ଜି.ଉଦୟଗିରିର ପଦାସାହିରେ ହାତୀ ଆତଙ୍କ; ଘର ଭାଙ୍ଗି ଧାନ ଚାଉଳ ଖାଇଗଲେ
ଜି.ଉଦୟଗିରି,୨୪ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରି ଅଞ୍ଚଳରେ ପୁଣି ଥରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ସ୍ଥାନୀୟ ପଦାସାହି ଗ୍ରାମରେ ରବିବାର ରାତିରେ ଏକ ଦନ୍ତା ହାତୀ ପଶି ଆସିଥିଲା। ହାତୀଟି ଦେବକୀ ନାୟକଙ୍କ ଘର ଭାଙ୍ଗି ଦେବା ସହ…
କାଲିଠୁ ଥିଲେ ନିଖୋଜ, ଆଜି ପୋଖରୀରୁ ମିଳିଲା ମୃତଦେହ
ଛତ୍ରପୁର, ୨୪।୧୧(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧିନ ବନ୍ଦର ଗ୍ରାମରେ ଜଣେ ଯୁବକ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ବନ୍ଦର ଗ୍ରାମର କେ. କାରାଡୁ। ଗତକାଲି ସନ୍ଧ୍ୟାରୁ କାରାଡୁ ନିଖୋଜ ରହିଥିଲେ। ଆଜି ସକାଳୁ ଗାଁ…
ରେଳ ଧାରଣା ପାର୍ ହୋଉଥିବା ବେଳେ ନାବାଳକଙ୍କୁ ଟାଣିନେଲା ଟ୍ରେନ୍, ଗୋଡ଼ରୁ ପାଦ ସଂପୂର୍ଣ୍ଣ ଅଲଗା
ଲାଞ୍ଜିଗଡ, ୨୪।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ହରେକୃଷ୍ଣପୁର ନିକଟସ୍ଥ ଆମ୍ବାଦଳାରୁ ଲାଞ୍ଜିଗଡ କାରଖାନାକୁ ଯାଉଥିବା ମାଲବାହୀ ରେଳଗାଡ଼ି ଧକ୍କାରେ ଜଣେ ନାବାଳକର ଗୋଡ଼ କଟିଯାଇଛି। ସୂଚନାନୁସାରେ ସୋମବାର ଅପରାହ୍ନ ୪ ଟା ସମୟରେ କଳାହାଣ୍ଡି…
ତୁମୁଡିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ବାଲବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ
ତୁମୁଡିବନ୍ଧ,୨୪ା୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ବ୍ଲକ୍ ସ୍ତରୀୟ ବାଲବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ତୁମୁଡିବନ୍ଧ ବ୍ଲକର ୧୪୯ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ…
କୁକୁଡ଼ା ଫାର୍ମରୁ ଚୋରି କରି ନେଇଯାଇଥିଲେ ୨ ଯୁବକ, ଧରିଲା ପୋଲିସ
ଦିଗପହଣ୍ଡି, ୨୪।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଥାନା ସିଦ୍ଧେଶର – ସିଦ୍ଧିଖଣ୍ଡି ଗ୍ରାମ ରାସ୍ତା କଡରେ ଥିବା କୁକୁଡ଼ା ଫାର୍ମରୁ ଏଲପିଜି ସିଲିଣ୍ଡର, ପାଣି ମୋଟର, ଧାନ ବସ୍ତା, ଏକ ସ୍କୁଟି ଏବଂ ତାର ପୋଲିନ ଚୋରି କରିବା ଘଟଣାରେ…
ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ପୋଲିସ ପାଟ୍ରୋଲିଂ କଡାକଡି କରିବାକୁ ଦାବି କଲେ…
ଦିଗପହଣ୍ଡି, ୨୪।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସହରର ସଚେତନ ନାଗରିକ ବୃନ୍ଦ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଏବଂ ଦିଗପହଣ୍ଡି…
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପକ୍ଷରୁ କବି ସମ୍ରାଟଙ୍କ ପରାକାଷ୍ଠା ଅନୁଷ୍ଠିତ, ଯୋଗ ଦେଲେ ଏମାନେ…
ଭଞ୍ଜନଗର,୨୪।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ” ଓଡ଼ିଆ ସାହିତ୍ୟରେ କବି ସମ୍ରାଟଙ୍କ ପରାକାଷ୍ଠା ” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।…
ସ୍କୁଟିରେ ଯାଉଥିଲେ ବାପ-ଝିଅ: ଧକ୍କା ଦେଇ ଘୋଷାଡି ନେଲା କାର, ଆଉ ତା’ପରେ…
ଢେଙ୍କିକୋଟ,୨୪ା୧୦(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍ ପୋଲିସ ବିଟ୍ ହାଉସ ଅନ୍ତର୍ଗତ ଢେଙ୍କିକୋଟ ହାଇସ୍କୁଲ ସମ୍ମୁଖ ୨୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପା, ଝିଅ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଦ୍ୱୟ ବାଲେଶ୍ୱରର…
ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇଲେ ବିଡିଓ
ଧରାକୋଟ,୨୪ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ବିଡିଓ ସଂଗ୍ରାମ କେଶରୀ ଜେନା ସୋମବାର ବାହାରପୁରସ୍ଥିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦଶମ ଶ୍ରେଣୀ ପିଲାଙ୍କୁ ବୀଜ ଗଣିତ, ସହଜ ସରଳ ସମୀକରଣ, ସମାନ୍ତର ଓ ପ୍ରଗତି…
ବ୍ରେକ୍ ଦ ଫ୍ଲୋର୍: ତ୍ରିଶା, ଶ୍ରେଷ୍ଠା, କୀର୍ତ୍ତିକା ଚାମ୍ପିଅନ
ଗଞ୍ଜାମ,୨୪ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଆୟୋଜନ ହେବାକୁ ଥିବା ବହୁ ପ୍ରତୀକ୍ଷିତ ମେଗା ଡ୍ୟାନ୍ସ ଇଭେଣ୍ଟ ବ୍ରେକ୍ ଦ ଫ୍ଲୋର୍ ସିଜନ ୨ ବ୍ରହ୍ମପୁର କଳା ପରିଷଦ କବିସୂର୍ଯ୍ୟ ମଞ୍ଚ ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଗା ଇଭେଣ୍ଟ…
ବୋଲେରୋରେ ଗଞ୍ଜେଇ ନେଇ ଯାଉଥିଲେ ଭୁବନେଶ୍ୱର, ବାଟରେ ମାଡ଼ିବସିଲା ପୋଲିସ
ଭଞ୍ଜନଗର,୨୪ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଗନ କୁମାର ମୁଖୀ ଓ ଦିବ୍ୟ ରଞ୍ଜନ ଦିଗାଲ। ସେମାନଙ୍କ ଘର କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ।…
ଘୋଡ଼ାହାଡ଼ ଡ୍ୟାମ୍ରୁ ଛଡ଼ାଯିବ ପାଣି, ନଦୀ ତଟବର୍ତ୍ତୀ ଗ୍ରାମରେ ସତର୍କ ସୂଚନା ଜାରି
ଦିଗପହଣ୍ଡି,୨୪ା୧୧(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ଗୁରୁବାର ଠାରୁପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ…
Archives


