ପାତ୍ରପୁର,୨୭ା୧୧(ଡି.ଏନ୍.ଏ.)-ନିର୍ବାଚନ ସରିବାର ଅଢ଼େଇବର୍ଷ ପରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ପାତ୍ରପୁର ସରପଞ୍ଚ ଏ. ଶ୍ରୀଦେବୀଙ୍କ ପଦବୀକୁ କୋର୍ଟ ଅଯୋଗ୍ୟ ଘୋଷିତ କରିଛି। ପାତ୍ରପୁର ପାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ଲୋପାମୁଦ୍ରା ବେହେରା ୨ରୁ ଅଧିକ ସନ୍ତାନ ଥିବା ଏକ ମାମଲାର ଶୁଣାଣି କରି ମଙ୍ଗଳବାର ଏହି ରାୟ ଶୁଣାଇଛନ୍ତି।
ପ୍ରକାଶ ଯେ, ଗତ ସରପଞ୍ଚ ନିର୍ବାଚନରେ ପାତ୍ରପୁର ପଞ୍ଚାୟତରୁ ଭାଜପା ସମର୍ଥନରେ ଶ୍ରୀଦେବି ବିଜୟୀ ହୋଇଥିଲେ। ଶ୍ରୀଦେବୀଙ୍କର ୩ ସନ୍ତାନ ଥିବା ଦର୍ଶାଇ ତାଙ୍କ ପବଦୀକୁ ଅଯୋଗ୍ୟ ଘୋଷିତ କରିବାକୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅମ୍ବିକା ବିଷୋୟୀ ପାତ୍ରପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ କୋର୍ଟରେ ମାମଲା ଦାୟର କରିଥିଲେ। ସମସ୍ତ ଦିଗକୁ ଅନୁଧ୍ୟାନ ପରେ ସରପଞ୍ଚ ଶ୍ରୀଦେବୀ ୩ ସନ୍ତାନର ଜନନୀ ଥିବା ପ୍ରମାଣିତ ହୋଇଥିଲା। ବିଚାରପତି ବେହେରା ମଙ୍ଗଳବାର ସନ୍ଧ୍ୟାରେ ସରପଞ୍ଚ ଏ ଶ୍ରୀଦେବୀଙ୍କ ପଦବୀକୁ ଅଯୋଗ୍ୟ ଘୋଷଣା କରିବା ସହ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥିନୀ ଅମ୍ବିକାଙ୍କୁ ସରପଞ୍ଚ ଘୋଷଣା କରିଛନ୍ତି। ରାୟ ପ୍ରକାଶ ପରେ ବିଜେଡିର ପତିତପାବନ ଦ୍ୟାନ ସାମନ୍ତରା, ମହେନ୍ଦ୍ର ସେଠୀ ଓ ଅନ୍ୟନେତାମାନେ ଖୁସି ମନାଇଛନ୍ତି। ଅମ୍ବିକାଙ୍କ ପକ୍ଷରୁ ଆଇନଜୀବୀ ବିଜୟ ପ୍ରଧାନ ଓ ପ୍ରଫୁଲ ପ୍ରଧାନ ମାମଲା ପରିଚାଳନା କରୁଥିଲେ। ଶ୍ରୀଦେବୀ ଜିଲା ଅଦାଲତରେ ଆଶ୍ରୟ ନେବେ ବୋଲି କହିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
ଧାନଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ ପ୍ରଧନଶିକ୍ଷକ ନିଲମ୍ବିତ
ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…
ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ
କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…
ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…
ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…
ହୀରାକୁଦରେ ବନ୍ଦ ହେଲା ୮ ଗେଟ୍, ୭ ଗେଟ୍ରେ ହେଉଛି ବନ୍ୟାଜଳ ନିଷ୍କାସନ
ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍…
ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର
ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…
ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର
ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…
ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…
ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…
ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର
କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…
Archives

