ମାହାଙ୍ଗାରେ ଫନୀ କେଳେଙ୍କାରୀ ଜଣଙ୍କ ଆକାଉଣ୍ଟକୁ ଦୁଇଥର ୯୫ହଜାର

କଟକ ଅଫିସ/ମାହାଙ୍ଗା(ସ୍ବପ୍ର), ୨୬ା୧୧: କଟକ ଜିଲାରେ ଆବାସ ଦୁର୍ନୀତିକୁ ନେଇ ହୋହଲ୍ଲା ଚାଲିଥିବାବେଳେ ଏବେ ଫନୀ ସହାୟତାକୁ ନେଇ ବଡ଼ଧରଣର ଦୁର୍ନୀତି ମାହାଙ୍ଗା ତହସିଲରେ ଘଟିଛି। ଜଣେ ହିତାଧିକାରୀଙ୍କ ଆକାଉଣ୍ଟକୁ ଫନୀ ଘରଭଙ୍ଗା ସହାୟତା ବାବଦରେ ଦୁଇଥର ୯୫ହଜାର ଲେଖାଏ ଟଙ୍କା ତହସିଲ ଅଫିସ ପକ୍ଷରୁ ପଠାଯାଇଛି। ହିତାଧିକାରୀ ଜଣକ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି। ତହସିଲ ପକ୍ଷରୁ ଯୋଗାଯୋଗ କରାଯିବାରୁ ସ୍ତ୍ରୀଙ୍କ ଚିକିତ୍ସା ବାବଦରେ ଉକ୍ତ ଟଙ୍କା ଖର୍ଚ୍ଚ କରିଦେଇଥିବା ସମ୍ପୃକ୍ତ ହିତାଧିକାରୀ କହିଥିଲେ। ଏହାକୁ ନେଇ ତହସିଲ ପ୍ରଶାସନ ଅଡୁଆରେ ପଡ଼ିଛି। ହାତଗୁଞ୍ଜା ନେଇ ଜଣଙ୍କ ଆକାଉଣ୍ଟକୁ ଦୁଇ ଥର ଟଙ୍କା ପଠାଯାଇଥିବା ଲୋକେ ଚର୍ଚ୍ଚା କରୁଥିବାବେଳେ ତହସିଲ ପ୍ରଶାସନ ପକ୍ଷରୁ ଭୁଲବଶତଃ ଏଭଳି ହୋଇଥିବା କୁହାଯାଇଛି। ତେବେ ଏହିସବୁ କଥା ଭିତରେ ଆଉ ଏକ ପ୍ରସଙ୍ଗ ଘଟଣାଟିକୁ ଅଧିକ ବିବାଦୀୟ କରିଛି। ତାହା ହେଉଛି ଫନୀ ଘର ଭଙ୍ଗା ବାବଦରେ ଆରଆଇମାନେ ଯେଉଁ କ୍ଷେତ୍ର ତଦନ୍ତ ରିପୋର୍ଟ ପଠାଇଥିଲେ, ସେ ସବୁକୁ ତହସିଲ ଅଫିସରେ ବଦଳା ଯାଇ ଏଭଳି ବେଆଇନ କାମ କରାଯାଉଛି। ଫଳରେ ଫନୀରେ ସର୍ବସ୍ବାନ୍ତ ହୋଇଥିବା ଲୋକେ ମୁଣ୍ଡରେ ହାତଦେଇ ବସିଥିବାବେଳେ ଅଯୋଗ୍ୟ ହିତାଧିକାରୀମାନେ ଯୋଜନାରୁ ଫାଇଦା ଉଠାଇଛନ୍ତି। ଉଦାହରଣ ଭାବେ ଜଣଙ୍କ ଆକାଉଣ୍ଟକୁ ଅଯାଚିତ ଭାବେ ଦୁଇଥର ଟଙ୍କା ପଠାଇବା ଘଟଣାରୁ ଏହା ପ୍ରମାଣିତ ହୋଇଛି। ମାହାଙ୍ଗା ତହସିଲର ଭାରପ୍ରାପ୍ତ ତହସିଲଦାର ଦିଲ୍ଲୀପ ନାୟକ କୁହନ୍ତି, ଯେଉଁ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ଯାଇଛି, ତାଙ୍କୁ ଫେରାଇ ଦେବା ପାଇଁ କୁହାଯାଇଛି। ଯଦି ସେ ଏହି ଅର୍ଥ ଫେରସ୍ତ ନ କରନ୍ତି ତେବେ ଏଥିରେ ଯେଉଁ କର୍ମଚାରୀ ସମ୍ପୃକ୍ତ ଥିବେ ସେ ଉତ୍ତରଦାୟୀ ରହିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଡିଗାଁରେ ବଣୁଆ ହାତୀ ଆତଙ୍କ, ଧାନ ଫସଲ ନଷ୍ଟ

ପାରଳାଖେମୁଣ୍ଡି,୮ା୧୧(ଡି.ଏନ୍‌.ଏ.): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମରେ ବଣୁଆ ହାତୀର ଉପଦ୍ରବ। ଗାଁ ନିକଟରେ ଥିବା ପାହାଡ଼ରେ ଦୁଇଟି ହାତୀ ରହିଛନ୍ତି। ଦୁଇଟି...

ରାଧେଙ୍କ ଘରୁ ମିଳିଥିବା ଫୋନ୍‌ କାହାର

ଭବାନୀପାଟଣା,୨୨।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ...

ଝାରସୁଗୁଡାରେ ଚର୍ଚ୍ଚା: ନବ ଆଉଟ୍‌, କିଶୋର ଇନ୍‌

ଝାରସୁଗୁଡା ଅଫିସ,୮।୭: ରାଜ୍ୟ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲାରେ ମଧ୍ୟ ରାଜନୈତିକ...

ଅସହ୍ୟ ଗୁଳଗୁଳି, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଘରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ସକାଳୁ ସକାଳୁ ତାତି ବଢ଼ୁଛି। ପୁରୀରେ...

ଦେବେନ୍ଦ୍ର ଶତପଥୀଙ୍କ ସ୍ମୃତିଚାରଣ

ଭାପୁର, ୯।୯(ଡି.ଏନ.ଏ): ଢେଙ୍କାନାଳ ସଦର ବ୍ଲକ ଛଦେଶସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଦେବେନ୍ଦ୍ର ଶତପଥୀ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟରେ ଗୁରୁବାର...

୩ ମାସର ରୋଡ ଟ୍ୟାକ୍ସ ଛାଡ

ଭୁବନେଶ୍ୱର,୨୯ା୫,(ବ୍ୟୁରୋ)-କରୋନା ସଙ୍କଟ ସମୟରେ ଯାତ୍ରୀବାହୀ ଯାନ ପାଇଁ ୩ ମାସର ରୋଡ ଟ୍ୟାକ୍ସ ଛାଡ ହୋଇଛି। ୨୦୨୦ ଏପ୍ରିଲ ମାସରୁ ଜୁନ ଯାଏଁ ରୋଡ ଟ୍ୟାକ୍ସ...

ଦେଢ଼ଘଣ୍ଟା ପ୍ରବଳ ବର୍ଷିଲା, କୁଆପଥର ଖସିଲା

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା। ଏଥିସହ କେତେକ ସ୍ଥାନରେ ବଜ୍ରପାତ ମଧ୍ୟ ହୋଇଥିଲା। ସକାଳେ ପାଗ...

ମଣ୍ଡିରୁ ଉଠୁନି ଧାନ, ରାସ୍ତାକୁ ଓହ୍ଲାଇଲେ ଚାଷୀ

କୋଷାଗୁମୁଡ଼ା, ୨୧।୧୨(ଡି.ଏନ୍‌.ଏ.): ଚଳିତ ବର୍ଷ ଆରମ୍ଭରୁ ଦେଖାଦେଇଛି ଖରିଫ ଧାନମଣ୍ଡିରେ ଅବ୍ୟବସ୍ଥା। ପ୍ରଥମ ଦିନରୁ ଧାନମଣ୍ଡିରେ ଅଚଳାବସ୍ଥା। ଉଠିପାରିନାହିଁ ମଣ୍ଡିରୁ ଚାଷୀଙ୍କ ଧାନ। ବିଭାଗ ମିଲର୍ସଙ୍କୁ...

Advertisement
Archives

Model This Week