ନକଲି ସାର୍ଟିଫିକେଟ୍‌ରେ ଚାକିରି, ଷ୍ଟାଇପେଣ୍ଡ ଲୁଟ୍‌

ଭଦ୍ରକ ଅଫିସ,୨୭।୧୧- ଭଦ୍ରକ ଜିଲାରେ ନକଲି ସାର୍ଟିଫିକେଟ୍‌ କାରବାର ବୃଦ୍ଧି ପାଇଛି। ଏଭଳି ସାର୍ଟିଫିକେଟ୍‌ ହାତେଇ କେତେକ ଶିକ୍ଷକତା ଭଳି ସରକାରୀ ଚାକିରି କରିଥିବା ଜଣାପଡିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି। ଗତ ମାସକ ମଧ୍ୟରେ ଦୁଇଜଣ ନକଲି ସାର୍ଟିଫିକେଟ୍‌ଧାରୀ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇ ଥାନାରେ ଏତଲା ଦିଆଯିବା ଭଳି ଘଟଣା ଘଟିଛି। ସେହିପରି ନକଲି ଜାତିଗତ ପ୍ରମାଣପତ୍ର ଦେଇ କେତେକ ଘରୋଇ ଅନୁଷ୍ଠାନ ଓ ଛାତ୍ରୀଛାତ୍ର ସରକାରୀ ଷ୍ଟାଇପେଣ୍ଡ ଲୁଟୁଥିବା କୁହାଯାଉଛି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ବଳରେ ଜିଲା ଶିକ୍ଷା ବିଭାଗରୁ ତଥ୍ୟ ଅଣାଯାଇ ହୋହଲ୍ଲା କରାଯିବାରୁ ଅନ୍ୟ କେତେକ ଜାଲ ସାର୍ଟିଫିକେଟ୍‌ଧାରୀ ଶିକ୍ଷକ ଇସ୍ତଫା ଦେଇ ଚୁପ୍‌ ବସିଥିବା ନଜିର ରହିଛି।
ଉଲ୍ଲେଖନୀୟ ଯେ, ଜାଲ୍‌ ସାର୍ଟିଫିକେଟ କାରବାର ଜିଲା ପାଇଁ କିଛି ନୂଆ କଥା ହୋଇ ରହି ନାହିଁ । ଏଠାରେ ଜାଲ ସାର୍ଟିଫିକେଟ ଯୋଗାଉଥିବା ର଼୍ୟାକେଟ ସକ୍ରିୟ ଥିବା ସନ୍ଦେହ କରାଯାଉଛି। ଗତବର୍ଷ ଜିଲାରେ ଶିକ୍ଷକତା ପାଇଁ ଆବେଦନ କରିଥିବା ୯ ଜଣ ନକଲି ସାର୍ଟିଫିକେଟ୍‌ଧାରୀଙ୍କୁ ଗିରଫ କରାଯାଇଥିଲା। ଦୁଇମାସ ପୂର୍ବେ ରାଜ୍ୟ ଶିକ୍ଷା ବିଭାଗରୁ ଜିଲାର ସମସ୍ତ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟକୁ ନିର୍ଦ୍ଦେଶ ଆସିଥିଲା। ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ହୋଇପାରି ନାହିଁ। କେତେକ ଶିକ୍ଷକଙ୍କ କ୍ଷେତ୍ରରେ ଉପରଠାଉରିଆ ଯାଞ୍ଚ କରାଯାଉ ଥିବାରୁ ନକଲି ଶିକ୍ଷକମାନେ ସହଜରେ ଖସିଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁଙ୍କୁ ପଚାରିବାରୁ କହିଛନ୍ତି, ଜିଲାର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ବୋର୍ଡକୁ ପଠାଯାଇଛି। ବୋର୍ଡ଼ରୁ ପ୍ରତ୍ୟୁତ୍ତର ଆସିବା ପରେ ଏହା ନକଲି ହୋଇଥିବା ଜଣାପଡିଲେ ଆବଶ୍ୟକ ପଦକ୍ଷେପ ନିଆଯିବ। ସେହିଭଳି ନକଲି ଜାତିଗତ ପ୍ରମାଣପତ୍ର ଦେଇ ଜିଲା ମଙ୍ଗଳ କାର୍ଯ୍ୟାଳୟ ମାଧ୍ୟମରେ କେତେକ ଘରୋଇ ଶିକ୍ଷାନୁଷ୍ଠାନ ଷ୍ଟାଇପେଣ୍ଡ ବାବଦ ଟଙ୍କା ହରିଲୁଟ୍‌ କରୁଥିବା ଅଭିଯୋଗ ହେଉଛି। ଏପରି କି ଦୀର୍ଘଦିନ ଧରି ବନ୍ଦ ପଡିଥିବା ଅନୁଷ୍ଠାନରେ ପାଠ ପଢୁଥିବା ଦର୍ଶାଇ ହରିଜନ ଓ ଆଦିବାସୀ ପିଲାଙ୍କ ନାଁରେ ବୃତ୍ତି ଟଙ୍କା ଲୁଟ୍‌ କରାଯାଉଛି । ହେଲେ ଏଭଳି ଅଭିଯୋଗ ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା ଭଳି ମନେ ହେଉନାହିଁ। ଏନେଇ ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନାଙ୍କୁ ପଚାରିବାରୁ କହିଛନ୍ତି, ସମସ୍ତ ସାର୍ଟିଫିକେଟ୍‌କୁ ଏବେ ଯାଞ୍ଚ କରାଯାଉଛି । ଏହାମଧ୍ୟରେ କେତେଜଣ ନକଲି ସାର୍ଟିଫିକେଟ୍‌ଧାରୀଙ୍କୁ ଚିହ୍ନଟ କରାଯାଉଛି। ଆବଶ୍ୟକ ପଡ଼ିଲେ ଏ ନେଇ ପୋଲିସର ଆଶ୍ରୟ ନିଆଯିବ। ସେହିଭଳି ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ନକଲି ସାର୍ଟିଫିକେଟ୍‌ରେ ଷ୍ଟାଇପେଣ୍ଡ ନିଆଯାଉଥିବା ଅଭିଯୋଗ ହସ୍ତଗତ ହେବା ପରେ ଏହାର ଯାଞ୍ଚ ଚାଲିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଉପରେ ଚଢ଼ିଗଲା ହାଇଓ୍ବା; ଯୁବକ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବାଙ୍କୀ,୩୧ା୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ବୈଦେସ୍ଵର ଥାନା ଅନ୍ତର୍ଗତ ଖଳିପଲ୍ଲୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ…

ରାଉତିଆ ସମାଜକୁ ଅନୁସୂଚିତ ଜନଜାତି ମାନ୍ୟତା ଦାବି ତେଜିଲା

କୁତ୍ରା,୩୧ା୫(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ କଟଙ୍ଗଝରିଆ ଗ୍ରାମରେ ରବିବାର ଅଖିଳ ଭାରତୀୟ ରାଉତିଆ ସମାଜର ଏକ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ…

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

୨ ଓ୍ବାରେଣ୍ଟି କୋର୍ଟ ଚାଲାଣ: ଜଣେ ହତ୍ୟା ମାମଲାରେ ଥିଲେ ଫେରାର, ଆଉ ଜଣେ…

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର ୨ ଓ୍ବାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା…

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri