ହରାଇପାରିନି କର୍କଟ:‘ ସର୍‌ଭାଇଭର୍‌’ ନୁହେଁ ‘ଫାଇଟର୍‌’

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ଭବିଷ୍ୟତକୁ ନେଇ ସେମାନେ ନିଶ୍ଚିନ୍ତ ନୁହନ୍ତି, ହେଲେ ମନରେ ଅଛି ଅସୁମାରୀ ସ୍ବପ୍ନ। କିଛି ନୂଆ କରିବାର ସ୍ବପ୍ନ ଓ ନିଜେ ବଞ୍ଚତ୍ ଅନ୍ୟକୁ ବଞ୍ଚତ୍ବାର ରାହା ଦେଖାଇବାର ସ୍ବପ୍ନ। କ୍ୟାନ୍‌ସର ଭଳି ଦୁରାରୋଗ୍ୟର ଶିକାର ହୋଇ ବି ଆଜି ସେ ହାର୍‌ ମାନିନାହାନ୍ତି, ବରଂ ଆଗଠାରୁ ଅଧିକ ଶକ୍ତିଶାଳୀ ହୋଇଛନ୍ତି। ଲଢ଼େଇ କରିବାର ସାହାସ ପାଇଛନ୍ତି। ସେଥିପାଇଁ ସେମାନେ ‘ସର୍‌ଭାଇଭର୍‌’ ନୁହେଁ, ‘ଫାଇଟର୍‌’ର ଆଖ୍ୟା ପାଇଛନ୍ତି। ପରିଚୟ ଫାଉଣ୍ଡେଶନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ହୋଟେଲରେ ଆୟୋଜିତ କିୟା ଫ୍ୟାଶନ୍‌ ଶୋ’ରେ ଏଭଳି କିଛି ଫାଇଟର୍‌ଙ୍କୁ ର଼୍ୟାମ୍ପ୍‌ରେ ଦେଖିବାକୁ ମିଳିଥିଲା। କ୍ୟାନ୍‌ସର ପୀଡ଼ିିତଙ୍କୁ ନେଇ ଆୟୋଜିତ ଏହି ଫ୍ୟାଶନ ଶୋ’ରେ ଅଂଶଗ୍ରହଣ କରିଥିବା ଏହି ଫାଇଟର୍‌ମାନେ କିଛିକ୍ଷଣ ପାଇଁ ନିଜ କଷ୍ଟକୁ ଭୁଲି ହସି ହସି ର଼୍ୟାମ୍ପ୍‌-ଓ୍ବାକ୍‌ କରିବା ସହ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥିଲେ।
ଚଳିତବର୍ଷ ୪ର୍ଥ ଥର ପାଇଁ ଆୟୋଜିତ କିୟା ଫ୍ୟାଶନ୍‌ ଶୋ’ରେ କ୍ୟାନ୍‌ସର ପୀଡ଼ିତଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରିଥିଲା ପରିଚୟ ଫାଉଣ୍ଡେଶନ। ଏହାସହ କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପାଠପଢ଼ା ଛାଡ଼ିଥିବା ବାଳିକାମାନଙ୍କ ଲାଗି ଉଦ୍ଦିଷ୍ଟ ଅଳକାନନ୍ଦ ବୃତ୍ତି କାର୍ଯ୍ୟକ୍ରମ ପାଇଁ ପାଣ୍ଠି ଯୋଗାଡ଼ କରାଯାଇଥିଲା। ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟଶାଣୀ, ଫାଉଣ୍ଡେଶନର ପ୍ରତିଷ୍ଠାତା ରୋଜାଲିନ୍‌ ପାଟଶାଣୀ ପ୍ରମୁଖ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ର଼୍ୟାମ୍ପ୍‌ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ସହ କାନ୍‌ସରକୁ ପଛରେ ପକାଇ ମଞ୍ଚରେ ସାହସର ସହ ଚାଲିଥିଲେ ରଞ୍ଜନା ଅଗ୍ରଓ୍ବାଲ, ସ୍ବାଗତିକା ଆଚାର୍ଯ୍ୟ, ଡ. ଜେ.ଏମ୍‌. ରାଓ, ରାଜେଶ୍ୱରୀ ରାୟ ମହାପାତ୍ର, ବିଷ୍ଣୁପ୍ରିୟା ସାହୁ, ଭବାନୀ ଓନୀ, ପି.କେ. ତ୍ରିପାଠୀ ଏବଂ ବିଜୟଲକ୍ଷ୍ମୀ କର। ର଼୍ୟାମ୍ପ୍‌-ଓ୍ବାକ୍‌ କରିବା ସହ ସେମାନେ ନିଜ ଜୀବନର ସଂଘର୍ଷ କାହାଣୀ ସମ୍ପର୍କରେ କହିଥିଲେ। ପ୍ରାରମ୍ଭରେ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ଏବଂ ଅମ୍ରିତା ଭାରତୀ ପଣ୍ଡା ମନଛୁଆଁ ଗୀତରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ।

ପରଦାକୁ ଫେରିବାର ସ୍ବପ୍ନ
ଓଡ଼ିଆ ଧାରାବାହିକରେ ଖଳନାୟିକା ଭୂମିକାରେ ଅଭିନୟ କରି ସେ ଓଡ଼ିଶାର ଘରେ ଘରେ ପରିଚିତା। ନିଜ ଯାଦୁକରି ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସେ ବେଶ୍‌ ଉସ୍ତାଦ୍‌। ଏହି ଅଭିନେତ୍ରୀ ଜଣକ ଆଉକେହି ନୁହନ୍ତି, ସମସ୍ତଙ୍କ ପ୍ରିୟ ରାଜେଶ୍ୱରୀ ରାୟ ମହାପାତ୍ର। ରାଜେଶ୍ୱରୀ କ୍ୟାନ୍‌ସର ପୀଡ଼ିତା ବୋଲି କିଛିଦିନ ତଳେ ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକଙ୍କ ମନରେ ଗଭୀର ଆଘାତ ଲାଗିଥିଲା। ହେଲେ ସେ ସେତେବେଳେ ବି ହାର୍‌ ମାନି ନ ଥିଲେ, କି ଆଜି ବି ହାର୍‌ ମାନିନାହାନ୍ତି। ଦୃଢ଼ ମନୋବଳ ନେଇ ପ୍ରତିଦିନ ଲଢ଼େଇ କରୁଛନ୍ତି ରାଜେଶ୍ୱରୀ। କ୍ୟାନ୍‌ସର ହୋଇଥିବା ଜଣାପଡ଼ିବାର ଏହାମଧ୍ୟରେ ୮ମାସ ସମୟ ବିତିଯାଇଛି। ଚିକିତ୍ସା ମଧ୍ୟ ଚାଲିଛି। ପ୍ରତିଦିନ ନୂଆ ସକାଳରେ ନୂଆ ଆଶା ନେଇ ସେ ଉଠୁଛନ୍ତି ଓ ନିଜ ଭବିଷ୍ୟତର ସ୍ବପ୍ନ ଦେଖୁଛନ୍ତି। ତାଙ୍କର ଏହି ଲଢ଼େଇରେ ସେ ଏକା ନାହାନ୍ତି। ସ୍ବାମୀ ସଞ୍ଜୟ ରାୟ ମହାପାତ୍ର ପ୍ରତି ମୁହୂର୍ତ୍ତରେ ତାଙ୍କ ସାହସ ହୋଇ ପାଖରେ ଛିଡ଼ା ହୋଇଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣିଥରେ କେମିତି ରୂପେଲି ପରଦାକୁ ଫେରିବେ ଓ ନିଜ ପ୍ରିୟ ଦର୍ଶକଙ୍କ ପାଇଁ ପୁଣିଥରେ ଖଳନାୟିକା ସାଜିବେ ସେହି ଆଶା ଓ ସାହସ ଆଜି ତାଙ୍କୁ ବଞ୍ଚତ୍ବାର ରାହା ଯୋଗାଇଛି ବୋଲି ରାଜେଶ୍ୱରୀ କହିଛନ୍ତି। ଗରିବ ଓ ଅସହାୟ ପିଲାମାନଙ୍କ ପାଇଁ ଶୁକ୍ରବାର ନିଜ ସ୍ବାମୀଙ୍କ ସହ ର଼୍ୟାମ୍ପ୍‌ରେ ଚାଲିଥିବା ରାଜେଶ୍ୱରୀ ମୃତ୍ୟୁ ସାମ୍ନାରେ ଥିଲେ ବି ପ୍ରତି ମୁହୂର୍ତ୍ତକୁ ହସି ହସି ବଞ୍ଚତ୍ବାକୁ ଅନ୍ୟ କ୍ୟାନ୍‌ସର ପୀଡ଼ିତମାନଙ୍କୁ କହିଛନ୍ତି। ଯଦି ତୁମ ହସରେ ଅନ୍ୟମାନେ ନିଜ ଦୁଃଖ ଭୁଲି ହସିପାରୁଛନ୍ତି, ତା’ହେଲେ ହସିବାରେ କୁଣ୍ଠାବୋଧ କରନାହିଁ ବୋଲି କହିଛନ୍ତି। ‘ଉଁଆସି କନ୍ୟା’, ‘ଦେବୀ’, ‘ବସୁନ୍ଧରା’, ‘ସଂସ୍କାର’ ଓ ‘ସ୍ବାଭିମାନ’ ଭଳି ମେଗା ଧାରାବାହିକରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଜିଲାପାଳଙ୍କୁ ଦାବିପତ୍ର ଦେଲେ ସୁନାବେଡ଼ା ଅଭୟାରଣ୍ୟବାସୀ

ନୂଆପଡ଼ା,୧ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଅଧିବାସୀ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ୩…

ପୋଖରୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ ବ୍ୟକ୍ତି, ଖୋଜାଖୋଜି ପରେ ମିଳିଲା ତାଙ୍କ…

ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଲ୍ଲୀ ଗ୍ରାମର ପୋଖରୀରୁ ରବିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ଯୁବକଙ୍କ ହାତଗୋଡ଼ ବାନ୍ଧି ମରଣାନ୍ତକ ଆକ୍ରମଣ ପରେ ଅପହରଣ ଘଟଣା: ୫ ଦିନ ବିତିଲା, ପୋଲିସ ହାତ ଖାଲି

ଆଳି,୧।୬(ବନମାଳୀ ସେନାପତି)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରି ଅପହରଣ କରିବା…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ବ୍ଲକ ପରେ ଏବେ ପଞ୍ଚାୟତରେ ବି ଅଭିଯୋଗ ଶୁଣିବେ ଅଧିକାରୀ

ଦାରିଙ୍ଗବାଡି,୧।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତରେ ପ୍ରଥମଥର ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ଟ୍ରାକ୍ଟର ଉପରେ ଚଢି ଖେଳୁଥିଲେ ମନୁ: ହଠାତ୍‌ ଖସିଗଲା ଗୋଡ଼, ଆଉ ତା’ପରେ…

ଦାରିଙ୍ଗବାଡି, ୧।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରାକ୍ଟରରୁ ଖସି ଜଣେ ୪ ବର୍ଷ ଶିଶୁର…

୨୯ ଦିନରେ ପହଞ୍ଚିଲା ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ପଟୁଆରରେ ସହର ପରିକ୍ରମା କଲେ ମା‘

ଛତ୍ରପୁର, ୧।୬ (ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟା ଦେବୀ ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାକୁ ନେଇ ସାରା ସହର ଉତ୍ସବମୁଖର ହୋଇଉଠିଛି। ସୋମବାର ଯାତ୍ରାର…

ଦୋକାନ ତାଲା ଭାଙ୍ଗି ଟଙ୍କା-ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ: ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍‌

ଛତ୍ରପୁର,୧।୬(ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ଲୋୟର ବସ ଷ୍ଟାଣ୍ଡଠାରେ ସୋମବାର ଭୋରରୁ ଏକ ଦୋକାନରୁ କିଛି ଦୁର୍ବୃତ୍ତ ଚୋରି କରିବା ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri