ପରିତ୍ୟକ୍ତ ଅବସ୍ଥାରେ ଡାକ୍ତରଖାନା କୋଠା
ରାଇସୁଆଁ, ୧୮।୧୧(ଡି.ଏନ.ଏ.)-ସରକାର ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡାକ୍ତରଖାନା ଗୃହ ନିର୍ମାଣ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ରହିବା ପାଇଁ ଗୃହ ନିମାଣ କରାଯାଉଛି। ମାତ୍ର ପ୍ରଶାସନିକସ୍ତରରେ ଏହା କାର୍ଯ୍ୟକ୍ଷମ ହୋଇ…
ସର୍ବଭାରତୀୟ ହିନ୍ଦୀ ନାଟକ ପ୍ରତିଯୋଗିତା: ‘କଳାପରିଷଦ’ ହାତେଇଲା ୧୬ ପୁରସ୍କାର
ଢେଙ୍କାନାଳ ଅଫିସ, ୧୮।୧୧: ପୁଣିଥରେ ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳ ଜିଲାର କଳାକାର। ଉତ୍ତରପ୍ରଦେଶ ଆଗ୍ରାସ୍ଥିତ ସଂସ୍କାର ଭାରତୀ ନାଟ୍ୟାନୁଷ୍ଠାନର ନାଟ୍ୟକେନ୍ଦ୍ର ପରିସରରେ ୬ଦିନ ଧରି ଆୟୋଜିତ ସର୍ବଭାରତୀୟ ରଙ୍ଗୋଦୟ-୨୦୧୯ ନାଟକ ପ୍ରତିଯୋଗିତାରେ ନାଟ୍ୟାନୁଷ୍ଠାନ ‘କଳାପରିଷଦ’ର କଳାକାରମାନେ ଚମତ୍କାର ଅଭିନୟ…
ଦୋଛକିରେ ଭାରତମାଳା ପ୍ରକଳ୍ପ
ଭଦ୍ରକ ଅଫିସ,୧୮ା୧୧- କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପ ଏବେ ଦିଗହରା ହୋଇ ପଡିଛି। ଏହି ପ୍ରକଳ୍ପ ସକାଶେ ବିଜ୍ଞପ୍ତି ଜାରି ସତ୍ତ୍ୱେ ଏହାର କାର୍ଯ୍ୟକାରିତା ନେଇ ଆଉ କିଛି ସୂଚନା ମିଳୁ ନାହିଁ। ଭଦ୍ରକ ଜିଲାର ଧାମରା ବନ୍ଦରଯାଏ ପରିବହନ ବ୍ୟବସ୍ଥାକୁ…
ପୂର୍ବ ଶତ୍ରୁତାରୁ ହତ୍ୟା, ଅଭିଯୁକ୍ତ ଗିରଫ
କ.ନୂଆଗାଁ,୧୮ା୧୧(ଡି.ଏନ୍.ଏ.)-କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ପିପଳପଙ୍ଗା ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶୀକାର ହୋଇଛନ୍ତି ଯୋଗେଶ୍ୱର ପ୍ରଧାନ। ଯୋଗେଶ୍ୱର ଓ ତାଙ୍କ ସ୍ତ୍ରୀ ମାଳତୀ ଘର ବାରଣ୍ଡାରେ ବସିଥିଲେ। ନୋଜରା ପ୍ରଧାନଙ୍କ ସହ…
୧୬୫୦ କେଜି ଆବର୍ଜନା ସଂଗ୍ରହ କଲେ ଛାତ୍ରୀଛାତ୍ର
ଗୋପାଳପୁର,୧୮ା୧୧-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଆନୁକୂଲ୍ୟରେ ଜିଲା ପ୍ରଶାସନ ତରଫରୁ ସ୍ବଚ୍ଛ ନିର୍ମଳ ଗୋପାଳପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲୁ ରହିଥିଲା। ରବିବାର ଏହା ଉଦ୍ଯାପିତ ହୋଇଛି। ଏହି ପରିପ୍ରେକ୍ଷୀରେ ୫୮…
ଭାଉଜଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଦିଅର ଗିରଫ
ପାଟଣା,୧୮।୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି ା ଭାଉଜଙ୍କ ତଣ୍ଟି କାଟି ଜଣେ ଯୁବକ ହତ୍ୟା ଉଦ୍ୟମ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ା ସାମାନ୍ୟ ମଦ ପାଇଁ…
‘ପ୍ରତିଭା ପୂଜା ପରମ୍ପରା ପ୍ରଶଂସନୀୟ’
ବାରିପଦା ଅଫିସ,୧୮ା୧୧- ବାରିପଦା ରୋଟାରୀ ଭବନ ପରିସରରେ ବୋଇତ ବନ୍ଦାଣ ଉତ୍ସବ ସମିତି ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସମିତିର ସଭାପତି ତପନ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଅତିରିକ୍ତ…
ଗବେଷଣାରେ ସହଯୋଗ ଲାଗି ବୁଝାମଣାପତ୍ର; ଛାତ୍ରୀଛାତ୍ରଙ୍କ ବୌଦ୍ଧିକ ଜ୍ଞାନ ଓ ଦକ୍ଷତା ବୃଦ୍ଧିରେ ସହାୟକ ହେବ, ସୃଷ୍ଟି ହେବ ନୂଆ ଅଧ୍ୟାୟ
ବାଲେଶ୍ୱର ଅଫିସ, ୧୭।୧୧-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀସ୍ଥିତ କଳିଙ୍ଗ ଆନ୍ତର୍ଜାତୀୟ ପ୍ରତିଷ୍ଠାନ ମଧ୍ୟରେ ଶିକ୍ଷା, ସଂସ୍କୃତି ଏବଂ ଗବେଷଣାସ୍ତରରେ ସହଯୋଗ ବୃଦ୍ଧି ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଉକ୍ତ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଶିଷ୍ଟ କୁଟନୀତିଜ୍ଞ ତଥା ଭାରତର ପ୍ରାକ୍ତନ…
ସଡକ ସୁରକ୍ଷା ନିୟମ ମାନିଲେ ଦୁର୍ଘଟଣା ହ୍ରାସ ପାଇବ
ସୋନପୁର,୧୮।୧୦(ନି.ପ୍ର.) ସଡକ ଦୁର୍ଘଟଣାରେ ବହୁ ମୂଲ୍ୟବାନ ଜୀବନହାନି ହେଉଛି। ଏଭଳି ମୃତ୍ୟୁ ସଂଖ୍ୟା ଦେଶରେ ଦିନକୁ ଦିନ ବଢୁଛି । ପ୍ରାକୃତିକ ବିପର୍ଯ୍ୟୟ ଓ ଆତଙ୍କବାଦୀ ଆକ୍ରମଣରେ ଯେତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି ସଡକ ଦୁର୍ଘଟଣାରେ ତାଠୁ ଢେର ଗୁଣା…
ଅଧିକାର ପାଇଁ ଲଢେଇ କରିବାକୁ ଆହ୍ବାନ
ଖପ୍ରାଖୋଲ, ୧୮ା୧୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିର୍ସା ମୁଣ୍ଡାଙ୍କ ୧୪୪ତମ ଜୟନ୍ତୀ ସମାରୋହ ଏସ୍ଟି, ଏସ୍ସି କର୍ମଚାରୀ ସଂଘ ଆନୁକୂଲ୍ୟରେ ରବିବାର ପାଳିତ ହୋଇଯାଇଛି ା ଏସ୍ଟି, ଏସସି କର୍ମଚାରୀ ସଂଘ ସଭାପତି ରାହାସ…
ବିଜେଡିର ମିଶ୍ରଣ ପର୍ବ: ‘ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକତା’
ବରୀ,୧୭ା୧୧(ସ୍ବ.ପ୍ର.)- ବରୀ ନିର୍ବାଚନମଣ୍ଡଳୀ ଅଧୀନ ଅମଠପୁର ପଞ୍ଚାୟତର କମ୍ପଗଡ଼ ହାଟ ପଡ଼ିଆରେ ରବିବାର ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସଭାପତି ବ୍ରଜକିଶୋର ଭଞ୍ଜଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦେଇ ବରୀର ବିକାଶ…
ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା: ପମ୍ପ ହାଉସ୍ରେ ତାଲା ଠୁଙ୍କି ପ୍ରତିବାଦ
ପରଜଙ୍ଗ, ୧୭।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ଗ୍ରାମରେ ପାଇପ ପାଣି ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ଏହାର ପ୍ରତିବାଦରେ ସେମାନେ ରବିବାର ପଞ୍ଚାୟତ କାର୍ଯ୍ୟାଳୟ ନିକଟ ପମ୍ପ ହାଉସରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଫଳରେ…

