ସ୍ଥାନାନ୍ତର ହେଲା ବୌଦ୍ଧ ସବ୍‌ଜେଲ

ବୌଦ୍ଧ, ୨।୧୨(ସ୍ବ.ପ୍ର): ବୌଦ୍ଧ ସବ୍‌ଜେଲ୍‌କୁ ଲାଣ୍ଡିବନ୍ଧକୁ ସ୍ଥାନାନ୍ତର କରାଯାଇଛି। ୧୯୧୭ ମସିହାରେ ବୌଦ୍ଧ ସହରର ପୁରୁଣା ବ୍ଲକ ଛକ ଠାରେ ସବ୍‌ଜେଲ ନିର୍ମାଣ ହୋଇଥିଲା । ଏହି ସବ ଜେଲରେ ଆଜି ପର୍ଯ୍ୟନ୍ତ ବନ୍ଦୀମାନେ ରହିଆସୁଥିଲେ । କିନ୍ତୁ ନୂତନ କୋଠା ନିର୍ମାଣ କରାଯାଇ ନ ଥିବାରୁ ଅଧିକାଂଶ ସମୟରେ ବନ୍ଦୀମାନଙ୍କ ରହିବା ପାଇଁ ଅସୁବିଧା ଦେଉଥିଲା। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସହର ଠାରୁ ୧୭ କିମି ଦୂର ଲାଣ୍ଡିବନ୍ଧରେ ନୂତନ ଜେଲ ନିର୍ମାଣ କରାଯାଇଥିଲା। ନୂତନ ଜେଲ ନିର୍ମାଣ କରାଯାଇଥିଲେ ମଧ୍ୟ ସ୍ଥାନାନ୍ତର ହୋଇପାରୁ ନ ଥିଲା । ଗତ ଅକ୍ଟୋବର ୧୧ରେ ୫ଟି ସଚିବ ଭି. କେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ବୌଦ୍ଧ ଜିଲା ଗସ୍ତ କରି ଜିଲା ମୁଖ୍ୟ ଚିକିସତ୍ାଳୟ ପରିଦର୍ଶନ କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରର ସୁବିଧା ଓ ଅସୁବିଧା ବୁଝିଥିଲେ । ଏହି ସମୟରେ ଜିଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ମୁଖ୍ୟ ଚିକିସତ୍ାଳୟରେ ସ୍ଥାନାଭାବ ଯୋଗୁ ବହୁ ଅସୁବିଧା ହେଉଥିବା କହିଥିଲେ । ସଚିବଙ୍କ ଗସ୍ତର ୫ ଦିନ ପରେ ବୌଦ୍ଧ ଜିଲାରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ନୂତନ ଚିକିସତ୍ାଳୟ ନିର୍ମାଣ କରାଯିବା ନେଇ ଘୋଷଣା କରାଯାଇଥିଲା। ପରେ ବୌଦ୍ଧ ଜିଲାପାଳ ନୂତନ ଚିକିସତ୍ାଳୟ ଜେଲ ପରିସରରେ ନିର୍ମାଣ କରାଯିବ ଏବଂ ଜେଲ ନୂତନ କୋଠାକୁ ଯିବ ଓ ଖୁବଶୀଘ୍ର ନୂତନ ଚିକିସତ୍ାଳୟ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ରବିବାର ସବ୍‌ଜେଲ ଲାଣ୍ଡିବନ୍ଧକୁ ସ୍ଥାନାନ୍ତର ହୋଇଛି । ସେହିପରି ସବଜେଲରେ ଥିବା ବନ୍ଦୀମାନଙ୍କୁ କଡା ସୁରକ୍ଷା ମଧ୍ୟରେ ସେଠାକୁ ନିଆଯାଇଛି । ଏ ନେଇ ବୌଦ୍ଧ ସବଜେଲ୍‌ର ଜେଲର ଜନାର୍ଦ୍ଧନ ମଲିକଙ୍କୁ ପଚାରିବାରୁ ସବଜେଲ ଲାଣ୍ଡିବନ୍ଧ ଠାରେ ନିର୍ମାଣ ହୋଇଥିବା ନୂତନ କୋଠାକୁ ସ୍ଥାନାନ୍ତର ହୋଇଛି । ୨୮୩ ଜଣ ବନ୍ଦୀଙ୍କୁ କଡା ସୁରକ୍ଷା ମଧ୍ୟରେ ନୂତନ ଜେଲକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?