ସାନରକ୍ସିଠାରେ ସୁନ୍ଦରଗଡ ଖାଦାନ ମଜଦୁର ୟୁନିୟନର ଶ୍ରମିକ ସମାବେଶ: ଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରା ନ ଯାଉ

 

ଲହୁଣୀପଡା,୧୫।୧୨(ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ ଅନ୍ତର୍ଗତ ସାନରକ୍ସିସ୍ଥିତ କୁଶଳ ତିର୍କୀ ମିନିଷ୍ଟାଡିୟମରେ ସିଆଇଟିୟୁ ଅନୁବନ୍ଧିତ ଶ୍ରମିକ ସଙ୍ଗଠନ ସୁନ୍ଦରଗଡ଼ ଖାଦାନ ମଜଦୁର ୟୁନିୟନର ଶନିବାର ଏକ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ପଟାସାହି, ରକ୍ସି, ବିମଳାଗଡ, ରେଡା, ଚାନ୍ଦିପୋଷ, ବାରସୁଆ ପ୍ରଭୃତି ୬ଟି ପ୍ରାଇଭେଟ ଲୋଡିଂ ସାଇଡିଂର ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଯୋଗଦେଇଥିଲେ। ବଣାଇ ବିଧାୟକ ତଥା ୟୁନିୟନର ସଭାପତି ଲକ୍ଷ୍ମଣ ମୁଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ। ବିଜେଡି-ଭାଜପା ସରକାରଙ୍କ ବିଭିନ୍ନ ଜନବିରୋଧୀ ଯୋଜନା ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ। କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ପେସା ଆଇନ ନାମରେ ଗରିବ, ଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ହେଉଥିବା ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହିଥିଲେ। ଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରା ନ ଯାଉ ବୋଲି ସେ କହିଥିଲେ। ୟୁନିୟନର ସାଧାରଣ ସମ୍ପାଦକ ତଥା ସିପିଆଇଏମ ଜିଲା ସମ୍ପାଦକ ପ୍ରମୋଦ କୁମାର ସାମଲ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଅଧିକାର, ମଜୁରି ବୃଦ୍ଧି, ପିଏଫ ପ୍ରଦାନ ସମେତ ଲୋଡିଂ ସାଇଡିଂଗୁଡିକରେ ପର୍ଯ୍ୟାପ୍ତ ର଼୍ୟାକ ଯୋଗାଇ ଦେବାକୁ ଶ୍ରମିକ ସମାବେଶରେ ଦାବି କରିଥିଲେ। ପେସା ବାଲାଙ୍କ ବିଭିନ୍ନ ପ୍ରକାର ପଥରଗାଡି କାର୍ଯ୍ୟକୁ ନିନ୍ଦା କରିବା ସହିତ ଟ୍ରେଡ ୟୁନିୟନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ସିଆଇଟିୟୁ ଜିଲା ଉପସଭାପତି ବନମାଳୀ ଧୁପାଳ ଶ୍ରମିକମାନଙ୍କ ଏକଜୁଟ ହୋଇ ରହିଥିବା ସହିତ ଦେଶ ବିଦେଶରେ ଶ୍ରମିକମାନେ କିପରି ନିର୍ଯାତିତ ହେଉଛନ୍ତି ସେ ବିଷୟରେ ସୂଚନା ଦେଇଥିଲେ। ଏହା ସହିତ ସମ୍ବିଧାନରେ ପେସାର ପ୍ରକୃତ ମୂଲ୍ୟବୋଧ ଉପରେ ଶ୍ରମିକମାନଙ୍କୁ ଉଦବୋଧନ ଦେଇଥିଲେ। ଶେଷରେ ସିଆଇଟିୟୁ ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ସିଆଇଟିୟୁର ଇତିହାସ ବୃତ୍ତାନ୍ତ ବର୍ଣ୍ଣନା କରିବା ସହିତ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ଉପରେ ଆଲୋଚନା କରିଥିଲେ। ତା ବିରୋଧରେ ଆସନ୍ତା ଜାନୁଆରୀ ୬ରୁ ୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସ୍ତରରେ ୬ଟି ଲୋଡିଂ ସାଇଡିଂରେ ଧର୍ମଘଟ ଏବଂ ୮ରେ ସମଗ୍ର ଭାରତରେ ଧର୍ମଘଟରେ ସାମିଲ ହୋଇ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବାକୁ ଆହ୍ବାନ ଜଣାଇଥିଲେ। ଏଥିରେ ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିମାନ ମାଇତି, ବୟୋଜ୍ୟୋଷ୍ଠ ସଭ୍ୟ ଅଭୟ କୁମାର ଚାୈଧୁରୀ, ୟୁନିୟନର ସାଧାରଣ ସମ୍ପାଦକ ଲିଲ ମୋହନ ଗୋପ, ଆନନ୍ଦ ମାସୀ ହରୋ, କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ପ୍ରାରମ୍ଭରେ ହଜାର ହଜାର ଶ୍ରମିକ ପାରମ୍ପରିକ ନୃତ୍ୟଗୀତର ତାଳେ ତାଳେ ଶ୍ରମିକ ନେତୃବୃନ୍ଦଙ୍କ ସହିତ ରକ୍ସିସ୍ଥିତ ୟୁନିୟନ କାର୍ଯ୍ୟାଳୟଠାରୁ ୨୧୫/୫୨୦ ନମ୍ବର ଜାତୀୟ ରାଜପଥର ମୁଖ୍ୟ ରାସ୍ତାରେ ଏକ ବିରାଟ ଶୋଭାଯାତ୍ରାରେ ଆସି ରକ୍ସି ରେଳ ଫାଟକ ନିକଟରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି: ୨ ମୃତ, ୩୦ ରୁ ଅଧିକ ଅସୁସ୍ଥ

ହେମଗିର, ୨୪।୫ (ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ଗାଁର ୩୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ…

ରାଉରକେଲାରେ ବଡ଼ ଧରଣର ବ୍ରାଉନସୁଗାର ଜବତ: ୭ ମହିଳା ସମେତ ୮ ଡ୍ରଗ୍ସ ବେପାରୀ ଗିରଫ, ୧ କୋଟି ଟଙ୍କାରୁ ଅଧିକ

ରାଉରକେଲା, ୨୩।୫ (ସଙ୍ଗୀତା ଜେନା): ଓଡ଼ିଶାରେ ଚାଲିଥିବା ନିଶା ନିବାରଣ ଅଭିଯାନରେ ଏକ ବଡ଼ ସଫଳତା। ରାଉରକେଲା ପୋଲିସ ପ୍ଲାଣ୍ଟସାଇଟ୍ ଥାନା ସୀମା ଅନ୍ତର୍ଗତ ମୀନାପଡ଼ା ଅଞ୍ଚଳରେ…

ତୈଳବୀଜ ଶସ୍ୟ ଚାଷ କରିବାକୁ ଯୁବଚାଷୀଙ୍କୁ ଆହ୍ବାନ ଦେଲେ ସମୀର

ବଡ଼ଗାଁ, ୧୯।୫(ଅଶୋକ ଷଡଙ୍ଗୀ): ଭାରତରେ ତୈଳବୀଜ ଉତ୍ପାଦନ ସେତେଟା ହେଉନଥିବାରୁ ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ତେଲ ବ୍ୟବହାର…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼, ୧୭।୫ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼…

ସନ୍ତରଣରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର

ରାଉରକେଲା,୧୫।୫(ବିପ୍ଳବ ରଞ୍ଜନ ଦାଶ): ନବଗଠିତ ଜିଲା ସୁଇମିଂ ଆସୋସିଏଶନ ପକ୍ଷରୁ ବିର୍ସାମୁଣ୍ଡା ଆଥଲେଟିକ ସୁଇମିଂ ପୁଲ୍‌ରେ ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି। ବିଭିନ୍ନ…

୨୫୦ ଫୁଟ ତଳକୁ ଖସିଲା ଡୋଜର, ପୋତି ହୋଇଗଲେ ଚାଳକ, କ୍ଷତିପୂରଣ ଦାବିରେ…

ବଣାଇଁ,୧୫ା୫(ପ୍ରଦୀପ ତ୍ରିପାଠୀ): ଗୁରୁବାର ରାତିରେ ଓଏମ୍‌ସି ଖଣ୍ଡାଧାର ଲୌହଖଣିରେ ଏକ ଅଘଟଣ ଘଟିଥିବାର ସୂଚନା ମିଳିଥିଲା। ସମ୍ପ୍ରତ୍ତି ଏହି ଖଣି ଆଦାନୀ କମ୍ପାନୀକୁ ମିଳିଥିବା ବେଳେ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri