ପଥ ଉତ୍ସବର ତୃତୀୟ ଦିବସ: ପ୍ରାତଃରେ ଭକ୍ତିଭାବର ପରିବେଶ

କଟକ ଅଫିସ, ୧୬।୧୧: ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ପଥ ଉତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ସକାଳୁ ସକାଳୁ ପଥ ଉତ୍ସବକୁ ଉପଭୋଗ କରିବା ପାଇଁ ପହଞ୍ଚିଯାଇଥିଲେ ବହୁ କଟକିଆ। ପ୍ରାତଃ ଭ୍ରମଣ ସାଙ୍ଗକୁ ପଥ ଉତ୍ସବରେ ସଙ୍ଗୀତର ଆସର ସଭିଙ୍କୁ ବେଶ୍‌ ଉତ୍ସାହିତ କରିଥିଲା। ପଥ ଉତ୍ସବର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ନାମ ସଂକୀର୍ତ୍ତନରୁ। ବହୁ ଶ୍ରଦ୍ଧାଳୁ ଝାଞ୍ଜ, କୀର୍ତ୍ତନ, ମୃଦଙ୍ଗ ଧରି ଭଗବାନଙ୍କ ଭଜନ ଜଣାଣ ଗାନ କରିଥିଲେ। ଫଳରେ ଏକ ପ୍ରକାର ଭକ୍ତିଭାବର ପରିବେଶ ସୃଷ୍ଟି ହୋଇଥିଲା। ପରେ ମିଲନ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷିତ ହୋଇଥିଲା। ବିସ୍ମୟ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ଭଜନ ଓ ଜିଲା କଳା ସଂସ୍କୃତି ସଂଘ ପକ୍ଷରୁ ପାଲା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସାଇ ହଷ୍ଟେଲର କଳାକାରମାନେ ସାନ୍ତାଳୀ ନୃତ୍ୟ କରିବା ସହ ଫୁଟ୍‌ବଲର ମଜା ନେଇଥିଲେ। ସେମାନଙ୍କ ସହ ଜିଲାପାଳ ଭବାନୀ ଶଙ୍କର ଚୟନୀ ସାମିଲ ହୋଇ ଫୁଟବଲ ଖେଳିଥିଲେ। ଶେଷରେ ଆମ କଳାକାର ପରିବାରର କଳାକାରମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ବାଲିଯାତ୍ରା ପଡିଆ ସଫେଇ କରାଯାଇଥିଲା। ଜିନ୍ଦଲ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ କରିବା ଉପରେ ସଚେତନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ପଲିଥିନ ବଦଳରେ କାଗଜ ବ୍ୟାଗର ନମୁନା ପ୍ରଦାନ କରାଯାଇଥିଲା। ପିଙ୍କି ଝା ମଞ୍ଚ ପରିଚାଳନା କରିଥିଲେ।

ପ୍ରଜ୍ଞା ପାଇଲେ ପରିବାର

କାଲି ଯାଏ ସେ ଥିଲେ ଅନାଥ, ମାତ୍ର ମିଳିଗଲା ପୁରା ପରିବାର। ଏ ହେଉଛି ବସୁନ୍ଧରାରେ ରହୁଥିବା ଦଶମାସର ଶିଶୁକନ୍ୟା ପ୍ରଜ୍ଞାର କାହାଣୀ। ପଶ୍ଚିମବଙ୍ଗର ଏକ ଦମ୍ପତି ପ୍ରଜ୍ଞାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ପ୍ରଜ୍ଞା ଶେଷରେ ଫେରି ପାଇଛନ୍ତି ପରିବାର। ଏ ଥିଲା ପଥ ଉତ୍ସବ ତୃତୀୟ ଦିବସର ଖୁସି ସମୟର ଦୃଶ୍ୟ। ଯାହା ସଭିଙ୍କୁ କ୍ଷଣିକ ପାଇଁ ସ୍ତମ୍ବିଭୂତ କରିଥିଲା। ପଶ୍ଚିମବଙ୍ଗର ଦମ୍ପତି ସୁଦୀପ ଓ ବିଶାଖା ଭୌମିକ ପ୍ରଜ୍ଞାକୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି। ସମସ୍ତ ସରକାରୀ ନିୟମ ଅନୁଯାୟୀ, ଜିଲାପାଳ ଭବାନୀ ଶଙ୍କର ଚୟନୀ ଦମ୍ପତିକୁ ପଥ ଉତ୍ସବ ମଞ୍ଚରେ ଶିଶୁକନ୍ୟାକୁ ହସ୍ତାନ୍ତର କରିଥିଲେ। ଏହି ସମୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତୀ ମହାନ୍ତି, ଚାଇଲ୍ଡ ଲାଇନର ନାରାୟଣ ଶୁକ୍ଲା ଉପସ୍ଥିତ ଥିଲେ। ଉକ୍ତ ଦମ୍ପତି କିଛିଦିନ ପୂର୍ବେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଭାରତ ସରକାରଙ୍କ ନିକଟରେ ଅନ୍‌ଲାଇନ ଜରିଆରେ ଆବେଦନ କରିଥିଲେ। ତଦନୁଯାୟୀ କଟକର ବସୁନ୍ଧରାରୁ ଶିଶୁକନ୍ୟାଙ୍କୁ ଗ୍ରହଣ କରିବା ନିମନ୍ତେ ତାଙ୍କୁ କୁହାଯାଇଥିଲା। ଉକ୍ତ ଦମ୍ପତି ଶୁକ୍ରବାର ସକାଳେ ପଥ ଉତ୍ସବରେ ପହଞ୍ଚି ଶିଶୁକନ୍ୟା ପ୍ରଜ୍ଞାକୁ ଗ୍ରହଣ କରିବା ସହ ନୂତନ ପରିଚୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?