚାର୍ଯ୍ୟ !

ଭୁବନେଶ୍ୱର,୧୬।୪: ସମ୍ବଲପୁରରେ ଟିକେଟକୁ ନେଇ ଅମଙ୍ଗ ଅଛନ୍ତି କି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ! କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା

ଭୁବନେଶ୍ୱର,୧୬।୪: ପ୍ରାୟ ଦୁଇ ସପ୍ତାହ ପରେ ଆସିଲା ଭାଜପାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା। କାହାର ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri