ଦୀପଦାନ କଲେ ମହାପ୍ରଭୁ

ପୁରୀ ଅଫିସ, ୨୬ା୧୧: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି ଉତ୍ସବ। ସୋମବାର ମାର୍ଗଶିର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସତ୍ୟଯୁଗୀୟ ମାତାପିତା ଅଦିତୀ ଓ କଶ୍ୟପଙ୍କୁ ଦୀପଦାନ କରିଛନ୍ତି। ସନ୍ଧ୍ୟାଧୂପ ନୀତି ପରେ ଭଣ୍ଡାର ମେକାପ ସିଂହାସନ ତଳେ ଚାଉଳରେ ଗଛ ତିଆରି କରିଥିଲେ। ପାଳିଆ ମେକାପ ସେହି ଗଛରେ ଦୀପ ବସାଇଥିଲେ। ତିନିଗୋଟି ସୁନା ଆଳତି ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳ ଗଛକୁ ସଂସ୍କାର କରି ପାଣି ଛଡାଇଥିଲେ। ପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକ ସିଂହାସନ ଉପରେ ଚଢି ବନ୍ଦାପନା କରିଥିଲେ। ଏହାପରେ ତିନୋଟି ମହାଦୀପ ବନ୍ଦାପନା ହୋଇଥିଲା। ପାଳିଆ ପୂଜାପଣ୍ଡା ମହାଦୀପକୁ ହାତରେ ଧରି ଜୟବିଜୟ ଦ୍ୱାର ଭିତର ପାଖକୁ ଆସି ସେଠାରେ ଥିବା ଚାଉଳ ନିର୍ମିତ ଗଛକୁ ସଂସ୍କାର କରି ପାଣି ଛାଡାଇଥିଲେ। ଏହାପରେ ମହାଦୀପ କଳସ ଧରି ଚୁନରା ସେବକଙ୍କୁ ପ୍ରଦାନ କରିଥିଲେ। ଚୁନରା ସେବକ ଗୋଟିଏ ଦୀପ ଶ୍ରୀମନ୍ଦିର ଅଳଁା ବେଢ଼ା ଉପରେ, ଆଉ ଗୋଟିଏ ଦୀପ ନାଟମଣ୍ଡପ ଉପରେ ଏବଂ ଅନ୍ୟଟି ଭୋଗ ମଣ୍ଡପ ଉପରେ ଜାଳିଥିଲେ। ଏଥିସହ ଚନ୍ଦ୍ର ଉଦିଆ ଜାଳିଥିଲେ।

ଶ୍ରାଦ୍ଧ ବେଶରେ ଦର୍ଶନ ଦେଲେ ଠାକୁର

ଦୀପଦାନ ନୀତି ସମୟରେ ଶ୍ରାଦ୍ଧ ବେଶରେ ଦର୍ଶନ ଦେଇଥିଲେ ଠାକୁର। ପୁଷ୍ପାଳକ ସେବକମାନେ ଶ୍ରୀବିଗ୍ରହମାନଙ୍କୁ ନାଗପୁରୀ କାଶୀ ଧଡ଼ିଆ ଧଳା ବସ୍ତ୍ରରେ ବିଭୂଷିତ କରିଥିଲେ। ଶ୍ରୀଜଗନ୍ନାଥଙ୍କୁ ଲାଗି ହୋଇଥିବା ଧଳାବସ୍ତ୍ର ଧଡିର ରଙ୍ଗ ନାଲି ରହିଥିବାବେଳେ ବଳଭଦ୍ରଙ୍କ ବସ୍ତ୍ରର ଧଡି ରଙ୍ଗ କଳା ଏବଂ ସୁଭଦ୍ରାଙ୍କ ବସ୍ତ୍ରର ଧଡି ରଙ୍ଗ ହଳଦିଆ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ଟ୍ରାଫିକ୍‌ ନିୟମ: ବାବୁଙ୍କୁ କୋହଳ, ଲୋକଙ୍କୁ କଡ଼ା

ଢେଙ୍କାନାଳ ଅଫିସ, ୮।୯ – ସାରା ରାଜ୍ୟରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ। ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟା ରକମର ଜରିମାନା ଆଦାୟ କରାଯାଉଛି।...

୫ ବର୍ଷ ହେଲା ସରୁନି ଭିତରଗଡ଼ ପୋଲ

ଲକ୍ଷ୍ମୀପୁର,୨୦।୮(ସ୍ବ.ପ୍ର.): ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରି ବହୁ ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ସେଥିରୁ ଜନସାଧାରଣ ଉପକୃତ ହୋଇପାରୁନାହାନ୍ତି। କୋରାପୁଟ ଜିଲା...

ରାସ୍ତାରେ ବୁଲୁଛି କ୍ଷତାକ୍ତ ଦନ୍ତା

ଢେଙ୍କାନାଳ ଅଫିସ, ୧୨ ।୩ ଢେଙ୍କାନାଳ ସଦର ରେଞ୍ଜ୍‌ ଗହମଖୁଣ୍ଟି ରାସ୍ତାରେ କ୍ଷତାକ୍ତ ଅବସ୍ଥାରେ ବୁଲୁଥିବା ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି। ହାତୀର ପଛ...

ହଜାରେ ଦେଇ କୁମ୍ଭୀର ଆଣିଲେ

ବାରଙ୍ଗ/କଟକ ସଦର, ୮।୮ (ଡି.ଏନ.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ ବାରଦା ଗ୍ରାମ ଶିବବଜାର ନିକଟ ମହାନଦୀରୁ ଶନିବାର ସକାଳେ ଏକ କୁମ୍ଭୀରଛୁଆ ଉଦ୍ଧାର କରାଯାଇଛି।...

୮ ଦଫା ଦାବିପତ୍ର ଦେଲେ ଏଆଇଏସ୍‌ଏଫ୍‌ ଛାତ୍ରୀଛାତ୍ର

ବଡବିଲ, ୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ କଲେଜ ସମ୍ମୁଖରେ ଅଲ୍‌ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନ(ଏଆଇଏସଏଫ୍‌) ବଡବିଲ ଶାଖା ତରଫରୁ ସୋମବାର ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାମାଜିକ...

ଜଙ୍ଗଲ ଜମି ବିବାଦକୁ ନେଇ ଉତ୍ତେଜନା

ପାଟଣା,୧୯ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧନୁର୍ଜୟପୁର ଗ୍ରାମ ରିଜର୍ଭ ଫରେଷ୍ଟରେ ଜଙ୍ଗଲ ଜମିର ସୀମା ବିବାଦକୁ ନେଇ ଶନିବାର ଉତ୍ତେଜନା ସୃଷ୍ଟି ହୋଇଛି। ଦୀର୍ଘଦିନର...

ସୁଧୁରୁନି ପରିମଳ ବ୍ୟବସ୍ଥା

କଟକ ଅଫିସ,୧୪ା୧୦:କଟକ ସହରର ୫୯ନଂ. ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅଳିଆ ଆବର୍ଜନା ପଡ଼ି ରହୁଥିଲେ ମଧ୍ୟ କେହି ଉଠାଇବାକୁ ଆସୁନାହାନ୍ତି। ଆଲୋକୀକରଣ...

ପୁରୀ ବନ୍ୟପ୍ରାଣୀ ଡିଭିଜନ: ବର୍ଷା ସମ୍ଭାବନା ଯୋଗୁ ପକ୍ଷୀ ଗଣନା ଘୁଞ୍ଚିଲା

ପୁରୀ ଅଫିସ,୩ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଶୁକ୍ରବାର ପକ୍ଷୀ ଗଣନା କରାଯିବ ଲାଗି ସ୍ଥିର ହୋଇଥିଲା। ଏଥିପାଇଁ ଗୁରୁବାର ପକ୍ଷୀ ଗଣନା ତାଲିମ ଶିବିର ମଧ୍ୟ...

Advertisement
Archives

Model This Week