ବରଡ଼ା ଛପର ତଳେ ବିଦ୍ୟାଳୟ

ଆଠମଲ୍ଲିକ, ୩୦ା୧୧(ଡି.ଏନ.ଏ.) – ପତ୍ରଫଡିରୁ ଆରମ୍ଭ ହୋଇ ଗ୍ରାମବାସୀଙ୍କ ଉଦ୍ୟମରେ ବରଡା ଛପର ଘରେ ପହଞ୍ଚିଥିବା ବିଦ୍ୟାଳୟର ବିକାଶ ଭୁଲିଯାଇଛି ପ୍ରଶାସନ। ଫଳରେ ବିନା ଶ୍ରେଣୀଗୃହରେ ଖୋଲାମେଲାରେ ବିପଦସଙ୍କୁଳ ଭାବେ ପାଠ ପଢୁଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ସଦର ମହକୁମା ୩ ନମ୍ବର ଓ୍ବାର୍ଡ ସିଦ୍ଧପୁର ଗ୍ରାମର ପିଲାମାନେ। ଅବସ୍ଥା ଏପରି କି ଘରଟିଏ ନ ଥିବାରୁ ଶୌଚାଳୟରେ ବିଦ୍ୟାଳୟର କାର୍ଯ୍ୟାଳୟ ଚାଲୁଛି। ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ସରକାର ସର୍ବାଧିକ ଉଦ୍ୟମ କରୁଥିବା କହୁଥିବାବେଳେ ଏହାର ବାସ୍ତବତାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀ। ବାରମ୍ବାର ଅବଗତ କରାଇବା ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସେମାନେ ଅଭିଯୋଗ ଆଣିଛନ୍ତି।
୨୦୦୯ ଡିସେମ୍ବରରେ ସ୍ଥାପନ ହୋଇଥିଲା ସିଦ୍ଧପୁର ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ଥିବାବେଳେ ୨ ଜଣ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ସୂଚନା ମୁତାବକ, ଗ୍ରାମ ଫଡିରୁ ପ୍ରଥମେ ଏହି ବିଦ୍ୟାଳୟ ଆରମ୍ଭ ହୋଇଥିଲା। ସ୍କୁଲର ବିକାଶ ପାଇଁ ଗ୍ରାମବାସୀଙ୍କ ଉଦ୍ୟମରେ ନଡା, ବରଡ଼ା ଛପର କରି ଅସ୍ଥାୟୀ ଭାବେ ଶିକ୍ଷାଦାନର ବ୍ୟବସ୍ଥା ହୋଇଥିଲା। ହେଲେ ବିଦ୍ୟାଳୟ ସ୍ଥାପନକୁ ପ୍ରାୟ ୧୦ ବର୍ଷ ପୂରିଥିଲେ ହେଁ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ସେଠାରେ ଶ୍ରେଣୀଗୃହ ଖଣ୍ଡିଏ ନିର୍ମାଣ ହୋଇପାରି ନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ପାଠ ପଢାଯାଉଥିବା ସ୍ଥାନରେ କାନ୍ଥ କିମ୍ବା ପାଚେରିଟିଏ ନ ଥିବାରୁ ପିଲାମାନେ ଖୋଲାରେ ବସୁଛନ୍ତି। ଅନେକ ସମୟରେ ପାଠପଢା ସ୍ଥାନରେ ସାପ ଆଦି ପଶି ଯାଉଥିବାରୁ ପିଲାମାନଙ୍କ ମଧ୍ୟରେ ଭୟ ଲାଗି ରହୁଛି। ଗୋରୁ, ବୁଲା କୁକୁର ମଧ୍ୟ ସେଠାରେ ଚରାବୁଲା କରୁଛନ୍ତି। ସେହିପରି ଗୋଟିଏ ସ୍ଥାନରେ ପାଠପଢା ଏବଂ ରୋଷେଇ କରାଯାଉଛି। ବର୍ଷା ହେଲେ ଶିକ୍ଷାଦାନ କଷ୍ଟକର ହୋଇପଡୁଛି। ତେଣୁ ବର୍ଷାଦିନେ ପଲିଥିନ ଉପରେ ନିର୍ଭର କରିବାକୁ ପଡେ। ପାଖରେ ବଡ ବଡ ଗଛ ଥିବାରୁ ବଜ୍ରପାତର ଭୟ ମଧ୍ୟ ରହିଥାଏ। ସେହିପରି ଗୃହ ନ ଥିବାରୁ ଶୌଚାଳୟରେ ବିଦ୍ୟାଳୟ କାର୍ଯ୍ୟାଳୟ ଚାଲୁଛି। ସମସ୍ୟା ସମ୍ପର୍କରେ ଅବଗତ କରାଇବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଅଭିଯୋଗ ପାଇ ଶୁକ୍ରବାର ଆଠମଲ୍ଲିକ ଉପଜିଲାପାଳ ରଜନୀକାନ୍ତ ବିଶ୍ୱାଳ ସ୍କୁଲ ପରିଦର୍ଶନରେ ଯାଇଥିଲେ। ଏ ସମ୍ପର୍କରେ ଉପଜିଲାପାଳ କୁହନ୍ତି, ଖୁବଶୀଘ୍ର ବିଦ୍ୟାଳୟ ପାଇଁ ଜାଗା ଯୋଗାଇ ଦିଆଯିବ। ଡିପିସିଙ୍କ ସହ ଆଲୋଚନା କରି ଟଙ୍କା ମଞ୍ଜୁର ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri