ଶେରଗଡ଼ ଛକରେ ଚୋରି: ଶଟର ଭାଙ୍ଗି କଳାକନା ବୁଲାଇଲେ ଦୁର୍ବୃତ୍ତ
ରେମୁଣା,୧।୧୧(ଡି.ଏନ.ଏ.)-ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ଛକରେ ଲୁଟେରାମାନେ ଆତଙ୍କ ଖେଳାଇଛନ୍ତି। ପୋଲିସକୁ ଚ୍ୟାଲେଞ୍ଜ କରି ଅପରାଧୀମାନେ ଗୋଟିଏ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ଗତ ମାସରେ ଦିନ ଦ୍ୱିପ୍ରହର ସମୟରେ ଜଣେ ଦୋକାନୀଙ୍କୁ ଗୁଳି ମାରି ୫ଜଣ ଯୁବକ…
ଜବରଦଖଲ ଉଚ୍ଛେଦ କଲେ ଯୁବଗୋଷ୍ଠୀ
ରୂପ୍ସା, ୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକର ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ହଳଦୀପାଳ ବଜାରରେ ଶୁକ୍ରବାର ସ୍ଥାନୀୟ ସ୍ବଚ୍ଛ ସବୁଜ ଯୁବଗୋଷ୍ଠୀ ତରଫରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଦୀର୍ଘଦିନ ଧରି ଏହି ବଜାର ରାସ୍ତା ପାର୍ଶ୍ୱରେ ମାଛ ଦୋକାନୀମାନେ ଅସ୍ଥାୟୀ ଘର ନିର୍ମାଣ କରି…
ବ୍ରାଉନସୁଗାର ଜବତ: ଯୁବକ ଗିରଫ
ଭଦ୍ରକ ଅଫିସ, ୧।୧୧- କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଶୁକ୍ରବାର ମଧ୍ୟାହ୍ନରେ ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଅସୁରାଳି ବଜାରସ୍ଥିତ ଏକ ଇଞ୍ଜିନିୟରିଂ କଲେଜ ସମ୍ମୁଖରୁ ୪୮ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଏଥିସହ ଅରୁଣ…
ଆନ୍ଦୋଳନରୁ ଓହରିଲା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏଶନ: ନଭେମ୍ବର ୪ରେ କାର୍ଯ୍ୟରେ ଯୋଗଦେବେ ଓକିଲ
କଟକ ଅଫିସ,୧।୧୧: ବିଭିନ୍ନ ଦାବି ନେଇ ପ୍ରାୟ ଦୁଇ ମାସ ଧରି ହାଇକୋର୍ଟ ବାର୍ ଆସୋସିଏଶନ୍ ପକ୍ଷରୁ ଜାରି ରହିଥିବା କୋର୍ଟ ବର୍ଜନ ଆନ୍ଦୋଳନରୁ ଓହରିବାକୁ ଶୁକ୍ରବାର ନିଷ୍ପତ୍ତି ନିଆଯାଇଛି। ଫଳରେ ନଭେମ୍ବର ୪ ତାରିଖରୁ କାର୍ଯ୍ୟରେ ଯୋଗଦେବେ ଓକିଲ। ହାଇକୋର୍ଟ…
ମାଟୋଆ ନିର୍ବାଚନ: ନାମାଙ୍କନପତ୍ର ଦାଖଲ ଶେଷ
ଯୋଡ଼ା, ୧।୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏଶନ(ମାଟୋଆ)ର ଆଗାମୀ ନିର୍ବାଚନ ନିମନ୍ତେ ଶୁକ୍ରବାର ଶେଷ ପଯର୍ର୍ୟାୟରେ ଜଣେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସଂଘର ସମ୍ପାଦକ ଆସନ ପାଇଁ ମହେଶ କୁମାର…
ଟ୍ରକ ଧକ୍କାରେ ବିଜେଡି ଛାତ୍ର ନେତାଙ୍କ ମୃତ୍ୟୁ
ବଲାଙ୍ଗୀର ଅଫିସ, ୧।୧୧: ଟ୍ରକ ଦୁର୍ଘଟଣାରେ ବଲାଙ୍ଗୀର ଜିଲା ଛାତ୍ର ବିଜେଡି ଉପସଭାପତିଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ସେ ହେଲେ ଉମାକାନ୍ତ ସେଠ। ପ୍ରକାଶ ଯେ, ଉମାକାନ୍ତ ବାଇକ୍ ଯୋଗେ ଆର୍ଟିଓ ଅଫିସ ଆଡୁ ଯାଉଥିବାବେଳେ ବଲାଙ୍ଗୀର ପେଲେସ ଲାଇନ୍…
ମତ୍ସଜୀବୀଙ୍କ ଜାଲରେ ପଡ଼ିଲା ମୟୂର ଭଳି ବିରଳ ମାଛ
ରାଜନଗର,୧।୧୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର ମତ୍ସଜୀବୀ ମଦନ ଦେବନାଥ ଟ୍ରଲର ଯୋଗେ ସମୁଦ୍ରରେ ମାଛ ଧରୁଥିବା ବେଳେ ଶୁକ୍ରବାର ଏକ ବିରଳ ମାଛ ଧରିଛନ୍ତି। ମାଛଟି ଦେଖିବାକୁ ଲମ୍ବାଳିଆ ହୋଇଥିବା ବେଳେ ମୁହଁଟି ଥଣ୍ଟ ଆକୃତିର ହୋଇଛି।…
ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ: ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ
ସମ୍ବଲପୁର, ୧।୧୧ (ବ୍ୟୁରୋ): ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ ବି.କେ. ପାଣ୍ଡିଆନ ଗୁରୁବାର ଗସ୍ତକରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ପ୍ରଥମେ ଶିଶୁ ଓ ମାତୃ ମଙ୍ଗଳ କେନ୍ଦ୍ରଯାଇ ଖାଇବା, ମାଗଣା ଔଷଧ ଓ ଚିକିତ୍ସା ଉପରେ…
ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଝାରସୁଗୁଡ଼ା ଅଫିସ/ଲଖନପୁର,୧।୧୧(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲା ବାଲିଯୋରୀ ଉଚ୍ଚ ପ୍ରାଥମିକ ଉନ୍ନିତ ସ୍କୁଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପ୍ରଧାନଶିକ୍ଷକଙ୍କ ମାଡ଼ରେ ଜଣେ ୫ମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। ସେ ହେଲେ ଶିବ ଧୁରୁଆ। ତାଙ୍କ ଗାଲ, ଆଖି…
ପ୍ୟାକ୍ସ ଦୁର୍ନୀତି ତଦନ୍ତ ଦାବି: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀଙ୍କ ଅନଶନ
ବରଗଡ଼ ଅଫିସ, ୧।୧୧: ବରଗଡ଼ ଜିଲା ଝାରବନ୍ଧ ଥାନା ଡଭା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ରେ ବିଗତ ବର୍ଷରେ ଧାନ କିଣାବିକାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀମାନେ ବାରମ୍ବାର ପ୍ରଶାସନକୁ ଜଣାଇବା…
ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା: ପୁଅକୁ ମାରିଦେଇଥିବା ଅଭିଯୋଗ ଆଣିଲା ପରିବାର
ଚନ୍ଦାହାଣ୍ଡି, ୧।୧୧(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଫଟକିଗ୍ରାମ ନିକଟସ୍ଥ ଏକ ମହୁଲ ଗଛରେ ରଶି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସେମାନେ ହେଲେ ଉକ୍ତ ଗ୍ରାମର ନୂର୍ତ୍ତନ ନାୟକ(୨୬) ଓ ପ୍ରେମିକା ସବନମ୍ ବେଗମ(୧୯)। ଝିଅଘର ଲୋକେ…
ଦଶମନ୍ତପୁର ଜିଲାପରିଷଦ ଉପନିର୍ବାଚନ : ନାମାଙ୍କନପତ୍ର ଦାଖଲ କଲେ ଦୁଇ କଂଗ୍ରେସ ପ୍ରାର୍ଥୀ
କୋରାପୁଟ,୧।୧୧(ସ୍ବ.ପ୍ର.): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଦଶମନ୍ତପୁର ଜିଲାପରିଷଦ ଉପନିର୍ବାଚନ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ। ଏଣୁ କଂଗ୍ରେସ ପକ୍ଷରୁ ଦୁଇଜଣ ପ୍ରାର୍ଥୀ ଉପଜିଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦଶମନ୍ତପୁର ଜୋନ୍ ୧ରୁ ନରି ହିକ୍କା ଏବଂ ପଟାଙ୍ଗୀ…

