ପଥ ଉତ୍ସବର ତୃତୀୟ ଦିବସ: ପ୍ରାତଃରେ ଭକ୍ତିଭାବର ପରିବେଶ

କଟକ ଅଫିସ, ୧୬।୧୧: ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ପଥ ଉତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ସକାଳୁ ସକାଳୁ ପଥ ଉତ୍ସବକୁ ଉପଭୋଗ କରିବା ପାଇଁ ପହଞ୍ଚିଯାଇଥିଲେ ବହୁ କଟକିଆ। ପ୍ରାତଃ ଭ୍ରମଣ ସାଙ୍ଗକୁ ପଥ ଉତ୍ସବରେ ସଙ୍ଗୀତର ଆସର ସଭିଙ୍କୁ ବେଶ୍‌ ଉତ୍ସାହିତ କରିଥିଲା। ପଥ ଉତ୍ସବର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ନାମ ସଂକୀର୍ତ୍ତନରୁ। ବହୁ ଶ୍ରଦ୍ଧାଳୁ ଝାଞ୍ଜ, କୀର୍ତ୍ତନ, ମୃଦଙ୍ଗ ଧରି ଭଗବାନଙ୍କ ଭଜନ ଜଣାଣ ଗାନ କରିଥିଲେ। ଫଳରେ ଏକ ପ୍ରକାର ଭକ୍ତିଭାବର ପରିବେଶ ସୃଷ୍ଟି ହୋଇଥିଲା। ପରେ ମିଲନ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷିତ ହୋଇଥିଲା। ବିସ୍ମୟ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ଭଜନ ଓ ଜିଲା କଳା ସଂସ୍କୃତି ସଂଘ ପକ୍ଷରୁ ପାଲା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସାଇ ହଷ୍ଟେଲର କଳାକାରମାନେ ସାନ୍ତାଳୀ ନୃତ୍ୟ କରିବା ସହ ଫୁଟ୍‌ବଲର ମଜା ନେଇଥିଲେ। ସେମାନଙ୍କ ସହ ଜିଲାପାଳ ଭବାନୀ ଶଙ୍କର ଚୟନୀ ସାମିଲ ହୋଇ ଫୁଟବଲ ଖେଳିଥିଲେ। ଶେଷରେ ଆମ କଳାକାର ପରିବାରର କଳାକାରମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ବାଲିଯାତ୍ରା ପଡିଆ ସଫେଇ କରାଯାଇଥିଲା। ଜିନ୍ଦଲ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ କରିବା ଉପରେ ସଚେତନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ପଲିଥିନ ବଦଳରେ କାଗଜ ବ୍ୟାଗର ନମୁନା ପ୍ରଦାନ କରାଯାଇଥିଲା। ପିଙ୍କି ଝା ମଞ୍ଚ ପରିଚାଳନା କରିଥିଲେ।

ପ୍ରଜ୍ଞା ପାଇଲେ ପରିବାର

କାଲି ଯାଏ ସେ ଥିଲେ ଅନାଥ, ମାତ୍ର ମିଳିଗଲା ପୁରା ପରିବାର। ଏ ହେଉଛି ବସୁନ୍ଧରାରେ ରହୁଥିବା ଦଶମାସର ଶିଶୁକନ୍ୟା ପ୍ରଜ୍ଞାର କାହାଣୀ। ପଶ୍ଚିମବଙ୍ଗର ଏକ ଦମ୍ପତି ପ୍ରଜ୍ଞାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ପ୍ରଜ୍ଞା ଶେଷରେ ଫେରି ପାଇଛନ୍ତି ପରିବାର। ଏ ଥିଲା ପଥ ଉତ୍ସବ ତୃତୀୟ ଦିବସର ଖୁସି ସମୟର ଦୃଶ୍ୟ। ଯାହା ସଭିଙ୍କୁ କ୍ଷଣିକ ପାଇଁ ସ୍ତମ୍ବିଭୂତ କରିଥିଲା। ପଶ୍ଚିମବଙ୍ଗର ଦମ୍ପତି ସୁଦୀପ ଓ ବିଶାଖା ଭୌମିକ ପ୍ରଜ୍ଞାକୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି। ସମସ୍ତ ସରକାରୀ ନିୟମ ଅନୁଯାୟୀ, ଜିଲାପାଳ ଭବାନୀ ଶଙ୍କର ଚୟନୀ ଦମ୍ପତିକୁ ପଥ ଉତ୍ସବ ମଞ୍ଚରେ ଶିଶୁକନ୍ୟାକୁ ହସ୍ତାନ୍ତର କରିଥିଲେ। ଏହି ସମୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତୀ ମହାନ୍ତି, ଚାଇଲ୍ଡ ଲାଇନର ନାରାୟଣ ଶୁକ୍ଲା ଉପସ୍ଥିତ ଥିଲେ। ଉକ୍ତ ଦମ୍ପତି କିଛିଦିନ ପୂର୍ବେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଭାରତ ସରକାରଙ୍କ ନିକଟରେ ଅନ୍‌ଲାଇନ ଜରିଆରେ ଆବେଦନ କରିଥିଲେ। ତଦନୁଯାୟୀ କଟକର ବସୁନ୍ଧରାରୁ ଶିଶୁକନ୍ୟାଙ୍କୁ ଗ୍ରହଣ କରିବା ନିମନ୍ତେ ତାଙ୍କୁ କୁହାଯାଇଥିଲା। ଉକ୍ତ ଦମ୍ପତି ଶୁକ୍ରବାର ସକାଳେ ପଥ ଉତ୍ସବରେ ପହଞ୍ଚି ଶିଶୁକନ୍ୟା ପ୍ରଜ୍ଞାକୁ ଗ୍ରହଣ କରିବା ସହ ନୂତନ ପରିଚୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri