ଆମ ଜିଲା ଖବର

କେୟାର ହସ୍ପିଟାଲରେ ଲୋକଙ୍କୁ ପାର୍କିଂ ମନା

ଭୁବନେଶ୍ୱର, ୩୧ା୧୦: ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌, ଆପାର୍ଟମେଣ୍ଟ, ମଲ୍‌ରେ ଲୋକଙ୍କ ଗାଡ଼ି ରଖିବା ଆବଶ୍ୟକ ପାର୍କିଂ ସ୍ଥାନ ରଖିବାକୁ ବାଧ୍ୟ। ଏବେ ପାର୍କିଂ ଫି ଆଦାୟ ଉପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କଟକଣା ଲଗାଇବା ସହ…

ବସ୍‌ ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର

ଗଞ୍ଜାମ,୩୧ା୧୦(ଡି.ଏନ.ଏ.)-ଛତ୍ରପୁର ଓ ଗଞ୍ଜାମ ଅଗସ୍ତିନୂଆଗାଁ ୧୬ନଂ. ଜାତୀୟ ରାଜପଥ ସନ୍ତୋଷୀ ମା’ ମନ୍ଦିର ସମ୍ମୁଖରେ ବୁଧବାର ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ସିଲକ୍‌ ସିଟି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି।…

ମାଲକାନଗିରି ବିମାନ ବନ୍ଦର କାର୍ଯ୍ୟ ଆରମ୍ଭ

ମାଲକାନଗିରି,୩୧।୧୦(ଡି.ଏନ.ଏ)- ମାଲକାନଗିରି ଜିଲାରେ ପ୍ରସ୍ତାବିତ ବିମାନ ବନ୍ଦର କାର୍ଯ୍ୟ ଅନେକ ବର୍ଷ ପରେ ଆରମ୍ଭ ହୋଇଛି। ଏନେଇ ଜିଲାବାସୀଙ୍କ ମନରେ ଆଗାମୀ ଦିନରେ ବିମାନ ସେବା ପାଇଁ ଆଶା ସଞ୍ଚାର ହୋଇଛି ା ଏଥିପାଇଁ ୨୮ କୋଟିରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳ…

ହୁଗୁଳାପଟାରେ ଝାଡ଼ାବାନ୍ତି : ୮ ପରିବାର ଆକ୍ରାନ୍ତ, ୪ ଗୁରୁତର

କୁକୁଡ଼ାଖଣ୍ଡି,୩୧ା୧୦(ଡି.ଏନ.ଏ.)-ହୁଗୁଳାପଟା ଲକ୍ଷ୍ମୀନୃସିଂହ ମନ୍ଦିର ସାହିରେ ଗତ ୩ ଦିନ ହେଲା ୮ ପରିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ଆହତଙ୍କୁ ମଙ୍ଗଳବାର ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇଁ ଆଶାକର୍ମୀ, ଏଏନ୍‌ଏମ୍‌,…

ସିମେଟ୍‌ ପାଲ ତଲେ ପରିବାର

ଲୋଇସିଂହା, ୩୧।୧୦(ଡି.ଏନ୍‌.ଏ.)- ଦିନାକେତେ ତଲେ ହେଇଥିବାର ଲଘୁଚାପ ବରଷାରେ ସୁବର୍ଣ୍ଣପୁର ଜିଲା କୁମୁଣ୍ଡେ ଗାଁର ଗିରିଶଙ୍କର ଗେଜୋକଁର ଘରର କାଁଥି ଭାଂଗି ଯାଇଛେ। ଭଂଗା କାଁଥି ଜାଗାରେ ସିମେଟ୍‌ ପାଲ ଢାପି ୪ ପରାନୀ କୁଟୁମ ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌…

ସମୁଦ୍ରରେ ଭାସି ଯାଉଥିବାବେଳେ ୩ ଉଦ୍ଧାର

ଗୋପାଳପୁର,୩୧ା୧୦-ସମୁଦ୍ରରେ ଭାସି ଯାଉଥିବା ମା’ ପୁଅଙ୍କ ସମେତ ୩ ଜଣଙ୍କୁ ବୁଧବାର ଉଦ୍ଧାର କରାଯାଇଛି। ସେମାନେ ହେଲେ କଲିକତାର ପ୍ରୋବି କୁମାର ଦତ୍ତଙ୍କ ସ୍ତ୍ରୀ ପୋମ୍ପା (୨୬), ପୁଅ ଅରିକ୍ଷିତ (୪) ଓ ଆନ୍ଧ୍ରପ୍ରଦେଶ ବିଶାଖାପାଟନାମର ପି.ଧର୍ମା ରାଓ। ପ୍ରକାଶ ଯେ,…

ବୃଦ୍ଧ ବାପାଙ୍କ କାନ୍ଧରେ ଦିବ୍ୟାଙ୍ଗ ଅମରଙ୍କ ଭବିଷ୍ୟତ: ଟ୍ରାଇ ସାଇକେଲ ଲାଗି ଜିଲାପାଳଙ୍କୁ ଜଣାଇଲେ

ଛତ୍ରପୁର,୩୧ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଦୁଆନପଲ୍ଲୀଗଁାର ଗୋବିନ୍ଦ ମଲ୍ଲିକଙ୍କ ଦିବ୍ୟାଙ୍ଗ ପୁଅ ତଥା କଲେଜ ଛାତ୍ର ଅମରଙ୍କୁ ସରକାରୀ ସହାୟତା ମିଳୁନି। କେବଳ ଭତ୍ତା ମିଳୁଥିବା ବେଳେ ବାଣିଶ୍ରୀ ଷ୍ଟାଇପେଣ୍ଡ ମିଳୁ ନ ଥିବା ଅମର କହିଛନ୍ତିି। ଏଥିସହ କଲେଜ ଯିବା…

ସିସି କ୍ୟାମେରା ଲଗାଇବାରେ ବିଳମ୍ବ

ଛତ୍ରପୁର,୩୧ା୧୦(ଡି.ଏନ.ଏ)-ଗଞ୍ଜାମ ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ବୁଧବାର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ ା ଛତ୍ରପୁର ନୂଆ ବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥରେ ଅଣ୍ଡରପାସ୍‌ ନିର୍ମାଣ ପାଇଁ…

କବାଟ ଭାଙ୍ଗି ସୁନା ଅଳଙ୍କାର, ମୋବାଇଲ ଲୁଟ୍‌:  ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍‌ର ତଦନ୍ତ

ଦିଗପହଣ୍ଡି,୩୧ା୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବମକେଇ ଗଁା ପତିତପାବନ ସାହିର ବିଜୟ କୁମାର ପ୍ରଧାନଙ୍କ ଘରୁ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ପ୍ରାୟ ୪ ଭରି ଓଜନର ସୁନାଗହଣା, ୪୦ ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଛନ୍ତି। ବିଜୟଙ୍କ ଏତଲାକୁ ଭିତ୍ତି କରି…

ଷ୍ଟିଚ୍‌ ଖୋଲୁଖୋଲୁ ପେଟ ମେଲା ହୋଇଗଲା

କଟକ ଅଫିସ, ୩୧ା୧୦: ଷ୍ଟିଚ୍‌ ଖୋଲୁଖୋଲୁ ପେଟ ମେଲା ହୋଇଯାଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରୋଗୀ ଜଣକ ଛଟପଟ ହେଉଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇନାହିଁ। ଉକ୍ତ ଘଟଣାକୁ ନେଇ ପାରାଲିଗାଲ ଭଲ୍ୟୁଣ୍ଟିୟର ବିଭୂତି ରାୟ ଏସ୍‌ସିବି ମେଡିକାଲ ଅଧୀକ୍ଷକଙ୍କୁ ଭେଟି…

ଐତିହାସିକ ବାସୁଦେବପୁର କାଳୀପୂଜା: ଶୋଭା ବଢ଼ାଉଛି ତୋରଣ, ଚିତ୍ରକଳ୍ପ

ବାସୁଦେବପୁର, ୩୧।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁରରେ ଜମୁଛି ଐତିହାସିକ କାଳୀପୂଜା। ୧୯୪୪ରେ ଏକ ଝାଟିମାଟି ଘରେ ଆରମ୍ଭ ହୋଇଥିଲା ଏହି ପୂଜା। ଚଳିତବର୍ଷ ସର୍ବପୁରାତନ ଆମ କାଳୀ କମିଟି ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ସମାରୋହ ପାଳନ…

୨୦୨୦ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଆବଶ୍ୟକ ଅର୍ଥ ନାହିଁ : ଜିଲାପାଳଙ୍କୁ ଭେଟି ସହାୟତା ଲୋଡ଼ିଲେ ଆଥଲେଟ ଜଉନା ମୁର୍ମୁ

ବାରିପଦା ଅଫିସ,୩୧ା୧୦- ୨୦୨୦ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାକୁ ଅନ୍ତର୍ଜାତୀୟସ୍ତରୀୟ ଆଥଲେଟ ଜଉନା ମୁର୍ମୁଙ୍କ ନିକଟରେ ସମ୍ବଳ ନାହିଁ। ଏହି ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାକୁ ପ୍ରାୟ ୪୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ହେଲେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?