ଆମ ଜିଲା ଖବର

ବିହାରରୁ ନିଖୋଜ ବୃଦ୍ଧ ଢେଙ୍କାନାଳରୁ ଉଦ୍ଧାର

ଢେଙ୍କାନାଳ ଅଫିସ, ୩୦।୧୦: ବିହାରରୁ ୭ମାସ ତଳେ ନିଖୋଜ ହୋଇଯାଇଥିବା ଜଣେ ବୃଦ୍ଧଙ୍କୁ ଦୀପାବଳି ଦିନ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ସେ ହେଲେ ତୁଫାନି ଓରଫ୍‌ ସୋହା (୬୮)। ଉଦ୍ଧାର ପରେ ତାଙ୍କୁ ଗୋବିନ୍ଦପୁରସ୍ଥିତ ମହର୍ଷି…

ଭୀମ୍‌ସାରରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ଅସ୍ତ୍ରୋପଚାର ପ୍ରସଙ୍ଗ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ପୁରୀ ଅଫିସ, ୩୦ା୧୦:ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ଭୀମ୍‌ସାରରେ ଗତ ସୋମବାର ଜଣେ ଏଚ୍‌ଆଇଭି ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା। ଦନ୍ତ ବିଭାଗରେ ଏହି ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ ଅସ୍ତ୍ରୋପଚାର ପୂର୍ବରୁ ଓ ପରେ ଜୀବାଣୁ ପ୍ରତିରୋଧ ପାଇଁ ଯେଉଁ ନିୟମ ପାଳନ…

୨ ବର୍ଷରେ କାର୍ଯ୍ୟକ୍ଷମ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ: ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ ଅଫିସ, ୩୦ା୧୦: ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଜମିକୁ ନେଇ ବିଭିନ୍ନ ସମୟରେ ସମସ୍ୟା ଉପୁଜିବାରୁ କାମ ବିଳମ୍ବ ହେଲା। ଏଭଳି ଭାବେ ଦିନ ଗଡ଼ିିଚାଲିଥିବା ବେଳେ ବୁଧବାର ମେଡିକାଲ କଲେଜର ଅଗ୍ରଗତି ନେଇ…

ପୋଖରୀରେ ପଡ଼ି ଶିଶୁକନ୍ୟାଙ୍କ ଗଲା ଜୀବନ

ବାସୁଦେବପୁର, ୩୦।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତ ଅଧୀନ ଗଦେଇବିନ୍ଧା ଗ୍ରାମରେ ବୁଧବାର ଅପରାହ୍ନରେ ପୋଖରୀରେ ପଡ଼ି ବନ୍ଦନା କାଣ୍ଡି ନାମ୍ନୀ ୩ ବର୍ଷୀୟା ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତା ବନ୍ଦନା ହେଉଛନ୍ତି ଗ୍ରାମର ସୁଶାନ୍ତ କାଣ୍ଡିଙ୍କ କନ୍ୟା।…

ବ୍ୟକ୍ତିର ବିକାଶ ପାଇଁ ମିତବ୍ୟୟିତା ଅପରିହାର୍ଯ୍ୟ

ସୋନପୁର,୩୦।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆମ୍ବେଡକର ଛକରୁ ବାହାରି ସହର ପରିକ୍ରମା କରିଥିଲା। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର…

ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା, ଭଣଜା ଅଟକ

ଆନନ୍ଦପୁର,୩୦।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହରିପୁରା ଗ୍ରାମରେ ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା କରିଛନ୍ତି। ସେହିଭଳି ଉକ୍ତ ବ୍ୟକ୍ତିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନେଇ ପୋଲିସ ଭଣଜାଙ୍କୁ ଅଟକ ରଖି ପଚରାଉଚରା କରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର…

ମାଲକାନଗିରି ବିମାନବନ୍ଦର କାର୍ଯ୍ୟ ଆରମ୍ଭ

ମାଲକାନଗିରି,୩୦।୧୦:(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ଅନେକ ବର୍ଷ ପରେ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏ ନେଇ ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ବର୍ତ୍ତମାନ ୩୭ ଲକ୍ଷ ୪୪ ହଜାର ୩୦୭ ଟଙ୍କା ବ୍ୟୟରେ ବିମାନବନ୍ଦର…

କୋଇଲା ଖନନ ପାଇଁ ଗ୍ରାମ ଉଚ୍ଛେଦକୁ ବିରୋଧ ଘଟଣା : ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଅନୁଗୋଳ ଅଫିସ,୩୦।୧୦: ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ ହିଙ୍ଗୁଳା କୋଇଲା ଖଣି ନିକଟରେ ଥିବା ଭାଲୁଗାଡିଆ ଗ୍ରାମକୁ ମଙ୍ଗଳବାର ଜବରଦସ୍ତ ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଉଚ୍ଛେଦକୁ ବିରୋଧ କରି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗ୍ରାମବାସୀଙ୍କ…

ନିର୍ମାଣାଧୀନ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କଲେ ସିଇସି

ଯୋଡ଼ା/ଚମ୍ପୁଆ,୩୦।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡରେ ନିର୍ମାଣାଧୀନ ପ୍ରକଳ୍ପର କ୍ଷେତ୍ରକୁ ବୁଧବାର ପୂର୍ବାହ୍ନରେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି(ସିଇସି) ପରିଦର୍ଶନ କରିଛନ୍ତି । ଏହି ଟିମ୍‌ ଚମ୍ପୁଆ ନିକଟସ୍ଥ ମିରିଗିସିଙ୍ଗାଠାରେ ବୈତରଣୀ ନଦୀରେ ନିର୍ମାଣାଧୀନ ପାନୀୟ ଜଳ ଯୋଗାଣ…

ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ପୁରୀ ଅଫିସ,୩୦।୧୦: ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ବୁଧବାର ପୁରୀ ଜିଲା ଗସ୍ତ କରିଛନ୍ତି। ଏହି ଅବସରରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ଓ ଶିଶୁ ଯତ୍ନ କେନ୍ଦ୍ର(ଏମ୍‌ସିଏଚ୍‌) ପରିଦର୍ଶନ କରିଥିଲେ। ଶିଶୁ ୱାର୍ଡ, ପ୍ରସୂତି ୱାର୍ଡ,…

ଟିକ୍‌ଟକ୍‌ରେ ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟ ଭାଇରାଲ ଘଟଣା: କ୍ଷମା ମାଗିଲେ ଯୁବତୀ

ପୁରୀ ଅଫିସ,୩୦।୧୦: ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟକୁ ଟିକ୍‌ଟକ୍‌ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥିବା ଯୁବତୀ ଶେଷରେ ଭୁଲ ମାଗିଛନ୍ତି। ସେ ଭୁଲ କରିଥିବା ନିଜ ଟିକ୍‌ଟକ୍‌ ସାଇଟ୍‌ରେ ଦର୍ଶାଇ କ୍ଷମା ପ୍ରାର୍ଥନା କରି ଏକ ଅଡିଓ ଅପଲୋଡ୍‌…

୧୮ ଲକ୍ଷ ଟଙ୍କା ଲୁଟ୍‌ର ପର୍ଦ୍ଦାଫାଶ: ଅଭିଯୋଗକାରୀ ନିଜେ ଲୁଟେରା

ଖୁଣ୍ଟୁଣୀ, ୩୦।୧୦(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ଥାନାଠାରୁ ମାତ୍ର ୩ଶହ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍‌ ଉପରୁ ଜର୍ଦ୍ଦା କାରଖାନା କର୍ମଚାରୀ ସନ୍ତୋଷ ରାଜ ମଙ୍ଗଳବାର ୧୮ ଲକ୍ଷ ଟଙ୍କା ଲୁଟ୍‌ର ଶିକାର ହୋଇଥିଲେ। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?