ଥାନାରେ କୁଠା ଅଭାବ୍‌: ଗଛ୍‌ତଲେ କାମ୍‌ କରୁଛନ୍‌ ଅଧ୍‌କାରୀ

ବିଜେପୁର, ୨।୧୨(ଡି.ଏନ୍‌.ଏ.)- ଆଏଜ୍‌କେ ଶହେ ଦଶ ବଛର୍‌ ତଲେ ବରଗଡ଼ ଜିଲା ବିଜେପୁର ଥାନା ଥାପନା ହେଇଥିଲା। ଏଛେନ୍‌ ଶହେ ଦଶ ଖଁଡ ରାଜସ୍ବ ଗାଁ ସଂଗେ ବନିହାଁପାଲି, ଟିକରା ଗାଁର ଲୋକ ଇ ଥାନା ଉପ୍‌ରେ ନିରଭର କରୁଛନ୍‌। ବିଜେପୁର ଏନ୍‌ଏସି ସମେତ ୨୩ ଖଁଡ ପଁଚେତ୍‌ର ଦେଢ଼ ଲାଖ୍‌ନୁ ଅଏତ୍‌କା ଲୋକ୍‌ ରହୁଛନ୍‌। ସବୁ ଗାଁଗଁଡ଼ାରେ ଶିଅଁାତି ରକ୍ଷା କରବାରେ ଇ ଥାନାର ଦେନ୍‌ କେତନିକେତେ। ଦିନୁ ଦିନ୍‌କେ ଲୋକ୍‌ ବଢ଼ତେଲ ଯାଉଛନ୍‌, ସେ କଁଟେ ଥାନାର କରମ୍‌ଚାରୀ ବି ବଢ଼ୁଛନ୍‌। ହେଲେ ଦୁଖର କଥା ବ୍ରିଟିଶ୍‌ ଅମଲୁ ବନା ହେଇଥିବା ଥାନା କୁଠା ଆଏଜତକ୍‌ ନାଇଁ ବଦଲିବାର। କୁଠା ଆଗରୁ ଯେତ୍‌କି ଆର ଯେନ୍‌ତା ଥିଲା ସେନ୍‌ତା ନ ରହିଛେ। ଏନ୍‌ତାଥି କୁଠା ଅଭାବୁ ଥାନାର କାମ୍‌କାଯ୍‌ରେ ବଡ଼ଭାରି ଅସ୍‌ବିଧା ହେଉଥିବାର ଅଭିଯୋଗ ହେଉଛେ।
ମିଲିଥିବାର ସୂଚନା ହିସାବେ ବିଜେପୁର ଥାନାରେ ଝନେ ଇନ୍ସପେକ୍ଟର, ଦୁଇଝନ୍‌ ସବ୍‌ ଇନ୍ସପେକ୍ଟର, ତିନଝନ୍‌ ସହକାରୀ ସବ୍‌ଇନ୍ସପେକ୍ଟର, ସାତଝନ୍‌ କନଷ୍ଟେବଲ, କୁଡେଝନ୍‌ ହୋମଗାର୍ଡ କାମ କରୁଛନ୍‌। ହେଲେ ବଡ଼ାଦୁଖର କଥା ଥାନାରେ କୁଲ୍‌ ଦୁଇଟା ନ ବଖରା ରହିଛେ। ଇଆଡ଼େ ରାଏଜ୍‌ ସରକାର କାଯ୍‌କାରୀ କରିଥିବାର ୫ଟି ଅନ୍‌ସାରେ ଥାନାକେ କାମ୍‌କାଯ୍‌ରେ ଆସୁଥିବାର ଲୁକ୍‌କୁ ଭଲଭାବେ ବସବା ଉଠ୍‌ବାକେ ଠାନ୍‌ଟିକେ ଦେବାର ନିର୍‌ଦେଶ ରହିଛେ। ଯେନ୍‌ଠାନେ ତଦଁତ୍‌କାରୀ ଅଧ୍‌କାରୀ ବସବାର ଜାଗାଠାନ୍‌ ଅଭାବ ରହିଛେ ସେଠାନେ ଲୁକ୍‌କର କାଏଁ ହାଲ୍‌ ହେଉଥିବା ଇଥ୍‌ରୁ ବୁଝାପଡ଼ୁଛେ। ଏନ୍‌ତାଥି ତଦଁତ୍‌କାରୀ ଅଧ୍‌କାରୀ କେତେବେଲେ କେନ୍‌ ଗଛ୍‌ତଲେ ତ ଆରକେତେବେଲେ କେନ୍‌ କୁଠାଥି ବସି କାମ୍‌କାଯ୍‌ କରୁଥିବାର ଦେଖ୍‌ବାକେ ମିଲୁଛେ। ସେନ୍‌ତା ବିଜେପୁର ଥାନାରେ ଅଧ୍‌କାରୀ, କରମ୍‌ଚାରୀକଁର ରହିବାର ଲାଗି କୁଲ ଦୁଇଟା ନ ସରକାରୀ ଘର ରହିଛେ। ବାକି ସବୁ ପୁରନା ଘର ଧସ୍‌କି ବିଦ୍‌ରି ଯାଇଛେ। ଏନ୍‌ତାଥି ଅନେକ୍‌ ଅଧ୍‌କାରୀ କରମ୍‌ଚାରୀ ବାହାରେ ଘର ଭଡ଼ାନେଇ ରହୁଛନ୍‌। ଇ ଦିଗେ ରାଏଜ୍‌ ସରକାର ଦୁରୁଷ୍‌ଟି ଦେଇ ଥାନାର ନବକଲେବର କରବାକେ ଜନସାଧାରନରେ ଦାବି ହେଉଛେ। ଇ ସମସିଆ ବାବ୍‌ଦେ ଥାନୀଅ ବିଧାୟିକା ରୀତା ସାହୁକୁଁ ପଚରାଲାରୁ ସମସିଆ ବାବ୍‌ଦେ ମୋର ପାସେ ଖବର ନାଇଁଥାଇ, ଆପନକରନୁ ଜାନବାକେ ପାଏଲି। ନିହାତି ଭାବେ ସମସିଆର ସମାଧାନ କରାଯିବା ବଲି ସେ କହିଥିଲେ। ସେନ୍‌ତା ବିଜେପୁର ଥାନା ଅଧ୍‌କାରୀ ରାଜେନ୍ଦ୍ର ସିଆଲକୁଁ ପଚରାଲାରୁ ଥାନାରେ କୁଠା ସମସିଆ, ଅଧ୍‌କାରୀ, କରମ୍‌ଚାରୀକଁର ରହିବାର ଲାଗି ସରକାରୀ ଘରର ଅଭାବ୍‌ ବାବ୍‌ଦେ ଉପର ଅଧ୍‌କାରୀକୁଁ ଜନେଇଥିବାର ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

ସନ୍ଦେହଜନକ ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର; ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଖଟରେ ସ୍ବାମୀ…

ଖଡ଼ିଆଳ,୧୩।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମନିବାସୀ ସ୍ୱାମୀ ସ୍ତ୍ରୀ ଦୀର୍ଘଦିନ ହେବ ଭିମାଖୋଲ ଛକରେ ରହୁଥିଲେ । ଦୁହେଁ ହସଖୁସିରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?