୨୪ କିମି ଲାଗି ୧୦୪ କୋଟି ଟଙ୍କା ବ୍ୟୟ ଅଟକଳ: ଗାର୍ଡୱାଲ୍‌ ନାହିଁ, ରାସ୍ତା ଭୁଶୁଡ଼ିବା ଆଶଙ୍କା

ମହାକାଳପଡ଼ା,୧୬ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ଶିଳ୍ପ କରିଡର ପ୍ରତିଷ୍ଠା ପାଇଁ ପୂର୍ବ ସରକାରଙ୍କ ସମୟରେ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ରାସ୍ତା ନିର୍ମାଣ ୨୪ କିମି ଲାଗି ୧୦୪ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ଏହି କେନାଲ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ରାସ୍ତାର ପ୍ରଭାକରପୁର- ସୁନୀଲପଡ଼ା – ବନ୍ଧପଡ଼ା ସଂଲଗ୍ନ ପାର୍ଶ୍ୱରେ ୨୦ ଫୁଟ ଖାଲରେ ବଡ଼ ବଡ଼ କେତେଟା ପୋଖରୀ ରହିଛି। ଫଳରେ ଏହି ରାସ୍ତା ପାଶର୍‌ବରେ ଗାର୍ଡ ୱାଲ୍‌ ନିର୍ମାଣ ହୋଇନି। ପରବର୍ତ୍ତୀ ସମୟରେ ବର୍ଷା ହେଲେ କୌଣସି ମୁହୂର୍ତ୍ତରେ ରାସ୍ତା ଭୁଶୁଡିବା ଓ ଦୁର୍ଘଟଣା ଆଶଙ୍କା ରହିଛି। କିଛିଦିନ ପୂର୍ବେ ଭାରସାମ୍ୟ ହରାଇ ଏଠାରେ ଏକ ଶ୍ରମିକ ବୋଝେଇ ଅଟୋ ଓଲଟି ପଡ଼ିଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ସେହିପରି ଏହି ରାସ୍ତାର ଗୋପାଳପୁର ମୌଜା ନିକଟ ରାସ୍ତାପାର୍ଶ୍ୱରେ ଏକ ପୋଖରୀ ରହିଛି। ପୂର୍ତ୍ତ ବିଭାଗ ପକ୍ଷରୁ ସେଠାରେ ଗାର୍ଡ ୱାଲ୍‌ ନିର୍ମାଣ କରାଯାଇଛି। ହେଲେ ଗୋପାଳପୁର ମୌଜା ନିକଟ ଗାର୍ଡ ୱାଲ୍‌ ନିର୍ମାଣ ଭଳି ଏଠାରେ ଗାର୍ଡ ୱାଲ୍‌ ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଅପରପକ୍ଷରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେହିଭଳି ଏହି ରାସ୍ତାର ଦକ୍ଷିଣ ପାର୍ଶ୍ୱରେ ଆଉ ଏକ ୨ ଲାଇନ୍‌ ରାସ୍ତା ନିର୍ମାଣ ଲାଗି ଜମି ଅଧିଗ୍ରହଣ ପାଇଁ ମହାକାଳପଡ଼ା ପଞ୍ଚାୟତ ଅଫିସ୍‌ରେ ଗ୍ରାମସଭା ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେଲେ ଶିଳ୍ପ ପ୍ରତିଷ୍ଠା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଆଗେଇ ଆସିବେ ବୋଲି କୁହାଯାଇଛି। ଏ ସଂକ୍ରାନ୍ତରେ ମହାକାଳପଡ଼ା ସବ୍‌ଡିଭିଜନ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦ୍ୱୈତାରୀ ଟୁଡୁଙ୍କୁ ପଚାରିବାରେ ଜିଓ ସିନ୍ଥେଟିକ ନେଟ ପ୍ୟାକିଂ ନିର୍ମାଣ ହେବ। ଗାର୍ଡ ୱାଲ୍‌ଠାରୁ ଜିଓ ସିନ୍ଥେଟିକ ନେଟ ବହୁତ ସୁଦୃଢ଼ ଓ ସ୍ଥାୟୀ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୂଳା ନାଳରେ ଭାସିଗଲେ ବୃଦ୍ଧ: ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ

ମହାକାଳପଡ଼ା, ୯।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିକରପଙ୍କା ପଞ୍ଚାୟତର ଟିକରପଙ୍କା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର…

ପିଣ୍ଡି ନିର୍ମାଣ ପ୍ରସଙ୍ଗ: ବିନା ସୂଚନା ଫଳକରେ ଚାଲିଛି କାମ, ସରପଞ୍ଚଙ୍କ ଭୂମିକାକୁ ନେଇ ପ୍ରଶ୍ନ

ରିଷିଡ଼ା, ୯।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଅଧୀନ ହାଇସ୍କୁଲ ବଜାର ପଡ଼ିଆରେ ବିନା ସୂଚନା ଫଳକରେ ପିଣ୍ଡି ନିର୍ମାଣ କାମ…

ରୋଜଗାର ଦେଇଛି ଶ୍ରାବଣ ଛତୁ: କିଲୋ ପିଛା ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି, ବଢୁଛି ଚାହିଦା

ଦାରିଙ୍ଗବାଡ଼ି, ୯।୮ (ଅରୁଣ ସାହୁ): ଏବେ ଚାଲିଛି ଶ୍ରାବଣ ମାସ। ଶ୍ରାବଣ ବର୍ଷା ମଧ୍ୟ ଛାଡ଼ିବାର ନାଁ ଧରୁନାହିଁ। ଏଭଳି ପରିସ୍ଥିତିରେ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

ଚନ୍ଦ୍ରଙ୍କ ଉପରେ ଶନି-ରାହୁଙ୍କ ଛାୟା! ୨୮ ଅଗଷ୍ଟରୁ ୪ ରାଶିଙ୍କ ପାଇଁ ବଢ଼ିପାରେ ଅସୁବିଧା, ଲାଗିବ ବଡ଼ ଝଟକା…

ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ରଗ୍ରହଣକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ଜ୍ୟୋତିଷ ଦୃଷ୍ଟିରୁ ପ୍ରଭାବଶାଳୀ ଘଟଣା ଭାବରେ ବିବେଚନା କରାଯାଏ । ୨୦୨୬ ମସିହାର ଶେଷ ଚନ୍ଦ୍ରଗ୍ରହଣ…

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri