ବ୍ଲକ୍‌ରେ ନାହିଁ ଶିଶୁଉଦ୍ୟାନ, ଖେଳପଡ଼ିଆ, ପଠାଗାର ଶିଶୁ, ଯୁବଗୋଷ୍ଠୀଙ୍କ ମାନସିକ ଓ ଶାରିରୀକ ବିକାଶରେ ବାଧା

ନନ୍ଦପୁର,୧୬ା୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକର ୨୩ ପଞ୍ଚାୟତବାସୀ, ଶିଶୁ, କିଶୋର, ମହିଳା, ଯୁବଗୋଷ୍ଠୀ ଓ ବୃଦ୍ଧାବୃଦ୍ଧଙ୍କ ପାଇଁ କୌଣସି ଚିତ୍ତ ବିନୋଦନର ସାଧନ ନ ଥିବା ଦେଖିବାକୁ ମିଳିଛି। ବ୍ଲକ୍‌ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଥିବା ବେଳେ ଦୈନିକ ପର୍ଯ୍ୟଟକ ଏହି ଅଞ୍ଚଳକୁ ଆଗମନ ହେଉଛି। ଲୋକଙ୍କ ଚିତ୍ତ ବିନୋଦନ ସାଧନ ନିର୍ମାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରୁଥିଲେ ସୁଦ୍ଧା ବ୍ଲକ୍‌ ସଦର ମହକୁମା ସମେତ ୨୩ ପଞ୍ଚାୟତରେ ଏଯାଏ ଗୋଟିଏ ମଧ୍ୟ ଶିଶୁ ଉଦ୍ୟାନ, ପାଠାଗାର, ଚିତ୍ତ ବିନୋଦନ କେନ୍ଦ୍ର ଓ ଖେଳପଡ଼ିଆ ନିର୍ମାଣ ହୋଇ ନ ଥିବା ଅଭିଯୋଗ ହୋଇଛି। ଶିଶୁ, କିଶୋରୀ ଓ ଯୁବ ଗୋଷ୍ଠୀଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ବାଧକ ହେଉଛି। ଭିତ୍ତିଭୂମି ଅଭାବରୁ ଛୋଟ ଶିଶୁ ଓ ପିଲାମାନେ ସମୟ ଅତିବାହିତ କରିବାକୁ ସାଧନ ପାଉନାହାନ୍ତି। ଏଥିଯୋଗୁ ବାଧ୍ୟ ହୋଇ ବହୁଳ ପରିମାଣରେ ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ସ୍ମାର୍ଟଫୋନ ଯୋଗୁ ପିଲାଙ୍କ ଉପରେ କୁପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳୁଛି। ସେମାନଙ୍କ ସ୍ବାସ୍ଥ୍ୟ ସହ ମାନସିକ ଅବିବୃଦ୍ଧିରେ ବାଧା ଆସୁଛି। ସମାନ ଅବସ୍ଥା ଯୁବଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳେ। ବୃଦ୍ଧାବୃଦ୍ଧ ବରିଷ୍ଠ ନାଗରିକ ଚାଲିବା, ବୁଲିବା, ବସିବା ପଢ଼ିବା ଆଦି ସାଧାରଣ ସୁବିଧା ନ ପାଇ ଚାପଗ୍ରସ୍ତ ହୋଇରହୁଛନ୍ତି। ଅଞ୍ଚଳରେ ଶିଶୁଉଦ୍ୟାନ, ଖେଳପଡ଼ିଆ ଓ ପଠାଗାର ଆଦି ନିର୍ମାଣ ହେଲେ ଆବାଳ ବୃଦ୍ଧବନିତାଙ୍କ ମାନସିକ ଅଶାନ୍ତି କମିବା ସହ ସେମାନଙ୍କୁ ସୁସ୍ଥ ବାତାବରଣରେ ଜୀବନଯାପନ କରିବାକୁ ମାଧ୍ୟମ ମିଳିବ ବୋଲି ମତ ରହିଛି। ରାଜ୍ୟ, କେନ୍ଦ୍ର ସରକାର, ପଞ୍ଚାୟତ, ବ୍ଲକ, ମହିଳା ଓ ଶିଶୁ ବିକାଶ ବିଭାଗ, ଯୁବ ବ୍ୟାପାର, ସାମାଜିକ ସୁରକ୍ଷା ବିଭାଗ ବ୍ଲକ ଅଞ୍ଚଳରେ ଶିଶୁଉଦ୍ୟାନ, ଖେଳପଡିଆ, ପାଠାଗାର ଓ ଜିମ ଆଦି ଭିତ୍ତିଭୂମି ବିକାଶ କରିବା ନେଇ ଧ୍ୟାନ ଦେଉ ନ ଥିବା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର, ଜିଲା ଓ ବ୍ଲକ୍‌ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ମାନବିକତା ଦେଖାଇଲେ ଏସଡିପିଓ: ରାସ୍ତାରୁ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ପହଞ୍ଚାଇଲେ ମେଡିକାଲ

ଭଞ୍ଜନଗର, ୨୦।୬(ବାବୁଲା ପ୍ରଧାନ)- ପୋଲିସଙ୍କ ଭିତରେ ଥିବା ସମ୍ବେଦନଶୀଳ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ। ଡ୍ୟୁଟି ସାରି ଫେରିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri