ଏତଲା ହଜାଇ ଦେଲା ପୋଲିସ

ପଟ୍ଟାମୁଣ୍ଡାଇ,୨।୧୨ (ସ୍ବ.ପ୍ର.): ଟ୍ରାକ୍ଟର ଧକ୍କାରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ପନ୍ତୁରୀ ଗ୍ରାମର ଦମୟନ୍ତୀସାମଲ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଟ୍ରାକ୍ଟର ଚାଳକଙ୍କ ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ ଏତଲା ହଜାଇ ଦେଇଥିବାରୁ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିପାରୁ ନ ଥିବା ନେଇ ଅଭିଯୋଗକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏତଲାକାରୀ ତଥା ଦମୟନ୍ତୀଙ୍କ ଦେଢ଼ଶୁର ମହେଶ୍ୱର ସାମଲ କୁହନ୍ତି, ଗତ ୨୬ ତାରିଖରେ ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା। ସେହି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଥାନା ଏଏସ୍‌ଆଇ ପବିତ୍ର କୁମାର ବେହେରା ଜଣେ ଟ୍ରାକ୍ଟର ଚାଳକ ଓ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଥାନାକୁ ଆଣିଥିଲେ। ଦମୟନ୍ତୀଙ୍କର ଗୋଡ ଓ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ସେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ତେବେ ଅଭିଯୁକ୍ତଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେ ସମ୍ପର୍କରେ ଜାଣିବା ପାଇଁ ଶନିବାର ଥାନାକୁ ଯିବା ପରେ ଏତଲା ହଜି ଯାଇଥିବା ଏଏସ୍‌ଆଇ ବେହେରା କହିଥିଲେ। ଏଥିସହ ଆଉଥରେ ଏତଲା ଦେଲେ ମାମଲା ରୁଜୁ ହେବ ବୋଲି କହିଥିଲେ। ତେବେ ମହେଶ୍ୱର ଏ ନେଇ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ରଞ୍ଜନ କୁମାର ଦେଙ୍କୁ ଜଣାଇଥିଲେ। ମାତ୍ର କୌଣସି ଫଳ ନ ମିଳିବାରୁ ରବିବାର ମହେଶ୍ୱରଙ୍କ ସହ ପନ୍ତୁରୀ ଗ୍ରାମବାସୀ ଥାନା ଆଗରେ ଠିଆ ହୋଇ ରହିଥିଲେ। ପୋଲିସ କୌଣସି କଥା ନ ଶୁଣିବାରୁ ଏ ନେଇ ଏସ୍‌ପିଙ୍କୁ ଅଭିଯୋଗ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ପୋଲିସର ଏଭଳି ବେପରୁଆ କାର୍ଯ୍ୟ ନେଇ ଜଗବନ୍ଧୁ ପ୍ରଧାନ, ଅଶୋକ କୁମାର ଲେଙ୍କା, ସୁଧୀର ରଞ୍ଜନ ପ୍ରଧାନ, ଖଗେଶ୍ୱର ପାତ୍ର, ମହେଶ୍ୱର ପ୍ରଧାନ, ରତ୍ନାକର ରାଉତ, ଯତିନ୍ଦ୍ର ପ୍ରଧାନ, ଗଣେଶ୍ୱର ଦାସ, କୁନାନନ୍ଦ ପ୍ରଧାନ, ସୁନାକର ବାରିକ, କେଶବ ରାଉତ, ଦୁଷ୍ମନ୍ତ ରାଉତ, ଅଜୟ ପ୍ରଧାନ, ରତିକାନ୍ତ ସିଂହ, ପ୍ରଶାନ୍ତ ପ୍ରଧାନ, କୃପାସିନ୍ଧୁ ପାତ୍ରଙ୍କ ସମେତ ୨୫ଜଣ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ଦେଙ୍କୁ ପଚାରିବାରେ ଦୁର୍ଘଟଣା କେସ୍‌ରେ ଆଉ ଏକ ଏତଲା ଦେଲେ କିଛି ଅସୁବିଧା କି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି। ଅନ୍ୟପଟେ ରବିବାର ସନ୍ଧ୍ୟାରେ ଏଏସ୍‌ଆଇ ବେହେରା ଏତଲା ମିଳିଥିବା କହି ପନ୍ତୁରୀ ଗ୍ରାମକୁ ତଦନ୍ତ କରିବାକୁ ଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri