ହରାଇପାରିନି କର୍କଟ:‘ ସର୍‌ଭାଇଭର୍‌’ ନୁହେଁ ‘ଫାଇଟର୍‌’

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ଭବିଷ୍ୟତକୁ ନେଇ ସେମାନେ ନିଶ୍ଚିନ୍ତ ନୁହନ୍ତି, ହେଲେ ମନରେ ଅଛି ଅସୁମାରୀ ସ୍ବପ୍ନ। କିଛି ନୂଆ କରିବାର ସ୍ବପ୍ନ ଓ ନିଜେ ବଞ୍ଚତ୍ ଅନ୍ୟକୁ ବଞ୍ଚତ୍ବାର ରାହା ଦେଖାଇବାର ସ୍ବପ୍ନ। କ୍ୟାନ୍‌ସର ଭଳି ଦୁରାରୋଗ୍ୟର ଶିକାର ହୋଇ ବି ଆଜି ସେ ହାର୍‌ ମାନିନାହାନ୍ତି, ବରଂ ଆଗଠାରୁ ଅଧିକ ଶକ୍ତିଶାଳୀ ହୋଇଛନ୍ତି। ଲଢ଼େଇ କରିବାର ସାହାସ ପାଇଛନ୍ତି। ସେଥିପାଇଁ ସେମାନେ ‘ସର୍‌ଭାଇଭର୍‌’ ନୁହେଁ, ‘ଫାଇଟର୍‌’ର ଆଖ୍ୟା ପାଇଛନ୍ତି। ପରିଚୟ ଫାଉଣ୍ଡେଶନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ହୋଟେଲରେ ଆୟୋଜିତ କିୟା ଫ୍ୟାଶନ୍‌ ଶୋ’ରେ ଏଭଳି କିଛି ଫାଇଟର୍‌ଙ୍କୁ ର଼୍ୟାମ୍ପ୍‌ରେ ଦେଖିବାକୁ ମିଳିଥିଲା। କ୍ୟାନ୍‌ସର ପୀଡ଼ିିତଙ୍କୁ ନେଇ ଆୟୋଜିତ ଏହି ଫ୍ୟାଶନ ଶୋ’ରେ ଅଂଶଗ୍ରହଣ କରିଥିବା ଏହି ଫାଇଟର୍‌ମାନେ କିଛିକ୍ଷଣ ପାଇଁ ନିଜ କଷ୍ଟକୁ ଭୁଲି ହସି ହସି ର଼୍ୟାମ୍ପ୍‌-ଓ୍ବାକ୍‌ କରିବା ସହ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥିଲେ।
ଚଳିତବର୍ଷ ୪ର୍ଥ ଥର ପାଇଁ ଆୟୋଜିତ କିୟା ଫ୍ୟାଶନ୍‌ ଶୋ’ରେ କ୍ୟାନ୍‌ସର ପୀଡ଼ିତଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରିଥିଲା ପରିଚୟ ଫାଉଣ୍ଡେଶନ। ଏହାସହ କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପାଠପଢ଼ା ଛାଡ଼ିଥିବା ବାଳିକାମାନଙ୍କ ଲାଗି ଉଦ୍ଦିଷ୍ଟ ଅଳକାନନ୍ଦ ବୃତ୍ତି କାର୍ଯ୍ୟକ୍ରମ ପାଇଁ ପାଣ୍ଠି ଯୋଗାଡ଼ କରାଯାଇଥିଲା। ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟଶାଣୀ, ଫାଉଣ୍ଡେଶନର ପ୍ରତିଷ୍ଠାତା ରୋଜାଲିନ୍‌ ପାଟଶାଣୀ ପ୍ରମୁଖ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ର଼୍ୟାମ୍ପ୍‌ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ସହ କାନ୍‌ସରକୁ ପଛରେ ପକାଇ ମଞ୍ଚରେ ସାହସର ସହ ଚାଲିଥିଲେ ରଞ୍ଜନା ଅଗ୍ରଓ୍ବାଲ, ସ୍ବାଗତିକା ଆଚାର୍ଯ୍ୟ, ଡ. ଜେ.ଏମ୍‌. ରାଓ, ରାଜେଶ୍ୱରୀ ରାୟ ମହାପାତ୍ର, ବିଷ୍ଣୁପ୍ରିୟା ସାହୁ, ଭବାନୀ ଓନୀ, ପି.କେ. ତ୍ରିପାଠୀ ଏବଂ ବିଜୟଲକ୍ଷ୍ମୀ କର। ର଼୍ୟାମ୍ପ୍‌-ଓ୍ବାକ୍‌ କରିବା ସହ ସେମାନେ ନିଜ ଜୀବନର ସଂଘର୍ଷ କାହାଣୀ ସମ୍ପର୍କରେ କହିଥିଲେ। ପ୍ରାରମ୍ଭରେ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ଏବଂ ଅମ୍ରିତା ଭାରତୀ ପଣ୍ଡା ମନଛୁଆଁ ଗୀତରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ।

ପରଦାକୁ ଫେରିବାର ସ୍ବପ୍ନ
ଓଡ଼ିଆ ଧାରାବାହିକରେ ଖଳନାୟିକା ଭୂମିକାରେ ଅଭିନୟ କରି ସେ ଓଡ଼ିଶାର ଘରେ ଘରେ ପରିଚିତା। ନିଜ ଯାଦୁକରି ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସେ ବେଶ୍‌ ଉସ୍ତାଦ୍‌। ଏହି ଅଭିନେତ୍ରୀ ଜଣକ ଆଉକେହି ନୁହନ୍ତି, ସମସ୍ତଙ୍କ ପ୍ରିୟ ରାଜେଶ୍ୱରୀ ରାୟ ମହାପାତ୍ର। ରାଜେଶ୍ୱରୀ କ୍ୟାନ୍‌ସର ପୀଡ଼ିତା ବୋଲି କିଛିଦିନ ତଳେ ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକଙ୍କ ମନରେ ଗଭୀର ଆଘାତ ଲାଗିଥିଲା। ହେଲେ ସେ ସେତେବେଳେ ବି ହାର୍‌ ମାନି ନ ଥିଲେ, କି ଆଜି ବି ହାର୍‌ ମାନିନାହାନ୍ତି। ଦୃଢ଼ ମନୋବଳ ନେଇ ପ୍ରତିଦିନ ଲଢ଼େଇ କରୁଛନ୍ତି ରାଜେଶ୍ୱରୀ। କ୍ୟାନ୍‌ସର ହୋଇଥିବା ଜଣାପଡ଼ିବାର ଏହାମଧ୍ୟରେ ୮ମାସ ସମୟ ବିତିଯାଇଛି। ଚିକିତ୍ସା ମଧ୍ୟ ଚାଲିଛି। ପ୍ରତିଦିନ ନୂଆ ସକାଳରେ ନୂଆ ଆଶା ନେଇ ସେ ଉଠୁଛନ୍ତି ଓ ନିଜ ଭବିଷ୍ୟତର ସ୍ବପ୍ନ ଦେଖୁଛନ୍ତି। ତାଙ୍କର ଏହି ଲଢ଼େଇରେ ସେ ଏକା ନାହାନ୍ତି। ସ୍ବାମୀ ସଞ୍ଜୟ ରାୟ ମହାପାତ୍ର ପ୍ରତି ମୁହୂର୍ତ୍ତରେ ତାଙ୍କ ସାହସ ହୋଇ ପାଖରେ ଛିଡ଼ା ହୋଇଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣିଥରେ କେମିତି ରୂପେଲି ପରଦାକୁ ଫେରିବେ ଓ ନିଜ ପ୍ରିୟ ଦର୍ଶକଙ୍କ ପାଇଁ ପୁଣିଥରେ ଖଳନାୟିକା ସାଜିବେ ସେହି ଆଶା ଓ ସାହସ ଆଜି ତାଙ୍କୁ ବଞ୍ଚତ୍ବାର ରାହା ଯୋଗାଇଛି ବୋଲି ରାଜେଶ୍ୱରୀ କହିଛନ୍ତି। ଗରିବ ଓ ଅସହାୟ ପିଲାମାନଙ୍କ ପାଇଁ ଶୁକ୍ରବାର ନିଜ ସ୍ବାମୀଙ୍କ ସହ ର଼୍ୟାମ୍ପ୍‌ରେ ଚାଲିଥିବା ରାଜେଶ୍ୱରୀ ମୃତ୍ୟୁ ସାମ୍ନାରେ ଥିଲେ ବି ପ୍ରତି ମୁହୂର୍ତ୍ତକୁ ହସି ହସି ବଞ୍ଚତ୍ବାକୁ ଅନ୍ୟ କ୍ୟାନ୍‌ସର ପୀଡ଼ିତମାନଙ୍କୁ କହିଛନ୍ତି। ଯଦି ତୁମ ହସରେ ଅନ୍ୟମାନେ ନିଜ ଦୁଃଖ ଭୁଲି ହସିପାରୁଛନ୍ତି, ତା’ହେଲେ ହସିବାରେ କୁଣ୍ଠାବୋଧ କରନାହିଁ ବୋଲି କହିଛନ୍ତି। ‘ଉଁଆସି କନ୍ୟା’, ‘ଦେବୀ’, ‘ବସୁନ୍ଧରା’, ‘ସଂସ୍କାର’ ଓ ‘ସ୍ବାଭିମାନ’ ଭଳି ମେଗା ଧାରାବାହିକରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?