ଆମ ଜିଲା ଖବର

ହୁକିଂ ତାରରେ ଲାଗି ନାବାଳକଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା

ଭଞ୍ଜନଗର,୧୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଚୁନାପଲ୍ଲୀଠାରେ ଫସଲ ସୁରକ୍ଷା ପାଇଁ ବିଛା ହୋଇଥିବା ହୁକିଂ ତାରରେ ଲାଗି ରବିବାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ପ୍ରମୋଦ ପ୍ରଣାୟତଙ୍କ ପୁଅ ଶକ୍ତି (୧୭)। ଏହି ଘଟଣାକୁ…

ଭାଲୁକୁ କାବୁକଲା ବନ ବିଭାଗ

ଚିତ୍ରକୋଣ୍ଡା,୧୫।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମଠାରୁ ମନ୍ତ୍ରୀପୁଟ ବୁଲାଣି ଘାଟିରାସ୍ତାରେ ଗତ ଦୁଇଦିନ ହେଲା ଏକ ଭାଲୁ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ତେବେ ଚିତ୍ରକୋଣ୍ଡା ବନ ବିଭାଗ ଉକ୍ତ ସ୍ଥାନକୁ ଯାଇ ଯନ୍ତା…

ବିଏସ୍‌ଏଫ୍‌ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ : ପାପରମେଟଲା ଥାନା ଘେରିଲେ ଆଦିବାସୀ

ଚିତ୍ରକୋଣ୍ଡା,୧୫।୯(ଡି.ଏନ୍‌.ଏ.) : ବିଏସ୍‌ଏଫ୍‌ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ନେଇ ଶତାଧିକ ଆଦିବାସୀ ପାପରମେଟଲା ଥାନା ତଥା ବିଏସ୍‌ଏଫ୍‌ କ୍ୟାମ୍ପ ଘେରାଉ କରିଛନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ପାପରମେଟଲା ପଞ୍ଚାୟତ ଯନ୍ତାପାଇ ଗାଁମୁଣ୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ରୋଷେଇ…

ସାପୁଆ ନଦୀରେ ଭାସି ବୃଦ୍ଧା ନିଖୋଜ ଘଟଣା: ମୃତଦେହ ଉଦ୍ଧାର

ଭାପୁର,୧୫।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ସାପୁଆ ନଦୀରେ ଭାସି ଯାଇ ସତୀ ଘଡେଇ (୮୩) ନାମରେ ଜଣେ ବୃଦ୍ଧା ରବିବାର ସକାଳେ ନିଖୋଜ ହୋଇଯାଇଥିଲେ। ତେବେ ପରିବାର ଲୋକଙ୍କ ପକ୍ଷରୁ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଥିବା ବେଳେ…

ରେଙ୍ଗାଳି ଡ୍ୟାମ୍‌ରୁ ପ୍ରତି ସେକେଣ୍ଡକୁ ୨,୧୨୬ ଘନ ମିଟର ବନ୍ୟାଜଳ ନିଷ୍କାସିତ

କଣିହାଁ,୧୫।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁସ୍ଥିତ ରେଙ୍ଗାଳି ଡ୍ୟାମ୍‌ରୁ ରବିବାର ସକାଳ ୯ ଟାରେ ବନ୍ୟାଜଳ ନିଷ୍କାସିତ ହୋଇଛି। ୭ ନମ୍ବର ଗେଟ୍‌ ଓ ପାଓ୍ବାର ହାଉସ୍‌ ଦ୍ୱାରା ପ୍ରତି ସେକେଣ୍ଡକୁ ୨,୧୨୬ ଘନ ମିଟର ଜଳ ନିଷ୍କାସିତ ହେଉଥିବା ବେଳେ ପ୍ରତି…

ବିଏସ୍‌ଏସ୍‌ କ୍ୟାମ୍ପରେ ଅଘଟଣ : ବିଦ୍ୟୁତ ସଂସ୍ପର୍ଶରେ ଜଣେ ଯବାନ ମୃତ, ଜଣେ ଗୁରୁତର

ମାଲକାନଗିରି,୧୫।୯(ସ୍ବ.ପ୍ର.): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ନାୟକଗୁଡ଼ାସ୍ଥିତ ୪ର୍ଥ ବଏସ୍‌ଏସ୍‌ କ୍ୟାମ୍ପରେ ଅଘଟଣ ଘଟିଛି। ବିଏସ୍‌ଏସ୍‌ବିଏନ୍‌ର ଦୁଇ ଯବାନ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଯବାନଙ୍କ ନାମ ରାହୁଲ କୁମାର…

ଦସ୍ତଖତ ଜାଲିଆତି କରି ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣା : ଟଙ୍କା ଫେରିପାଇଲେ ଜିଲାପାଳ

ଅନୁଗୋଳ ଅଫିସ,୧୫।୯: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ଗାଏବ ହୋଇଥିବା ୫୯ଲକ୍ଷ ୪୧ହଜାର ୪୮୧ଟଙ୍କା ଫେରସ୍ତ ହୋଇଛି। ସମ୍ପୃକ୍ତ ବ୍ୟାଙ୍କ ଉକ୍ତ ଟଙ୍କା ଫେରସ୍ତ କରିଥିବା ବର୍ତ୍ତମାନର ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯…

ସାପୁଆ ନଦୀରେ ଭାସି ବୃଦ୍ଧା ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ଭାପୁର,୧୫।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ସାପୁଆ ନଦୀରେ ଭାସି ଯାଇ ଜଣେ ବୃଦ୍ଧା ନିଖୋଜ ଅଛନ୍ତି। ସେ ହେଲେ ଗୋଡ଼ିସାହିର ସତୀ ଘଡେଇ (୮୩)। ରବିବାର ସକାଳେ ସତୀ ନଦୀକୁ ଗାଧୋଇବାକୁ ଯାଇ ଭାସି ଯାଇଥିଲେ। ପରିବାର ଲୋକେ…

ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ଗୁରୁତର; ଜୀବନ୍ତ ଗୁଳି, ମାଉଜର ଜବତ

ଗଞ୍ଜାମ,୧୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲିସକୁ ଆଉ ଏକ ସଫଳତା ମିଳିଛି। ଶନିବାର ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଓରଫ କୋକୋଙ୍କୁ ଏନ୍‌କାଉଣ୍ଟର ହୋଇଥିଲା। ଏହାର ୨୪ ଘଣ୍ଟା ନ ପୂରୁଣୁ ରବିବାର ଗଞ୍ଜାମ ବ୍ଲକ ପାଲୁର-କୃଷ୍ଣପ୍ରସାଦ ରାସ୍ତାରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ…

ଡାଳୁଅକଣି ସମୁଦ୍ରକୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କାକଟପୁର,୧୫।୯(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ଉପକୂଳ ଡାଳୁଅକଣି ସମୁଦ୍ରକୂଳରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଅସ୍ତରଙ୍ଗ ପୋଲିସ ରବିବାର ମଧ୍ୟାହ୍ନରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏ ସଂକ୍ରାନ୍ତରେ ଅସ୍ତରଙ୍ଗ ଥାନାରେ ୫/୧୯ରେ ଏକ ଅପମୃତ୍ୟୁ ମାମଲା…

ସମ୍ବଲପୁର ଜିଲା ଚିଠି: ଶିଳାନ୍ୟାସରେ ସୀମିତ ଶୀତଳଭଣ୍ଡାର

ସମ୍ବଲପୁର ଜିଲା ସମେତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାର ଚାଷୀମାନଙ୍କ ଉତ୍ପାଦିତ ଶସ୍ୟ,ପନିପରିବା ତଥା ବଜାର ସୁବିଧା ପାଇଁ ଏକ ମଡର୍ନ ଟର୍ମିନାଲ ନିର୍ମାଣ ପାଇଁ ରାଜ୍ୟ ସରକାର ସ୍ଥିର କରିଥିଲେ। ଏଥିପାଇଁ ଅନୁଦାନ ଘୋଷଣା କରାଯାଇଥିଲା। ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ…

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସ୍ଥାନାନ୍ତରକୁ ବିରୋଧ: ଧାରଣାରେ ବସିଲେ ୪ ପଞ୍ଚାୟତର ଗ୍ରାମବାସୀ

ବାହାନଗା,୧୫।୯(ଡି.ଏନ୍‌.ଏ.): ବାଲେଶ୍ବର ଜଲା ବାହାନଗା ବ୍ଲକ ଅଞ୍ଜି ଗ୍ରାମରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ରବିବାର ୪ ଟି ପଞ୍ଚାୟତର ଗ୍ରାମବାସୀ ବ୍ୟାଙ୍କ ସମ୍ମୁଖ ଅଞ୍ଜି-ଖରାସ୍ତାପୁର ରାସ୍ତାରେ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?