ଆମ ଜିଲା ଖବର

୬ଷ୍ଠ ଦିବସରେ ମା’ ଭଦ୍ରକାଳୀଙ୍କ ସରସ୍ବତୀ ବେଶ

ଭଦ୍ରକ ଅଫିସ,୧।୧୧: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ୬ଷ୍ଠ ଦିବସରେ ଶୁକ୍ରବାର ମହାସରସ୍ବତୀ ବେଶରେ ପୂଜା ପାଉଛନ୍ତି। ସକାଳୁ ମା’ଙ୍କୁ ଏହି ବେଶରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଭକ୍ତମାନେ ଧାଡ଼ି ବାନ୍ଧି ଧୂପ-ଦୀପ ଦେଇ…

ବେଆଇନ ଚିପ୍‌ସ, ବାଲି ଚାଲାଣ : ୧୨ ଟିପ୍ପର ଜବତ

ବଅଁରପାଳ,୧।୧୧(ଡି.ଏନ୍‌.ଏ.):ଅନୁଗୋଳ ଜିଲା ବଅଁରପାଳ ତହସିଲଦାର ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ଶୁକ୍ରବାର ଭୋର୍‌ ସମୟରେ ବେଆଇନ ବାଲି ଚିପିସି ଚାଲାଣ କରିଥିବା ୧୨ଟି ଟିପ୍ପର ଜବତ କରିଛନ୍ତି। କାଗଜପତ୍ର ଯାଞ୍ଚ ସହ ଗାଡ଼ିଗୁଡିକରୁ ଜରିମାନା ଆଦାୟ କରାଯାଇଛି।

ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌ ଟୁନୁରାମ

ସିନାପାଲି, ୧।୧୧(ଡି.ଏନ୍‌.ଏ.)- ସରକାର ମାନସିକ୍‌ ରୁଗୀକର ଚିକିଛା ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ୍‌ ଜାଗାରେ ସଚେତନତା ଅଭାବୁ ଗରିବ୍‌ଦୁଖି ସରକାରକଁର ଇ ସୁବିଧା ସୁଯୋଗ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସିନାପାଲି…

ମଉଲିକ୍‌ ସୁବିଧାରୁ ବଁଚିତ୍‌ ୨୨ ଆଦିବାସୀ ପରିବାର: ଜିଲାପାଳକୁଁ ଫେରାଦ ହେଲେ ଗାଁବାସୀ

ତଳଗାଁ, ୧।୧୧(ଡି.ଏନ୍‌.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡ଼େଣୀଗଡ଼ ପଁଚେତ୍‌ ଗୋଛାବାରି ନୂଅଁ।ଗଁ।ରେ ୨୨ ଆଦିବାସୀ ମଲ୍ଲାର କୋହ୍ଳ ପରିବାର ବାସ କରୁଛନ୍‌। ହେଲେ ଇ ପରିବାରମାନେ ମଉଲିକ ସୁବିଧା ସୁଯୋଗରୁ ବଁଚିତ୍‌ ଥିବାର ୨୮ ତାରିଖ୍‌ ହରଭଙ୍ଗା ବ୍ଲରେ ଅନୁଷ୍‌ଠିତ ଜନଶୁନାନି…

ଘରେ ପଶି ୭ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ସମ୍ପତ୍ତି ଲୁଟ୍‌ : ଚୋରି ସମୟରେ ଅଭିଯୋଗ ଶୁଣି ଆସିଲାନି ପୋଲିସ

ରଣପୁର,୧।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ କାର୍ଯ୍ୟାଳୟ ରାସ୍ତାର ଜଣେ ବିଚାରପତିଙ୍କ ସରକାରୀ ବାସଭବନ ସମ୍ମୁଖସ୍ଥ ରାଜ କିଶୋର ଦାଶ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ବୁଧବାର ବିିଳମ୍ବିତ ରାତିରେ ଚୋରି ହୋଇଛି। ଚୋରମାନେ ୨୫୦ ଗ୍ରାମ ସୁନା ଅଳଙ୍କାର ଓ…

ମସଜିଦ୍‌ରେ ପଶିଲେ ୧୭ ବିଦେଶୀ ନାଗରିକ: ତଦନ୍ତ କଲା ପୋଲିସ

କୁଜଙ୍ଗ,୧।୧୧(ସ୍ବ.ପ୍ର.): ସାରା ଦେଶରେ ଗୁରୁବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଥିବାବେଳେ କୁଜଙ୍ଗର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନରେ ଏହି ଦିବସ ପାଳନ କରାଯାଇଛି। ତେବେ ଏହି ଅବସରରେ ସନ୍ଧ୍ୟା ସାଢେ ୭ଟାରେ କୁଜଙ୍ଗ ବଜାରର ଏକ ମସ୍‌ଜିଦ୍‌ରେ ୧୭ଜଣ ବିଦେଶୀ…

ଆବାସ କାର୍ଯ୍ୟାଦେଶ ପାଇଁ ଲାଞ୍ଚ ମାମଲା: ତଦନ୍ତ କଲେ ଏପିଡି

ପରଜଙ୍ଗ, ୧।୧୧(ଡି.ଏନ.ଏ.)-ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଁ ଲାଞ୍ଚ କାରବାର ହେଉଥିବା ହିତାଧିକାରୀମାନେ ଅଭିଯୋଗ ଆଣିଥିଲେ। ଗୁରୁବାର ଏପିଡି ସରିତା ଷଡ଼ଙ୍ଗୀ, ଓଡ଼ିଶା ଜୀବିକା ମିଶନ ଏପିଡି ମୌସୁମୀ ମହାନ୍ତି, ପିଇଓ ନକୁଳ ବେହେରା ଏହାର…

ଗୃହ କାର୍ଯ୍ୟାଦେଶ ବିଲ୍‌ ପାଇଁ ଲାଞ୍ଚ: ବାର୍ତ୍ତାଳାପ ରେକର୍ଡିଂ ଶୁଣାଇଲେ ହିତାଧିକାରୀ

କାମାକ୍ଷାନଗର, ୧।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସୋଗର ପଞ୍ଚାୟତରେ ଆବାସ ଯୋଜନାର ବିଲ୍‌ ପୈଠ ପାଇଁ ବ୍ୟାପକ ଲାଞ୍ଚ କାରବାର ହେଉଛି। ଏଥିରେ ପିଇଓଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଥିବାବେଳେ ଏ ସମ୍ପର୍କିତ ଫୋନ୍‌ ରେକର୍ଡିଂ ଲାଗିଛି ଗଣମାଧ୍ୟମ ହାତରେ। ଅନ୍ୟପଟେ…

ଢେଙ୍କାନାଳରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ: ‘୫-ଟି’ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ/ଓଡ଼ାପଡ଼ା (ଡି.ଏନ.ଏ.), ୧।୧୧ – ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ବୁଧବାରଠାରୁ ୨ଦିନିଆ ଢେଙ୍କାନାଳ ଗସ୍ତରେ ଆସି ୧୩ଗୋଟି ଯୋଜନାର ସମୀକ୍ଷା କରିଛନ୍ତି। ସେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ…

ପୁଣି ବାହାରୁ ରୋଗୀ କିଣିଲେ ମେଡିସିନ: ସମ୍ପର୍କୀୟ ତାତିଲା ପରେ ଚେତିଲେ କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୧ା୧୧- ୫-ଟି ସଚିବଙ୍କ ତାଗିଦ ପରେ ବି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଅନେକଙ୍କୁ ବାହାରୁ ଔଷଧ କିଣିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଗୁରୁବାର ଏପରି ଘଟଣାକୁ ନେଇ ପୁରୁଷ ଓ୍ବାର୍ଡରେ ଚିକିତ୍ସାଧୀନ ଜଣେ…

ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ: ‘ଲୋଭ ପରିହାର କର, ସଚ୍ଚୋଟ ହୁଅ’

ଅନୁଗୋଳ ଅଫିସ, ୧ା୧୧-ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଗୁରୁବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ଯୋଗଦେଇ ଦୁର୍ନୀତି ନିବାରଣ ପାଇଁ…

ଥାନାରେ ଏତଲା ଦେଲେ ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ: ସର୍ଭେ କହି ଡାଟା ନେଇଯାଇଛନ୍ତି ଦୁଇ ଯୁବକ

ଅନୁଗୋଳ ଅଫିସ, ୧ା୧୧-ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସର୍ଭେ ପାଇଁ ଏକ କମ୍ପ୍ୟୁଟର ସଂସ୍ଥାରୁ ଆସିଥିବା କହି ଦୁଇ ଯୁବକ ଗତ ୨୯ ତାରିଖରେ ଅନୁଗୋଳ ମହିଳା ମହାବିଦ୍ୟାଳୟରୁ ଡାଟା ନେଇଯାଇଥିବା କର୍ତ୍ତୃପକ୍ଷ ଗୁରୁବାର ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରଛନ୍ତି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?