ଆମ ଜିଲା ଖବର

ମେଡିକାଲ କଲେଜ ଦାବି ତେଜିଲା: ଦସ୍ତଖତ ଅଭିଯାନ, ପଥପ୍ରାନ୍ତ ସଭା

ଭଦ୍ରକ ଅଫିସ, ୧୬ା୯- ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଛି। ରବିବାର ସ୍ଥାନୀୟ ଗୋଶାଳାଛକ ଠାରେ ଭଦ୍ରକ ଜିଲା ଯାଦବ ଓ ଯୁବଯାଦବ ମହାସଭା ତରଫରୁ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ପଥପ୍ରାନ୍ତ ସଭା ଓ…

ବଢୁଛି ରୋଗୀ ସଂଖ୍ୟା, ବ୍ୟବସ୍ଥା ନାହିଁ

ବାଲେଶ୍ୱର ଅଫିସ, ୧୬।୯(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଡାକ୍ତର, କର୍ମଚାରୀ, ପାରାମେଡିକାଲ ଷ୍ଟାଫ୍‌ଙ୍କ ଅଭାବ ରହିଛି। ଫଳରେ ଏଠାକୁ ଆସୁଥିବା ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବେଳେବେଳେ…

ଟ୍ରେନ୍‌ରେ ଲୁଚି ପଳାଇ ଆସିଥିବା ୨ ଛାତ୍ର ଉଦ୍ଧାର

ଯାଜପୁର ରୋଡ୍‌,୧୬ା୯(ନି.ପ୍ର.)- ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର କବାଡିପଡା ବିଦ୍ୟାଳୟର ୨ ଜଣ ଛାତ୍ରଙ୍କୁ ରବିବାର ଉଦ୍ଧାର କରାଯାଇଛି। ଏମାନେ ଖୋର୍ଦ୍ଧା ଭଦ୍ରକ୍‌ ଟ୍ରେନ୍‌ରେ ଚଢି ପଳାଇ ଆସିଥିଲେ। ସେମାନଙ୍କୁ ଯାତ୍ରୀମାନେ ଉଦ୍ଧାର କରି ଯାଜପୁର ଓ କେନ୍ଦୁଝର ରେଲ୍‌ଓ୍ବେ ଷ୍ଟେଶନ ଆର୍‌ପିଏଫ୍‌…

ପ୍ରତାପପୁର ବୁଢ଼ାବଳଙ୍ଗ ସେତୁ: ନିର୍ମାଣ କାମ ବନ୍ଦ କଲେ ଗ୍ରାମବାସୀ

ବଡ଼ସାହି,୧୬ା୯(ସ୍ବ.ପ୍ର.)-ବୁଢାବଳଙ୍ଗ ନଦୀରେ ନିର୍ମାଣାଧୀନ ସେତୁରେ ନିମ୍ନମାନର କାର୍ଯ୍ୟକୁ ନେଇ ରବିବାର ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି। କାଦୁଅ ମିଶା ବାଲି, ଚିପ୍ସ ଓ ନଷ୍ଟ ହୋଇ ଯାଇଥିବା ସିମେଣ୍ଟରେ ଚାଲିଥିବା ଢଳେଇ କାର୍ଯ୍ୟକୁ ଅଞ୍ଚଳବାସୀ ବିରୋଧ କରିବା ସହ ନିର୍ମାଣ କାର୍ଯ୍ୟ…

ଅଭିଯୁକ୍ତଙ୍କ ନିକଟରେ ପୋଲିସ କର୍ମଚାରୀ ବନ୍ଧୁକ ଛାଡ଼ିିବା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା

ବାରିପଦା ଅଫିସ,୧୬।୯- ବାରିପଦା ବସ୍‌ଷ୍ଟାଣ୍ଡରୁ ଟାଉନ ଥାନା ପୋଲିସ ଶନିବାର ଗଞ୍ଜେଇ ଜବତ କରିଥିବା ବେଳେ ଏହି କାରବାରରେ ସମ୍ପୃକ୍ତ ୨ ଅଣ ଓଡ଼ିଆ ଯୁବକଙ୍କୁ ଗିରଫ କରିଛି। ବସ୍‌ଷ୍ଟାଣ୍ଡରୁ ସେମାନଙ୍କୁ ଥାନାକୁ ଆଣିବା ବେଳେ ପୋଲିସ ଜିପ ପଛରେ ଉଭୟ…

ଧାନ ଫସଲରେ କାଣ୍ଡବିନ୍ଧା ପୋକ, ଚିନ୍ତାରେ ଚାଷୀ

ଡୁବୁରୀ,୧୬ା୯(ଡି.ଏନ୍‌.ଏ.)- ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ ଡୁବୁରୀ ଓ ଆଖପାଖ ଅଞ୍ଚଳର ଧାନ ଫସଲରେ ଏବେ କାଣ୍ଡବିନ୍ଧା ପୋକଙ୍କ ପାଦୁର୍ଭାବ ବୃଦ୍ଧି ପାଇଛି। ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର କରୁଥିବାରୁ ସ୍ବଳ୍ପ ଦିନରେ ଅମଳ ହେଉଥିବା ସ୍ବର୍ଣ୍ଣ…

