ଡକାୟତ ଯୋଜନା ବେଳେ ପୋଲିସ ଚଢ଼ାଉ : ୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ, ଖଣ୍ଡା,ପିସ୍ତଲ,ଗୁଳି ଓ ମୁଖା ଜବତ

ଦେବଗଡ,୧୫।୧୨(ଡି.ଏନ.ଏ.)-ଗୁରୁବାର ରାତିରେ ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଆମ୍ବଗାଁ ହାଇସ୍କୁଲର ପୁରୁଣା ଛାତ୍ରାବାସ ନିକଟରେ ସଶସ୍ତ୍ର ଡକାୟତି ପାଇଁ ଯୋଜନା କରୁଥିବାବେଳେ ବାରକୋଟ ଥାନା ପୋଲିସ ୩ଜଣ ପିଏଲଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରଛି ା ସେମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ଟୋରପା ଜିଲା ଖୁଣ୍ଟି ଥାନାଞ୍ଚଳର ମଣ୍ଟୁ ଓରଫ୍‌ ଯୋଗେଶ୍ୱର ସିଂ(୩୦)ଓ ସିମଡେଗା ଜିଲା ଜଲଦେଗା ଥାନାଞ୍ଚଳର ମୁନା ଓରଫ୍‌ ମନୋଜ କାଣ୍ଡୁଲାନା (୨୩) ଏବଂ ସୁନ୍ଦରଗଡ ଜିଲା ବଣାଇଁଗଡ ଥାନାଞ୍ଚଳର ପଣ୍ଡୁଆ ଗ୍ରାମର ଦିଲ୍ଲୀପ କେଶରୀ (୩୨) ା ସେମାନଙ୍କ ପାଖରୁ ୨ଟି ଦେଶୀ ପିସ୍ତଲ,ଗୋଟିଏ ଚାଇନା ନିର୍ମିତ ସେମି ଅଟୋମେଟିକ ପିସ୍ତଲ, ୭ଗୋଟି ଜୀବନ୍ତ ଗୁଳି ଓ ଗୋଟିଏ ଖଣ୍ଡା ଓ ୩ଟି ମୁଖା ଜବତ କରିଛି ା ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଗିରଫ କରିବାପାଇଁ ଉଦ୍ୟମ ଜାରି ରହିଛି ବୋଲି ଜିଲା ପୋଲିସ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦେବଗଡ ଏସ୍‌.ପି.ରାହୁଳ ଜୈନ ସୂଚନା ଦେଇଛନ୍ତି ା
ଗତ ୧୨ ତାରିଖ ରାତ୍ରି ପ୍ରାୟ ୧୧ଟା ସମୟରେ ଉପରୋକ୍ତ ଯୁବକମାନେ କୌଣସି ସ୍ଥାନରେ ଡକାୟତି ପାଇଁ ଆମ୍ବଗାଁ ହାଇସ୍କୁଲର ପୁରୁଣା ଛାତ୍ରାବାସ ନିକଟରେ ଯୋଜନା କରୁଥିଲେ ା ପୋଲିସ କୌଣସି ସୂତ୍ରରୁ ସୂଚନା ପାଇବା ପରେ ବାରକୋଟ ଥାନା ଆଇଆଇସି ଚିତ୍ତ ରଞ୍ଜନ ବେହେରା ଓ ସବ୍‌ଇନ୍ସପେକ୍ଟର ଦେବଶିଷ ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚତ୍ ୩ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରିଥିଲା ା ଅନ୍ୟ ୨ ଡକାୟତ ଫେରାର ହୋଇଯାଇଥିଲେ ା ଗିରଫ ପିଏଲ୍‌ଏଫ୍‌ଆଇ ସଦସ୍ୟମାନଙ୍କ ମଧ୍ୟରୁ ମନୋଜ କାଣ୍ଡୁଲାନାଙ୍କ ନାମରେ ପୂର୍ବରୁ ହତ୍ୟା , ଡକାୟତି ଓ ବ୍ୟାଙ୍କଲୁଟ ମାମଲା ରହିଥିବା ବେଳେ ଯୋଗେଶ୍ୱର ଓ ,ଦିଲ୍ଲୀପଙ୍କ ସମେତ ଫେରାର ଦୁଇଜଣଙ୍କ ନାମରେ ଝାଡ଼ଖଣ୍ଡ ରାଜ୍ୟ ସମେତ ଓଡିଶାର ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଏସ୍‌.ପି. ଜୈନ କହିଛନ୍ତି ା ଅନ୍ୟମାନଙ୍କ ମଧ୍ୟରେ ଖବରଦାତା ସମ୍ମିଳନୀରେ ଦେବଗଡ ଏସଡିପିଓ ସୁଲେମାନ ଏକ୍କା, ବାରକୋଟ ଥାନା ଆଇଆଇସି ଚିତ୍ତ ରଞ୍ଜନ ବେହେରା ଓ ସବ ଇନ୍ସପେକ୍ଟର ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସୂଚନା; ଆଇସିୟୁ, ଭେଣ୍ଟିଲେଟର୍‌ ବିନା ଆୟୁଷ୍ମାନ୍‌ ଅପରେଶନ ମନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଆଇସିୟୁ ଓ ଭେଣ୍ଟିଲେଟର୍‌ ନ ଥିଲେ ଆୟୁଷ୍ମାନ ଅନୁଦାନରେ ଅପରେଶନ ହୋଇପାରିବନି । ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌…

ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ: ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌

ଭୁବନେଶ୍ୱର, ୧୨।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?