ବସ୍‌ଷ୍ଟାଣ୍ଡରେ ଆବର୍ଜନା ଗଦା ନେଇ ଗଣ୍ଡଗୋଳ: ଥାନାରେ ଦୁଇ ପକ୍ଷରୁ ଏତଲା

ଝୁମ୍ପୁରା, ୨୭।୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବସ୍‌ଷ୍ଟାଣ୍ଡ ନିକଟରେ ଅଳିଆ ଆବର୍ଜନା ପକାଯିବା ଘଟଣାକୁ କେନ୍ଦ୍ରକରି ଗତ ୨୩ ତାରିଖ ସନ୍ଧ୍ୟା ସମୟରେ ଗଣ୍ଡଗୋଳ ଘଟି ଏନେଇ ଥାନା ଯାଏ ମାମଲା ଯାଇଛି। ଏନେଇ ଦୁଇ ପକ୍ଷ ଥାନାରେ କରିଥିବା ଅଭିଯୋଗକ୍ରମେ ପୋଲିସ ଉଭୟ ପକ୍ଷ ବିରୋଧରେ ୨ଟି ମାମଲା ରୁଜୁ କରି ତଦନ୍ତ କରୁଥିବା ଝୁମ୍ପୁରା ଥାନାଧିକାରୀ ବିରଞ୍ଚି ବାଗ କହିଛନ୍ତି। ଏହି ଗଣ୍ଡଗୋଳ ଘଟଣା କ୍ରମେ ରାଜନୈତିକ ରୂପ ନେଇ ଦୁଇ ସାହି ମଧ୍ୟରେ ବିବାଦୀୟ ସ୍ଥିତି ସୃଷ୍ଟି କରିଛି। ପୋଲିସ ଓ ପ୍ରଶାସନ ଏହି ସମସ୍ୟାର ତୁରନ୍ତ ପ୍ରତିକାର କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ଝୁମ୍ପୁରା ବଜାର ଅଞ୍ଚଳରେ ଅଳିଆ ଆବର୍ଜନା ସଫେଇ ହେଉ ନ ଥିବାରୁ ପରିବେଶ ପୂତି ଗନ୍ଧମୟ ହୋଇପଡ଼ିଛି। ସ୍ଥାନୀୟ ପଞ୍ଚାୟତ ଓ ଆରଏମସି କର୍ତ୍ତୃପକ୍ଷ ବଜାରସ୍ଥିତ ଦୋକାନରୁ ଘର ଭଡା, ମାର୍କେଟରୁ ମହାସୁଲ ଆଦାୟ କରୁଥିଲେ ମଧ୍ୟ ପରିମଳ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି। ଝୁମ୍ପୁରା ବଜାର ସମେତ ବଜାରକୁ ସଂଯୋଗ କରୁଥିବା ରାସ୍ତା ଓ ବସଷ୍ଟାଣ୍ଡରେ ଆବର୍ଜନା ଗଦା ହୋଇ ଦିନ ଦିନ ପଡି ରହୁଛି। ସେହି ଅଞ୍ଚଳରେ ଜଳଖିଆ ତିଆରି ଠେଲା ଗାଡ଼ିରେ ବିକ୍ରି କରୁଥିବା ଦୋକାନୀମାନେ ଆଇଁଠା ଚଉପତି ବସ୍‌ ଷ୍ଟାଣ୍ଡ ପଛ ପାଖରେ ଥିବା ଏକ ପୁରୁଣା ପୋଖରୀ ନିକଟରେ ପକାଇବା ଘଟଣାକୁ ସ୍ଥାନୀୟ ଭାଜପା ନେତା ଅନିନ୍ଦ୍ୟ ବେହେରା ବିରୋଧ କରିବାରୁ ଜଣେ ଠେଲା ଗାଡ଼ି ଦୋକାନୀ ଏହାର ପ୍ରତିବାଦ ଜଣାଇଥିଲେ। ଏନେଇ ଗଣ୍ଡଗୋଳ ଘଟି ହାତାହାତି ଯାଏ କଥା ଯାଇଥିଲା। ବର୍ତ୍ତମାନ ପୋଲିସ ଏହାର ତଦନ୍ତ ଜାରି ରଖିଛି। ପଞ୍ଚାୟତ ଓ ଆର୍‌ଏମ୍‌ସି କର୍ତ୍ତୃପକ୍ଷଙ୍କୁ ଏଭଳି ସମସ୍ୟା ନେଇ ସ୍ଥାନୀୟ ଲୋକେ ଦାୟୀ କରୁଥିବାବେଳେ ଗତ ଶନିବାର ଘଟିଥିବା ଗଣ୍ଡଗୋଳ ବଢ଼ି ଝୁମ୍ପୁରା ପଞ୍ଚାୟତର ଦୁଇ ସାହିରେ ବିବାଦ ଦେଖା ଦେଇଛି। ଏସମ୍ପର୍କରେ ଝୁମ୍ପୁରା ସରପଞ୍ଚ ବୈଜୟନ୍ତୀ ନାଏକଙ୍କୁ ପଚାରିବାରୁ କହିଛନ୍ତି, ଦୁଇ ତିନି ଦିନ ମଧ୍ୟରେ ଝୁମ୍ପୁରା ବସଷ୍ଟାଣ୍ଡ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା ଉପରୁ ସମସ୍ତ ଆବର୍ଜନା ଉଠାଯିବ। ବସଷ୍ଟାଣ୍ଡରେ ଥିବା ସମସ୍ତ ଜଳଖିଆ ଦୋକାନକୁ ନୋଟିସ କରାଯାଇ ପୋଖରୀରେ ଆବର୍ଜନା ନ ପକାଇବା ସକାଶେ ତାଗିଦ କରାଯିବ। ଏସମ୍ପର୍କରେ ଝୁମ୍ପୁରା ଥାନା ଆଇଆଇସି ବିରଞ୍ଚି ବାଗଙ୍କୁ ପଚାରିବାରୁ ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ହାଟଡ଼ିହୀରେ ସରକାରୀ ପାଣ୍ଠି ହେରଫେର ଅଭିଯୋଗ: ଅଫିସରେ ବସି ତଦନ୍ତ ସାରିବା ନେଇ ଅଭିଯୋଗକାରୀଙ୍କ ଅସନ୍ତୋଷ

ହାଟଡ଼ିହୀ,୧୩।୮(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଧୀନ ସଢ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନୁଦାନ ହେରଫେର ହୋଇଥିବା ଅଭିଯୋଗର ଏକମାସ ପରେ ତଦନ୍ତ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri