ନନ୍ଦନକାନନରେ ଚନ୍ଦନର ମୃତ୍ୟୁ
ବାରଙ୍ଗ,୧୫।୯(ଡି.ଏନ୍.ଏ.): ନନ୍ଦନକାନନ ପ୍ରାଣୀଉଦ୍ୟାନର ହାତୀସଫାରୀରେ ଥିବା ୧୦ ବର୍ଷର ହାତୀ ଚନ୍ଦନର ଶନିବାର ରାତିରେ ମୃତ୍ୟୁ ଘଟିଛି। ଗତ ୩ ଦିନ ତଳେ ଚନ୍ଦନ ଅସୁସ୍ଥ ହୋଇପଡ଼ିଥିଲା। ସେ ଥଣ୍ଡା ସହ ସାମାନ୍ୟ ଜ୍ୱରରେ ଆକ୍ରାନ୍ତ ହୋଇଥିଲା। ଚନ୍ଦନ ୪ ମାସର…
୬୪ ବର୍ଷରେ ପୁରୁଣାଷ୍ଟେଶନ ବଜାର ଦୁର୍ଗାପୂଜା: ଏଥର ତୋରଣରେ ଔରଙ୍ଗାବାଦର ଅଜନ୍ତା-ଏଲୋରା ଗୁମ୍ଫା
କଟକ ରୋଡ : ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହେଉଛି ରାଜଧାନୀ। ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି ତୋରଣ। ମୃଣ୍ମୟୀ ମୂର୍ତ୍ତି ତିଆରିରେ ଲାଗିଛନ୍ତି ଶିଳ୍ପୀ ଓ କାରିଗର। ଏହି ଦୌଡରେ ସାମିଲ ହୋଇଛି ଭୁବନେଶ୍ୱର ପୁରୁଣାଷ୍ଟେଶନ ବଜାର ସାର୍ବଜନୀନ ଦୁର୍ଗାପୂଜା…
୫ ବର୍ଷ ଧରି ଶୁଣୁନି ଜିଲା ପ୍ରଶାସନ: ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଦେବରାଜ
ଗୋପ, ୧୫।୯(ଡି.ଏନ୍.ଏ.): ଗୋପ ବ୍ଲକ୍ ଅଧୀନ ଜଙ୍ଗଲବୋରି ପଞ୍ଚାୟତସ୍ଥିତ ମଧୁବନ ଗ୍ରାମର ଦିବ୍ୟାଙ୍ଗ ଦେବରାଜ ସାହୁ ୫ବର୍ଷ ଧରି ମୋଟରଚାଳିତ ଟ୍ରାଇସାଇକେଲ ପାଇଁ ଆବେଦନ କରି ମଧ୍ୟ ବଞ୍ଚତ୍ତ ହୋଇ ରହିଛନ୍ତି। ଏ ନେଇ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି…
ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ମୋକିମଙ୍କୁ ନା: ଡିସିପିଙ୍କ ବଦଳି ଦାବି କଲା ନଗର କଂଗ୍ରେସ
କଟକ ଅଫିସ,୧୫।୯: କମିଶନରେଟ୍ ପୋଲିସ ପକ୍ଷରୁ ଅନୁଷ୍ଠିତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ଡିସିପି ଅଖିଳେଶ୍ୱର ସିଂ ନ ଡାକିବାକୁ ନେଇ କଟକ ସହରରେ ଅସନ୍ତୋଷ ତେଜିବାରେ ଲାଗିଛି। ଐତିହାସିକ କଟକ ସହର ଭାଇଚାରା ଓ…
ଶ୍ରୀମନ୍ଦିରରେ ଇନ୍ଦ୍ର, ଚନ୍ଦ୍ର, ଗୋବିନ୍ଦ ବନ୍ଦାପନା ନୀତି: ହରଚଣ୍ଡୀ ସାହିରୁ ବାହାରିଲା ଐରାବତ ହସ୍ତୀ
ପୁରୀ ଅଫିସ,୧୫।୯: ଶ୍ରୀମନ୍ଦିରରେ ଶନିବାର ଭାଦ୍ରବ ପୂର୍ଣ୍ଣିମା ନୀତି ପାଳିତ ହୋଇଛି। ଏହି ପବିତ୍ର ତିଥିରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କ ବନ୍ଦାପନା ନୀତି ସମ୍ପନ୍ନ ହୋଇଛି। ସନ୍ଧ୍ୟା ଆଳତି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଖଣ୍ଡିଏ ଆଜ୍ଞାମାଳ ଲାଗି ହୋଇଥିଲା।…
କପଡ଼ା ଘେର ଭିତରେ ଉତ୍କଳମଣି
ପୁରୀ ଅଫିସ,୧୫।୯: କିଛିଦିନ ତଳେ ମେଘନାଦ ପାଚେରି କଡରୁ ସମସ୍ତ ନିର୍ମାଣକୁ ପ୍ରଶାସନ ଉଚ୍ଛେଦ କରିଥିଲା। ତେବେ ଏହି ଉଚ୍ଛେଦ ବେଳେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ପ୍ରଶାସନ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପାଇଁ…
ଚାଲିଛି ସୌନ୍ଦର୍ଯ୍ୟକରଣ କାମ, ମଠ ଉଚ୍ଛେଦ ସାମୟିକ ସ୍ଥଗିତ
ପୁରୀ ଅଫିସ,୧୫।୯: ଶ୍ରୀମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଚାଲିଥିବା ଉଚ୍ଛେଦ ଅଭିଯାନ ସାମୟିକ ଭାବେ ସ୍ଥଗିତ ରହିଛି। ଆଗକୁ ଏକାଧିକ ମଠ ଭଙ୍ଗାଯିବା ଲାଗି ମାପଚୁପ ସରିଥିବାବେଳେ ପ୍ରଶାସନ ସୌନ୍ଦର୍ଯ୍ୟକରଣ ଉପରେ ଏବେ ଗୁରୁତ୍ୱ ଦେଇଛି। ଉଚ୍ଛେଦ ସ୍ଥଳ ଆବଡ଼ାଖାବଡ଼ା…
ବରୁଣେଇରେ ହେବ ପାଇକ ସ୍ମାରକୀ, ୨୭ରେ ଶିଳାନ୍ୟାସ କରିବେ ରାଷ୍ଟ୍ରପତି: ଧର୍ମେନ୍ଦ୍ର
ଖୋର୍ଦ୍ଧା ଅଫିସ,୧୫।୯: ଖୋର୍ଦ୍ଧାର ବରୁଣେଇ ପାହାଡ ପାଦଦେଶରେ ନିର୍ମାଣ ହେବ ପାଇକ ସ୍ମାରକୀ। ଆସନ୍ତା ୨୭ ଓ ୨୮ ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସୁଥିବା ସୂଚନା ମିଳିଛି। ୨୭ ତାରିଖରେ ରାଷ୍ଟ୍ରପତିଙ୍କ କରକମଳରେ ପାଇକ ସ୍ମାରକୀ…
୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୨୬୩ ମାମଲାର ଫଇସଲା
ମାଜିଷ୍ଟ୍ରେଟ୍ ମୁକ୍ତିରଞ୍ଜନ ଶତପଥୀ, ବିଚାରପତି ଅଳ୍ପନା ସ୍ବାଇଁ, ସୁଜାତା ପ୍ରିୟମ୍ବଦା ସ୍ବାଇଁ, ଅଭିଜିତ ପୁରୋହିତ, ସୁଶାନ୍ତ ନାୟକ, ମୈତ୍ରୀ ସାମନ୍ତରାୟ, ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀ, ନିଶା ଅଗ୍ରଓ୍ବାଲ ପ୍ରମୁଖ ମାମଲାଗୁଡ଼ିକୁ ପରିଚାଳନା କରିଥିଲେ। ସିଭିଲକୋର୍ଟ ରେଜିଷ୍ଟ୍ରାର ସଞ୍ଜିତ ବେହେରା, ବରିଷ୍ଠ ଦେୱାନୀ…
ନିହଲପ୍ରସାଦରେ ନଗଡ଼ାର ଚିତ୍ର: ସତ୍ୟ ଶଯ୍ୟାଶାୟୀ
ଢେଙ୍କାନାଳ ଅଫିସ, ୧୫।୯ – କଙ୍କାଳସାର ଶରୀର। ଗଣି ହୋଇଯାଉଛି ପଞ୍ଜରା। ଦେହସାରା ଗଭୀର କ୍ଷତ। ଉଠି ବସିବାକୁ ବଳ ନାହିଁ। ନିସ୍ତେଜ ହୋଇ ବିଛଣାରେ ପଡ଼ିରହିଛନ୍ତି। ଆଖି ପୂରାଇ ଦେଖିଲେ ଯେ କେହି ବି ସହଜରେ ଠଉରାଇ ପାରିବ କଅଁଳ…
ବ୍ରାହ୍ମଣୀରୁ ମୃତଦେହ ଉଦ୍ଧାର ଘଟଣା: କେହି ଦେଇପାରିଲେନି ପ୍ରମାଣ
ଭୁବନ, ୧୫।୯(ଡି.ଏନ୍.ଏ.) – ଢେଙ୍କାନାଳ ଜିଲା ଭୁବନ ଥାନା ଓଢ଼ଣା-ମାଳପୁରା ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ଶୁକ୍ରବାର ମିଳିଥିବା ଗଳିତ ମୃତଦେହକୁ ନେଇ ଅଡୁଆ ବଢ଼ିବାରେ ଲାଗିଛି। ଶନିବାର ଦିନତମାମ କସରତ ସତ୍ତ୍ୱେ ମୃତଦେହ ଚିହ୍ନଟ ହୋଇପାରିନାହିଁ। ମୃତଦେହର ୨…
ବିପିଏଲ୍ ପରିବାରକୁ ବିଦ୍ୟୁତ୍ ସଂଯୋଗ ଦାବି: ଦିନସାରା ଏନ୍ଜେନ୍ କର୍ମଚାରୀ ଅଟକ
ଭାପୁର, ୧୫।୯(ଡି.ଏନ୍.ଏ.) – ଉଜ୍ଜ୍ୱଳା ବଲ୍ବ ପ୍ରଦାନ, ବିପିଏଲ୍ ପରିବାରକୁ ବିଦ୍ୟୁତ୍ ସଂଯୋଗ ଦାବିରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଗ୍ରାମର ଶତାଧିକ ମହିଳା ଶନିବାର ଦିନତମାମ ଏନ୍ଜେନ୍ କର୍ମଚାରୀଙ୍କୁ ଅଟକ ରଖିଥିଲେ। ୭ଦିନ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ଦିଆଯିବ…

