କ୍ଲୋରିନ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ:ଜେଏସ୍‌ପିଏଲ୍‌ ପଦକ୍ଷେପକୁ ପ୍ରଶଂସା

ଅନୁଗୋଳ ଅଫିସ, ୨୬।୧୧

ଫାକ୍ଟ୍ରିଜ ଆଣ୍ଡ ବଏଲର୍ସ ଅନୁଗୋଳ ଜୋନ ସହ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌) ପରିସରରେ କ୍ଲୋରିନ ନିରାପତ୍ତା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲୋରିନ ଗ୍ୟାସ ନିରାପତ୍ତା ପାଇଁ ଆବଶ୍ୟକ ହେଉଥିବା ବ୍ୟବସ୍ଥା ଉପରେ ଆଲୋଚନା କରିବା ସହ ଆପାତକାଳୀନ ପରିସ୍ଥିତିରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ୧୫୦ ଜଣ କର୍ମଚାରୀ, ଶ୍ରମଜୀବୀଙ୍କୁ ସହ ନିର୍ଦ୍ଦେଶକ ସାମନ୍ତରାୟ ସଚେତନ କରାଇଥିଲେ। ଏହି ଅବସରରେ ଜେଏସ୍‌ପିଏଲ୍‌ ମ୍ୟାନେଜମେଣ୍ଟ ଦ୍ୱାରା ନିରାପତ୍ତା ପାଇଁ ନିଆଯାଉଥିବା ବହୁବିଧ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ। ନିର୍ବାହୀ ନିର୍ଦ୍ଦେଶକ ମେଣ୍ଟେନାନ୍ସ ସୁରେଶ କୁମାର, ଜେଏସ୍‌ପିଏଲ୍‌ ଗ୍ରୁପ୍‌ ସୁରକ୍ଷା ବିଭାଗ ମୁଖ୍ୟ ରବିକାନ୍ତ ସୋମନୀ ଓ ବିଭିନ୍ନ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ। ଜେଏସ୍‌ପିଏଲ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ମଧ୍ୟ ଠିକଣା ଦିଗ୍‌ଦର୍ଶନ ପାଇଁ ସାମନ୍ତରାୟଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ଜେଏସ୍‌ପିଏଲ୍‌ ଓଡ଼ିଶାର ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗତମ ଏହି ଅବସରରେ ସମସ୍ତଙ୍କୁ ସୁରକ୍ଷା ନିୟମ ମାନି କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ହିସାବରେ ଜେଏସ୍‌ପିଏଲ୍‌ ସମଗ୍ର ବ୍ୟବସାୟିକ କାର୍ଯ୍ୟରେ ବିଶ୍ୱସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଆପଣାଇଥାଏ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଜେଏସ୍‌ପିଏଲ୍‌ ପରିସରରେ ନିରାପତ୍ତା ସମ୍ବନ୍ଧୀୟ ଏକ ଉପକ୍ରମ ‘ଆଇନା’ର ପ୍ଲେଟ ମିଲ ଓ ଶିଣ୍ଟର ପ୍ଳାଣ୍ଟଠାରେ ଉଦ୍‌ଘାଟନ କରିବା ସହ ଉଭୟ ୟୁନିଟ୍‌ ମଧ୍ୟରେ ଉତ୍କୃଷ୍ଟ ଆଇନା ପ୍ରଦର୍ଶନ ପାଇଁ ପ୍ରତିଯୋଗିତାର ଆୟୋଜନ କରିଥିଲେ। ବିଭାଗୀୟ ମୁଖ୍ୟ ପ୍ଲେଟ ମିଲ ଯୋଗେଶ ପଟେଲ, ବିଭାଗୀୟ ମୁଖ୍ୟ ଶିଣ୍ଟର ପ୍ଳାଣ୍ଟ ବ୍ରିଜ ଭଦଦ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଜିଏମ୍‌ ନିରାପତ୍ତା ନବୀନ ଗତମ କାର୍ଯ୍ୟକ୍ରମଟି ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri