ଗଜସାଥି ଛଟେଇ, ଆନ୍ଦୋଳନରେ ସ୍କ୍ବାର୍ଡ କର୍ମଚାରୀ: ଘାରିଲାଣି ବନ୍ୟପ୍ରାଣୀ ସୁରକ୍ଷା ଚିନ୍ତା

ଭଞ୍ଜନଗର,୧୬।୩(ବାବୁଲା ପ୍ରଧାନ): ହାତୀ ସହ ଲୋକଙ୍କ ଫସଲ ସୁରକ୍ଷା ପାଇଁ ଗଜସାଥି ରାଜ୍ୟରେ ନିଯୁକ୍ତି ହୋଇଛନ୍ତି। ସରକାର ସେମାନଙ୍କୁ ମାସିକ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେଉଛନ୍ତି। ଧାନ ଅମଳ ସମୟରେ ହିଁ ସେମାନଙ୍କୁ ନିଯୁକ୍ତି ଦିଆଯାଉଛି। ଅନ୍ୟ ସମୟରେ ସେମାନଙ୍କୁ ବାହାର କରିଦିଆଯାଉଛି । ତେଣୁ ସେମାନେ ଅକ୍ଟୋବର ମାସରୁ ଫେବୃଆରୀ ମାସ ମଧ୍ୟରେ ହିଁ କାମ କରୁଛନ୍ତି। ତେଣୁ ସମସ୍ତ ଗଜସାଥିଙ୍କୁ ଗତ ଫେବୃୟାରୀ ମାସ ୨୮ ତାରିଖରୁ ଛଟେଇ କରି ଦିଆଯାଇଛି।

ଅନ୍ୟପଟେ ସ୍କ୍ବାର୍ଡ କର୍ମଚାରୀମାନେ ମଧ୍ୟ ନିଜର ଏକାଧିକ ଦାବିନେଇ ଭୁବନେଶ୍ୱରରେ ଆଜକୁ କିଛିଦିନ ହେବ ସାମୂହିକ ଛୁଟି ନେଇ ଆନ୍ଦୋଳନ ଚଳାଇଛନ୍ତି। ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷାରେ ଉକ୍ତ ଦୁଇ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ସେମାନେ ବର୍ତ୍ତମାନ ସମସ୍ତେ କାର୍ଯ୍ୟରେ ନ ଥିବାବେଳେ ଜଙ୍ଗଲ ଓ ବନ୍ୟପ୍ରାଣୀ ବର୍ତ୍ତମାନ ବିପଦରେ ଥିବା ଜଣାପଡିଛି । ଯାହାକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି।

ଏହିଭଳି ପରିସ୍ଥିତିରେ ବିଗତ ଦୁଇ ଦିନ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଦୁଇଟି ବଡ ଅଘଟଣ ଘଟିଛି। ଯାହାକୁ ନେଇ ଜଙ୍ଗଲ, ବନ୍ୟପ୍ରାଣୀ ଓ ଲୋକଙ୍କ ଜୀନ ସୁରକ୍ଷା ନେଇ ସମସ୍ତଙ୍କୁ ଚିନ୍ତା ଘାରୀଲାଣି। ରବିବାର ଏହି ବନଖଣ୍ଡର ତାରସିଂ ରେଞ୍ଜ କଦଳୀ ଗଡ଼ ନିକଟରେ ଏକ ହାତୀ ମୃତ୍ୟୁବରଣ କରିଥିବା ଲୋକ ଲୋଚନକୁ ଆସିଥିଲା। ହାତୀ ୫ ଦିନ ଆଗରୁ ମୃତ୍ୟୁବରଣ କରିଥିବା ବେଳେ ବିଭାଗୀୟ କର୍ମଚାରୀ ଗତକାଲି ଜାଣିଥିଲେ। ସେହିଭଳି ଗତକାଲି ସଂନ୍ଧ୍ୟାରେ ବାଇବାଲୀ ନୂଆଁସାହିର ଜଣେ ବୃଦ୍ଧ କୃପାସିନ୍ଧୁ ସ୍ବାଇଁ ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ହାତୀ ଆକ୍ରମଣରେ ସେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଥାନାରେ ସୋମବାର ଅଭିଯୋଗ କରିଛନ୍ତି।
କୃପାସିନ୍ଧୁଙ୍କ ଡାହାଣ ଗୋଡ଼ରେ ପ୍ରବଳ ଆଘାତ ଚିହ୍ନ ଅଛି। ଏଥିସହ ଯେଉଁଠି କୃପାସିନ୍ଧୁ ମୃତ୍ୟୁବରଣ କରିଛନ୍ତି। ସେହି ନିକଟରେ ହାତୀର ପାଦ ଚିହ୍ନ ଅଛି ବୋଲି କୃପାସିନ୍ଧୁଙ୍କ ଜ୍ବାଇଁପୁଅ ପିଣ୍ଟୁ ଏଠାରେ ଅଭିଯୋଗ କରିଛନ୍ତି।
ଅନ୍ୟ ପକ୍ଷରେ ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତକାଲି ସେହି ଅଞ୍ଚଳରେ ହାତୀ ନ ଥିଲା। ବୃଦ୍ଧ ଜଣଙ୍କ କେମିତି ମୃତ୍ୟୁବରଣ କଲେ ଆମେ ଜାଣିନାହୁଁ। ଏନେଇ ଥାନା ଅଧିକାରୀ ଜୀବନା ନନ୍ଦ ଜେନା କହିଛନ୍ତି ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ । ସମନ୍ବୟ ଅଭାବ ଏବଂ କର୍ମଚାରୀ ଛଟେଇ ଓ ଆନ୍ଦୋଳନ ଯୋଗୁ ଏହି ସମସ୍ୟା ଦେଖାଦେଇଛି। ସରକାର ଏନେଇ ତୁରନ୍ତ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ନଚେତ୍‌ ଜଙ୍ଗଲ ଓ ବନ୍ୟପ୍ରାଣୀ ବିପଦରେ ପଡ଼ିବା ସମ୍ଭାବନା ରହିଛି। ଖବରପାଇ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?