କାଳ ହେଲା ଫାଇନାନ୍ସ ଟଙ୍କା: ମହିଳାଙ୍କ ମୃତ୍ୟୁ, ଗ୍ରାମରେ ଉତ୍ତେଜନା

ଜଗତ୍‌ସିଂହପୁର ଅଫିସ, ୧୬ା୯: ଜଗତ୍‌ସିଂହପୁର ଥାନା ଅଧୀନ ଚାଟଣା (ଗନ୍ତ) ଗ୍ରାମରେ ରବିବାର ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେ ହେଲେ ହାଡ଼ିବନ୍ଧୁ ଭୋଇଙ୍କ ସ୍ତ୍ରୀ କାଞ୍ଚନ ଦାସ। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ…

ଜେସିବି ମାଡ଼ିଯାଇ ବାଳକ ମୃତ

ବଦଳଦା,୧୬ା୯(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ତିରିଂ ଥାନା ଅନ୍ତର୍ଗତ ଡୁମାତାଣ୍ଡି ଗ୍ରାମରେ ରାସ୍ତାକାମ ଚାଲିଥିବା ବେଳେ ଜେସିବି ମେଶିନ ମାଡ଼ିଯାଇ ରବିବାର ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଳକ ଜଣକ ହେଲେ ସେହି ଗ୍ରାମରେ ଡୁବରାଜ ମାଝୀଙ୍କ ପୁଅ ସାଲଖାନ(୮)। ଡୁମାତାଣ୍ଡି ଗ୍ରାମରେ…

ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାର୍ଯ୍ୟ, ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌

ନାଉଗାଁ,୧୬।୯(ସ୍ବ.ପ୍ର.): ଏମ୍‌ଜିଏନଆରଇଜିଏସ୍‌ରେ ହେଉଛି କାର୍ଯ୍ୟ, କିନ୍ତୁ ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌ କରାଇନେବାକୁ ଚାଲିଛି ଯୋଜନା। ଏଭଳି ଘଟଣା ଦେଖିବାକୁ ମିଳିଛି ନାଉଗାଁ ବ୍ଲକ ବାଂଶ ପଞ୍ଚାୟତରେ। ଏହି ପଞ୍ଚାୟତରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏମ୍‌ଜିଏନଆରଇଜିଏସ୍‌ ମାଧ୍ୟମରେ ଚାନ୍ଦପୁରାର…

ଭିତ୍ତିଭୂମି ଥାଇ ଉଧଉନି ଫୁଲଚାଷ; କଲିକତା ମେଣ୍ଟାଉଛି ଫୁଲର ଚାହିଦା

ଭଦ୍ରକ ଅଫିସ, ୧୬।୯- ଭଦ୍ରକ ଜିଲାରେ ଉପଯୋଗୀ ମୃତ୍ତିକା, ଜଳବାୟୁ ଏବଂ ଭିତ୍ତିଭୂମି ଥିଲେ ମଧ୍ୟ ଫୁଲଚାଷର ବିକାଶ ହୋଇପାରୁ ନାହିଁ । ଚାଷୀମାନେ ସଚେତନ ନ ଥିବା ଏବଂ ପ୍ରୋତ୍ସାହନ ଅଭାବ ଭଳି ବିଭିନ୍ନ କାରଣରୁ ଏହି ଚାଷ ଉଧଉନାହିଁ…

ଦୁର୍ଦ୍ଦିନରେ ନଳିତା ଚାଷୀ

ହାଟଡିହୀ,୧୬।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅକରୁଆ ପଞ୍ଚାୟତ ଅକରୁଆ, ଆମ୍ବଗଡିଆ ଓ ଦଧିବାମନପୁର ଗ୍ରାମର ନଳିତା ଚାଷୀମାନେ ଦୁର୍ଦ୍ଦଶାରେ ଦିନ କାଟୁଥିବାବେଳେ ସରକାରୀ ପ୍ରୋତ୍ସାହନ ନ ମିଳିବା ପରିତାପର ବିଷୟ। ସେଥିଲାଗି ଏହି କୌଳିକ ବୃତ୍ତି ବୁଡ଼ିବାକୁ ବସିଲାଣି। ଆଗରୁ…

ପ୍ରାକ ରାଜ୍ୟ ପୁରସ୍କାର ପରୀକ୍ଷା ପ୍ରସ୍ତୁତି ଶିବିର ଉଦ୍‌ଯାପିତ

ଦିଗପହଣ୍ଡି,୧୫।୯(ଡି.ଏନ.ଏ.)-ଦିଗପହଣ୍ଡି ପଦ୍ମନାଭପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଶ୍ରୀଧାମ ପରିସରରେ ଚାଲିଥିବା ଭାରତ ସ୍କାଉଟସ୍‌ ଏଣ୍ଡ ଗାଇଡସର ପ୍ରାକ ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଶିବିର ଶନିବାର ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଭବାନୀ ଶଙ୍କର ଡାକୁଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?