ସାପ କାମୁଡ଼ାରେ ମହିଳା ମୃତ
ରଣପୁର, ୨୮।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ବଳଭଦ୍ରପୁର ପଞ୍ଚାୟତ କେରଣ୍ଡାଟାଙ୍ଗୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅକ୍ରୁର ସାହୁଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା(୪୩)। ପ୍ରକାଶ ଯେ, ଲକ୍ଷ୍ମୀପ୍ରିୟା ପରିବାର ସହ ରାତିରେ ଖାଇପିଇ ଶୋଇଥିଲେ।…
ଦୀପାବଳିରେ ଅଘଟଣ: ବାଣଫୁଟି ୨ ମୃତ
ଖଲିକୋଟ, ୨୮।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲିକୋଟ ଏନ୍ଏସି ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ହରିଜନପୁର ସାହିରେ ବାଣ ଫୁଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମାଧବ ଦାସ(୨୫) ଏବଂ ଶ୍ରଦ୍ଧେୟ ଦାସ(୨୫)। ପ୍ରକାଶ ଯେ, ମାଧବ ଓ ଶ୍ରଦ୍ଧେୟ ଦୀପାବଳି ରାତିରେ…
ମଧ୍ୟାହ୍ନଭୋଜନରେ ଝିଟିପିଟି ପଡ଼ିବା ଘଟଣା : କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା
ଭଦ୍ରକ ଅଫିସ,୨୮।୧୦: ଭଦ୍ରକ ବ୍ଲକ କେଦାରପୁର ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ଝିଟିପିଟି ପଡ଼ି ପ୍ରାୟ ୫୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିଲେ। ଏହି ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପଦକ୍ଷେପ ନିଆଯାଇନାହିଁ। ସୋମବାର ଜିଲା ଭାଜପା…
ଟିକ୍ଟକ୍ରେ ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟ ଭାଇରାଲ
ପୁରୀ ଅଫିସ, ୨୮।୧୦: ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟ ପୁଣି ଭାଇରାଲ ହୋଇଛି। ଟିକ୍ଟକ୍ରେ ଦୁଇଟି ଭିଡିଓକୁ କେହି ସେୟାର କରିବା ପରେ ଏହା ଏବେ ପଦାକୁ ଆସିଛି । ଶ୍ରୀମନ୍ଦିର ଭିତର ଭିଡିଓ ସହ ଆନନ୍ଦ ବଜାରରେ ଅବଢ଼ା ଖାଉଥିବା…
ଘର ସହ ଜଳିଗଲେ ତହସିଲ କର୍ମଚାରୀ
ହାଟଡିହୀ,୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ସୋସୋ ଥାନା ଅନ୍ତର୍ଗତ ସୁନ୍ଦରାପାଳ ଛକରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଘର ଜଳିଯିବା ସହିତ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ହାଟଡିହୀରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଯାଇ ନିଅଁାକୁ…
ଡେବ୍ରିଗଡ଼ ଅଭୟାରଣ୍ୟରେ ହାତୀପଲ: ଆଶ୍ୱସ୍ତ ହେଲେ ଚାଷୀ
ଭଟ୍ଲି, ୨୮।୧୦(ଡି.ଏନ୍.ଏ.): ବିଗତ ୩ ଦିନ ହେବ ହାତୀଙ୍କୁ ନେଇ ଭୟରେ ଥିବା ବରଗଡ଼ ଜିଲାର ଚାଷୀମାନେ ରବିବାରଠାରୁ ସାମାନ୍ୟ ଆଶ୍ୱସ୍ତିଲାଭ କରିଛନ୍ତି। ଛତିଶଗଡ଼ ରାଜ୍ୟ ଅନ୍ତର୍ଗତ ଭଟ୍ଲି ନିକଟସ୍ଥ ବାରପାହାଡ଼ ଜଙ୍ଗଲ ଅଭିମୁଖେ ଚାଲିଆସିଥିବା ୨ଟି ବଣୁଆ ହାତୀ ଧାନ…
ବିଶିଷ୍ଟ ପାଇକ ଗୁରୁ ଦୀନବନ୍ଧୁ ବିଶ୍ବାଳଙ୍କ ପରଲୋକ
ଖୋର୍ଦ୍ଧା ଅଫିସ, ୨୮।୧୦: ଖୋର୍ଦ୍ଧା ଜିଲାର ବିଶିଷ୍ଟ ପାଇକ ଗୁରୁ ଦୀନବନ୍ଧୁ ବିଶ୍ବାଳଙ୍କ ୭୦ବର୍ଷ ବୟସରେ ସୋମବାର ପରଲୋକ ଘଟିଛି। ବିଗତ କିଛି ଦିନ ହେବ ସେ ନିମୋନିଆରେ ପୀଡ଼ିତଥିଲେ। ଶେଷ ଦର୍ଶନ ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଖୋର୍ଦ୍ଧା…
ଜନଶୁଣାଣିରେ ଷଣ୍ଢ
ରାଜନଗର,୨୮।୧୦(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକଠାରେ ସୋମବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଚାଲିଥିଲା। ଗୋରୁ ବିଭିନ୍ନ ସମୟରେ ଫସଲ ନଷ୍ଟ କରୁଥିବାରୁ ଏହାର ପ୍ରତିବାଦ କରି ଚାଷୀମାନେ ୨ଶହରୁ ଊର୍ଦ୍ଧ୍ୱ ଷଣ୍ଢଙ୍କୁ ବ୍ଲକ କାର୍ଯ୍ୟାଳୟରେ ଠୁଳକରି ଅଭିନବ ଉପାୟରେ ପ୍ରତିବାଦ କରିଥିଲେ।…
କାଳୀପୂଜା ଲାଗି ସରକାରୀ ଛୁଟି ଘୋଷଣା
ଭଦ୍ରକ ଅଫିସ,୨୮।୧୦: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୂଜା ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି। ଖାସ୍ ଏଥିପାଇଁ ଜିଲାର ସମସ୍ତ ସ୍କୁଲ, କଲେଜ ସମେତ ସରକାରୀ ଅଫିସକୁ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଆଞ୍ଚଳିକ ଛୁଟି ଭାବେ ଘୋଷଣା କରାଯାଇଛି।…
ଗୋଲବଜାରରେ ଅଗ୍ନିକାଣ୍ଡ: ଜଳିଗଲା ୬୦ ଦୋକାନ
ସମ୍ବଲପୁର, ୨୮।୧୦ (ବ୍ୟୁରୋ): ସମ୍ବଲପୁର ସହରର ଗୋଲବଜାରସ୍ଥିତ ପରିବା ମାର୍କେଟରେ ସୋମବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬୦ରୁ ଊର୍ଦ୍ଧ୍ୱ ଦୋକାନ ଜଳି ପାଉଁଶ ହୋଇଯାଇଛି। ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ…
ପୋଲିସ ଏନ୍କାଉଣ୍ଟରରେ ଅପରାଧୀ ଟିଙ୍ଗିରି ଆହତ
ଆସିକା,୨୮।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥରରେ ପୋଲିସ ଏନ୍କାଉଣ୍ଟରରେ ଟିଙ୍ଗିରି ଦୋରା(୩୨) ନାମକ ଜଣେ ଅପରାଧୀ ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଦୀପାବଳି ଅବସରରେ ଗାଁରେ କିଛି ଖେଳ ହେଉଥିଲା। ସେଠାରେ ଗାଁର…
ନିଆରା ଢଙ୍ଗରେ ଦୀପାବଳି: ବାଣ ଫୁଟା ନ ଯାଇ ବାଳାଶ୍ରମ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଉନ୍ନତିରେ ଖର୍ଚ୍ଚ ପାଇଁ ଦିଆଗଲା ଅର୍ଥ
ହାଟଡ଼ିହୀ,୨୮।୧୦(ସ୍ବ.ପ୍ର./ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ବିଶିଷ୍ଟ ସାମାଜିକ ସଂଗଠନ ‘ସର୍ଭ ଫର ଫିପୁଲ’ ତରଫରୁ ଦୀପାବଳି ଉତ୍ସବ ନିଆରା ଢଙ୍ଗରେ ପଳିତ ହୋଇଯାଇଛି। ଏହି ବ୍ଲକ ଅନ୍ତର୍ଗତ ବିଷ୍ଣୁପ୍ରିୟା ବାଳାଶ୍ରମ ଓ ବୃଦ୍ଧାଶ୍ରମରେ ଥିବା ଅସହାୟ ବୃଦ୍ଧାବୃଦ୍ଧ ଓ ଅନାଥ…

