ଫେକ୍‌ ଆଇଡିରୁ ଶୁଭ୍ରାଂଶୁଙ୍କ ନିକଟକୁ ଆସିଥିଲା ଚିଠି; ନାସା ନାଁରେ ଭୁଆଁ ବୁଲାଇଥିଲେ ନାବାଳକ

ଅନୁଗୋଳ ଅଫିସ,୨।୧୨: ମାତ୍ର ୬୫ ହଜାର ଟଙ୍କାରେ ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ପ୍ରସ୍ତୁତ କରିଥିବା ‘ମାଭିକ୍‌’ ଡ୍ରୋନ୍‌କୁ ମିରାକିଲ୍‌ କହି ତାଙ୍କୁ ଆମେରିକା ଆମନ୍ତ୍ରଣ ପାଇଁ ପଠାଯାଇଥିବା ଚିଠି ସମ୍ପୂର୍ଣ୍ଣ ଫେକ୍‌। ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) ନାଁକୁ ବ୍ୟବହାର କରି ଜନୈକ ନାବାଳକ ଶୁଭ୍ରାଂଶୁଙ୍କୁ ଏପରି ଭୁଆଁ ବୁଲାଇଥିବା ଅନୁଗୋଳ ଏସ୍‌ପି ଜଗମୋହନ ମୀନା ରବିବାର ସ୍ପଷ୍ଟ କରିଛନ୍ତି। ଉକ୍ତ ଚିଠିରେ ଥିବା ବନାନଗତ ତ୍ରୁଟିକୁ ନେଇ ଆରମ୍ଭରୁ ସାଇବର ସେଲ୍‌ ସନ୍ଦେହବ୍ୟକ୍ତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଥିଲା। ତେବେ ଫେକ୍‌ ଚିଠି ସମ୍ପର୍କରେ ପ୍ରମାଣ ମିଳିବା ପରେ ଅନୁଗୋଳ ପୋଲିସ ନଂ. ୧୦୦୦/୧୯ରେ ଏକ ମାମଲା ରୁଜୁ କରିଥିବା ଏସ୍‌ପି ମୀନା ସୂଚନା ଦେଇଛନ୍ତି। ଅପରପକ୍ଷରେ ଚିଠିଟି ଫେକ୍‌ ବୋଲି ଜଣାପଡ଼ିବା ପରେ ନିଜ ପ୍ରକଳ୍ପକୁ ନେଇ ଆମେରିକା ଯିବାକୁ ସ୍ବପ୍ନ ଦେଖିଥିବା ଶୁଭ୍ରାଂଶୁଙ୍କ ଆଶା ଆଶାରେ ରହିଯାଇଛି।
ପୋଲିସ କହିଛି, ଏଭଳି ଫେକ୍‌ ଚିଠି ପଠାଇଥିବା ନାବାଳକଙ୍କୁ ଚିହ୍ନଟ କରାଯାଇଛି। ଶୁଭ୍ରାଂଶୁଙ୍କ ନିକଟକୁ ଆସିଥିବା ମେଲ୍‌ ଆଇଡି ନାସା ଏରୋନଟିକ୍ସ ଆଟ୍‌ ଜିମେଲ ଡଟ୍‌ କମ୍‌ କିଏ ପ୍ରସ୍ତୁତ କରିଥିଲେ ତାଙ୍କୁ ମଧ୍ୟ ଠାବ କରାଯାଇଛି। ଏଥିସହ ନାସା ହେଡକ୍ବାର୍ଟର୍ସ କହି ବ୍ୟବହାର ହେଉଥିବା ଫୋନ ନମ୍ବର ଯୁକ୍ତ୧(୨୦୨)୩୫୮-୦୦୦୦ କେଉଁଠାରୁ ଆସୁଥିଲା ତାହାର ସନ୍ଧାନ ମିଳିସାରିଛି। ଉକ୍ତ ତଦନ୍ତ ସମ୍ପର୍କରେ ଅନୁଗୋଳ ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ଏକ ରିପୋର୍ଟ ପ୍ରଦାନ କରିବ। ଉକ୍ତ ରିପୋର୍ଟକୁ ଜଷ୍ଟିସ ବୋର୍ଡ ଅନୁଧ୍ୟାନ କରିବା ପରେ କ’ଣ ପଦକ୍ଷେପ ନିଆଯିବ ସେ ନେଇ ନିଷ୍ପତ୍ତି ହେବ। ଏବେ ସମ୍ପୃକ୍ତ ନାବାଳକଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ଏସ୍‌ପି ମୀନା କହିଛନ୍ତି। ସେହିପରି ନାସା ପକ୍ଷରୁ କୌଣସି ଇ-ମେଲ୍‌ କରାଯାଇ ନ ଥିବା ଏସ୍‌ପି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ନେଇ ଶୁଭ୍ରାଂଶୁଙ୍କ ବିଦ୍ୟାଳୟରେ ବସିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକକୁ ସ୍ଥଗିତ ରଖାଯାଇଥିବା ପରିଚାଳନା କମିଟି ସମ୍ପାଦକ ବିଜୟ ମୋଦି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଦ୍ୟାଳୟକୁ ବଦ୍‌ନାମ କରିବା ଉଦ୍ଦେଶ୍ୟ ନୁହେଁ, ବରଂ ଶୁଭ୍ରାଂଶୁଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି। ତେଣୁ ଏପରି କାର୍ଯ୍ୟ ଯିଏ ବି କରିଛି ତାଙ୍କୁ ଖୋଜାଯାଇ ଉଚିତ ଦଣ୍ଡ ଦିଆଯାଉ ବୋଲି ମୋଦି ଦାବି କରିଛନ୍ତି। ଏହି ଘଟଣା ଶୁଭ୍ରାଂଶୁଙ୍କ ସମେତ ତାଙ୍କ ପରିବାର, ସମ୍ପର୍କୀୟ, ଶୁଭେଚ୍ଛୁ, ସ୍କୁଲ କର୍ତ୍ତୃପକ୍ଷ ଓ ଅନୁଗୋଳର ବହୁ ବୁଦ୍ଧିଜୀବୀଙ୍କୁ ନିରାଶ କରିଛି। ତେବେ ଯୋଗାଯୋଗ ସମ୍ଭବ ନ ହେବାରୁ ଶୁଭ୍ରାଂଶୁଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri