ଅଲୋଡା ଶିଶୁକନ୍ୟା: ଅନ୍ଧାର ରାତିରେ ଚାଳିଆରୁ ଉଦ୍ଧାର ହେଲା ନବଜାତକ
ସଜନାଗଡ଼, ୮।୮(ଡି.ଏନ.ଏ.)-ଶିଶୁ କନ୍ୟା ପ୍ରତି ଘୃଣା ଭାବ ପୋଷଣ ନ କରିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ସଫଳ ହୋଇପାରିନି। ଏବେ ବି ଶିଶୁକନ୍ୟାକୁ ଅଲୋଡା ଭାବି ଅତି ନିର୍ଦ୍ଦୟ ଭାବେ ରାସ୍ତାକଡରେ ଛାଡି…
ଜୀବିତ ଲୋକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ
ବରଗଡ଼ ଅଫିସ/ଅତାବିରା,୮ା୮: ଜଣେ ଜୀବିତ ଲୋକଙ୍କୁ ପୋଲିସ ମୃତ ଭାବିବା ଓ ବ୍ୟବଚ୍ଛେଦ ପାଇଁ ପଠାଇବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ବ୍ୟବଚ୍ଛେଦ ଗୃହରେ ସମ୍ପୃକ୍ତ ବ୍ୟକ୍ତି ଜୀବିତ ଥିବା ଜଣାପଡିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା ।…
ମଦ ଦୋକାନ ଉଚ୍ଛେଦ ଦାବି ଆନ୍ଦୋଳନରେ ବସିଥିବା ୬ ମହିଳା ଅସୁସ୍ଥ
ରାଜନଗର,୮।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ଭିତରକନିକା ମୁଖ୍ୟରାସ୍ତାର ଭିତରଗଡ଼ ପଞ୍ଚାୟତରେ ନୂତନ ଭାବେ ଖୋଲା ଯାଇଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ଭିତରଗଡ଼ ପଞ୍ଚାୟତର ଶତାଧିକ ମହିଳା ବୁଧବାରଠାରୁ ଆନ୍ଦୋଳନ ଚଳାଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଗୁରୁବାର ପୂର୍ବାହ୍ନରେ ୬ ଜଣ…
ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ
ବାଙ୍ଗିରିପୋଷି,୮।୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଝାରପୋଖରୀଆ ଥାନା ଆମଡିହା ପଞ୍ଚାୟତର ଗୁଲୁବଣି ଠାରେ ଚାଷୀ ଦୁଗଡୁ ମାଝି (୫୫)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ରେଞ୍ଜର, ତହସିଲଦାର ଏବଂ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ପଞ୍ଚାୟତ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ
ବରଗଡ଼ ଅଫିସ,୮।୮: ବରଗଡ଼ ପଞ୍ଚାୟତ ସମିତି ପରିସରରେ ଗୁରୁବାର ପଞ୍ଚାୟତ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ମଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ…
କୂଅରେ ପଡ଼ି ଯୁବକଙ୍କ ପ୍ରାଣଗଲା
ସଜନାଗଡ଼,୮।୮(ଡି.ଏନ୍.ଏ.) : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ଼ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ସଜନାଗଡ଼ ଛକ ନିକଟ ୧୯ ନଂ ରାଜ୍ୟ ରାଜପଥ ପାଶର୍ବରେ ପୂର୍ଣ୍ଣଚନ୍ଦ୍ର ଖାଲପାଳିଆଙ୍କ ସାନ ପୁଅ ପରଭାସିଆ (୨୩) ଗୁରୁବାର ପୂର୍ବାହ୍ନରେ ଘରପାଶର୍ବରେ…
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ବଡ଼ସାହି,୮।୮(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଥାନା ଅଧୀନ ଛେଳିଆ(କ)ପଞ୍ଚାୟତ ବିଦ୍ୟାଧରପୁର ଗଁ।ର ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ହେଲେ ଉକ୍ତ ଗଁ।ର ଜଳଧର ବାଘ(୪୦)। ସୂଚନାଯୋଗ୍ୟ, ୩ ଦିନ ପୂର୍ବରୁ ଜଳଧର ଜଙ୍ଗଲକୁ…
ମଦ ଦୋକାନ ଉଚ୍ଛେଦ ଦାବିରେ ଆନ୍ଦୋଳନ
ରାଜନଗର,୮।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ଭିତରକନିକା ମୁଖ୍ୟରାସ୍ତାର ଭିତରଗଡ଼ ପଞ୍ଚାୟତରେ ନୂତନ ଭାବେ ଖୋଲା ଯାଇଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ଭିତରଗଡ଼ ପଞ୍ଚାୟତର ମହିଳାମାନେ ବୁଧବାରଠାରୁ ଆନ୍ଦୋଳନ ଚଳାଇଛନ୍ତି। ମଦ ଦୋକାନ ଉଚ୍ଛେଦ ନ ହେବା ଯାଏ ଏହି ଅନଶନ…
ନାଲକୋ ଦୁର୍ଘଟଣାରେ ଆଉ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଆନ୍ଦୋଳନ
ଅନୁଗୋଳ ଅଫିସ, ୮।୮: ନାଲକୋ ସ୍ମେଲଟର ପ୍ଲାଣ୍ଟ କାଷ୍ଟ ହାଉସ ପରିସରରେ ଗତ ୨୩ରେ ବିଦ୍ୟୁତ ଆଘାତରେ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ପୂର୍ବରୁ ଏହି ଦୁର୍ଘଟଣାରେ ମିଥୁନ ନାଥ…
ଘରର ମାଟି କାନ୍ଥ ପଡ଼ି ମହିଳାଙ୍କ ମୃତ୍ୟୁ
କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ହର୍ଷପୁର ଗଁ। ରେ ବୁଧବାର ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ମାଟି ଘର ସବୁ ସନ୍ତସନ୍ତିଆ ହୋଇଯାଇଛି। ଫଳରେ ମାଟିର କାନ୍ଥ ଭୁଷୁଡ଼ିପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ…
କୋରାପୁଟ ଜିଲାରେ ୧୫୪୭.୭ ମିମି ବର୍ଷା ରେକର୍ଡ : ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୧୭୨ ମିମି
କୋରାପୁଟ,୮।୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଗୁରୁବାର ୧୫୪୭.୭ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି। ସେଥିମଧ୍ୟରୁ ଜିଲାର ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୧୭୨ ମିମି ବର୍ଷା ହୋଇଥିବାବେଳେ ଦଶମନ୍ତପୁରରେ ୧୫୭ମିମି, ସେମିଳିଗୁଡ଼ାରେ ୮୬ ମିମି, ଜୟପୁରରେ ୧୩୧.୬ ମିମି,…
ଦେଶର ୧୦ ଶ୍ରେଷ୍ଠ ଥାନା ତାଲିକାରେ ଓଡ଼ିଶାର ତରଭା: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ପ୍ରମାଣପତ୍ର
ସୋନପୁର/ତରଭା,୮ା୮(ନି.ପ୍ର./ଡି.ଏନ୍.ଏ.): ୨୦୧୮ ସର୍ଭେ ଅନୁଯାୟୀ ଭାରତର ୧୦ ଶ୍ରେଷ୍ଠ ଥାନା ତାଲିକାରେ ସୁବର୍ଣ୍ଣପୁର ଜିଲାର ତରଭା ଥାନା ସ୍ଥାନ ପାଇଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ କେନ୍ଦ୍ର ଗୃହ ସଚିବଙ୍କ ଦସ୍ତଖତ ସମ୍ବଳିତ ଏକ ପ୍ରମାଣପତ୍ର ସୁବର୍ଣ୍ଣପୁର ଏସ୍ପି…
Archives


