କନ୍ୟାକୁମାରୀରୁ କଟକ: ଏକତାର ମନ୍ତ୍ର ନେଇ ଥଙ୍ଗାରାଜାଙ୍କ ଦେଶ ପରିକ୍ରମା

କଟକ ଅଫିସ, ୩୦ା୧୧: ପଙ୍ଗୁ ଲଙ୍ଘୟତେ ଗିରି। ସଂସ୍କୃତରେ ଥିବା ଏହି ଶ୍ଳୋକକୁ ପ୍ରମାଣିତ କରିଛନ୍ତି କନ୍ୟାକୁମାରୀର ଆର୍‌. ଥଙ୍ଗାରାଜା(୪୦)। ଦୁଇଟି ଗୋଡ଼ ଅକର୍ମଣ୍ୟ ହୋଇଥିଲେ ମଧ୍ୟ ଏକ ସ୍ବତନ୍ତ୍ର ସ୍କୁଟରରେ ଦେଶ ପରିକ୍ରମାରେ ସେ ବାହାରିଛନ୍ତି। ରାଜଧାନୀ ଦିଲ୍ଲୀ ହେଉକି ଦୁର୍ଗମ ଜମ୍ମୁ-କଶ୍ମୀର। ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଦେଶ ସାରା ଏକତାର ମନ୍ତ୍ର ବାଣ୍ଟୁଛନ୍ତି। ଏହି ସାହସୀ ଯୁବକ ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ କଟକରେ ପହଞ୍ଚିଥିଲେ। ଯୋବ୍ରା ରୋଡ୍‌ସ୍ଥିତ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଶାଖା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଡକାଯାଇଥିବା ବେଳେ ଥଙ୍ଗାରାଜା ଉପସ୍ଥିତ ରହି ନିଜ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ।
‘ଏକ ଭାରତ, ବିଜୟୀ ଭାରତ। ଦେଶବାସୀଙ୍କ ସାମୂହିକ ଅବଦାନର ସମୟ ଆସିଛି। ରାଷ୍ଟ୍ରବାସୀ ଏକ ହେଲେ ଦେଶର ନବନିର୍ମାଣ ହୋଇ ପାରିବ।’ ଏହା ହେଉଛି ଥଙ୍ଗାରାଜାଙ୍କ ବାର୍ତ୍ତା। ଇତି ମଧ୍ୟରେ ସେ ଅନେକ ରାଜ୍ୟ ଅତିକ୍ରମ କରି ସାରିଲେଣି। କଟକ ପରେ ସେ ଭୁବନେଶ୍ୱର, ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ। ଏହାପରେ ସେ ଛତିଶଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି କହିଛନ୍ତି। କନ୍ୟାକୁମାରୀ ବିବେକାନନ୍ଦ କେନ୍ଦ୍ରର ସୂଚନା କେନ୍ଦ୍ରରେ ଥଙ୍ଗାରାଜା କାର୍ଯ୍ୟ କରନ୍ତି। ଗତ ସେପ୍ଟେମ୍ବର ୧୧ରେ ସେ ଯାତ୍ରା ଆରମ୍ଭ କରିଥିଲେ। କନ୍ୟାକୁମାରୀଠାରେ ୧୯୭୦ ମସିହାରେ ପ୍ରତିଷ୍ଠା ହୋଇଥିବା ବିଶାଳ ରାଷ୍ଟ୍ରୀୟ ସ୍ମାରକୀର ୫୦ତମ ପ୍ରତିଷ୍ଠା ବର୍ଷ ଅବସରରେ ତାଙ୍କର ଏହି ଯାତ୍ରା ବୋଲି ସେ କହିଥିଲେ। ଶ୍ରୀନଗର, ଲେହ୍‌, କାର୍ଗିଲ ଆଦି ସ୍ଥାନ ଯାତ୍ରା କରିବାର ଅନୁଭୂତି ନିଆରା ବୋଲି ଥଙ୍ଗାରାଜା କହିଛନ୍ତି। ଖବରଦାତା ସମ୍ମିଳନୀରେ କେନ୍ଦ୍ରର କଟକ ନଗର ସଙ୍ଗଠକ ରଶ୍ମିତା ନାୟକ, ପ୍ରାନ୍ତ ସଞ୍ଚାଳକ ସୁରସେନ ଜେନା, ‘ଏକ ଭାରତ ବିଜୟୀ ଭାରତ’ର ସଂଯୋଜକ ବିଭୂତି ଭୂଷଣ ମହାପାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri