ମେମୁ ଟ୍ରେନ୍‌କୁ ବ୍ରହ୍ମପୁରରୁ ଚଳାଇବାକୁ ଦାବି

ବ୍ରହ୍ମପୁର ଅଫିସ୍‌,୨୭ା୧୧-ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର୍‌ ସିଟିଜେନ୍‌ ଫୋରମ୍‌ ତରଫରୁ ବିଭିନ୍ନ ଦାବି ସମ୍ପର୍କରେ ମଙ୍ଗଳବାର ଷ୍ଟେଶନ୍‌ ମ୍ୟାନେଜର୍‌ଙ୍କ ମାଧ୍ୟମରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ପୂର୍ବରୁ ମେମୁ ଟ୍ରେନ୍‌ ବ୍ରହ୍ମପୁରରୁ କଟକକୁ ଚଳାଚଳ କରୁଥିଲା । କିନ୍ତୁ ବର୍ତ୍ତମାନ ଏହି ଟ୍ରେନ୍‌ ଇଚ୍ଛାପୁରରୁ ଯାତ୍ରା ଆରମ୍ଭ କରୁଛି। ଫଳରେ ବ୍ରହ୍ମପୁରରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବଭଳି ଏହାକୁ ବ୍ରହ୍ମପୁରରୁ ଚଳାଚଳ କରିବାକୁ ଦାବି କରାଯାଇଛି। ଏଥିସହ ବ୍ରହ୍ମପୁର ଷ୍ଟେଶନ୍‌କୁ ଆଧୁନିକୀକରଣ କରିବା, ପଲାସା-କଟକ ଓ ପଲାସା-ଭୁବନେଶ୍ୱର ଟ୍ରେନ୍‌ ମଧ୍ୟରୁ ଗୋଟିଏକୁ ପୁରୀ ପର୍ଯ୍ୟନ୍ତ ଚଳାଇବା, ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଟିକେଟ୍‌ କାଉଣ୍ଟର୍‌ ଖୋଲିବା, ବିଶ୍ରାମାଗାର ଷ୍ଟେଶନ୍‌ ସମ୍ମୁଖରେ କରିବା, ୪ ନମ୍ବର ପ୍ଲାଟଫର୍ମ ପଟେ ପାର୍କିଂ ସ୍ଥାନ କରିବା, ପାସେଞ୍ଜର ହଲ୍‌ଟ ଇଣ୍ଡଷ୍ଟ୍ରିଆଲ୍‌ ଆଙ୍କୁଲିରେ କରିବା, ବ୍ରହ୍ମପୁରରୁ ସମ୍ବଲପୁର ରେଳ ଲାଇନ୍‌, ଡିଜିଟାଲ୍‌ ସିଷ୍ଟମ୍‌କୁ ତ୍ୱରାନ୍ବିତ, ମହିଳାଙ୍କ ଭଳି ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ବତନ୍ତ୍ର କୋଚ୍‌ର ବ୍ୟବସ୍ଥା ସହିତ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ରର ଏକ ନକଲ ରାଜ୍ୟ ପରିବହନ ମନ୍ତ୍ରୀ, ବ୍ରହ୍ମପୁର ଏମ୍‌ପି, ବିଧାୟକ ଏବଂ ଖୋର୍ଦ୍ଧା ରେଳ ଡିଭିଜନ ଜିଆର୍‌ଏମ୍‌ଙ୍କ ପାଖକୁ ପଠାଯାଇଛି। ଦାବିପତ୍ର ପ୍ରଦାନ ବେଳେ ସାଧାରଣ ସମ୍ପାଦକ ସୀମାଞ୍ଚଳ ପ୍ରସାଦ ବିଷୋୟୀ, ସମ୍ପାଦକ ବାସୁଦେବ ଲିମା, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ପ୍ରକାଶ ଚନ୍ଦ୍ର ପଣ୍ଡା, ଉପସଭାପତି ସୂର୍ଯ୍ୟକାନ୍ତ ପାତ୍ର, ଅଭିଯୋଗ ପ୍ରକୋଷ୍ଠ ଚେୟାର୍‌ମ୍ୟାନ୍‌ ପ୍ରଭାକର ସାହୁ, ଉପଦେଷ୍ଟା ଶ୍ରୀବତ୍ସ ଦଳେଇ, ବିଘ୍ନେଶ୍ୱର ପାଢୀ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାରଣା, ନରସିଂହ ସାହୁ, କାହ୍ନୁଚରଣ ପଣ୍ଡା, ରବୀନ୍ଦ୍ର କୁମାର ମହାରଣା, ଗରିବବନ୍ଧୁ ପଣ୍ଡା, ଗୌରହରି ଦାସ, ଶିଶିର କୁମାର ସାହୁ, ବିନୋଦ ଜେନା, ପ୍ରଶାନ୍ତ କୁମାର ମହାପାତ୍ର, ଏ. ରାଜା ରାଓ, ଜୟନ୍ତୀଲାଲ୍‌ ଚୌହ୍ବାନଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri