ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ: ଶିକ୍ଷକ କ୍ଲଷ୍ଟର ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ

ମାଲକାନଗିରି / ଚିତ୍ରକୋଣ୍ଡା,୧୮ା୧୨ (ଡି.ଏନ୍‌.ଏ.): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବୁଧବାର ମାଲକାନଗିରି ଜିଲା ଗସ୍ତରେ ଆସି ସ୍ବାଭିମାନ ଅଞ୍ଚଳର ବଡ଼ପଡ଼ାଠାରେ ଶିକ୍ଷକ କ୍ଲଷ୍ଟର ସହ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକ ହେଲିକପ୍ଟର ଯୋଗେ ସେ ବଡ଼ପଡ଼ାସ୍ଥିତ ବିଏସଏଫ କ୍ୟାମ୍ପରେ ପହଞ୍ଚତ୍ବା ପରେ ଗ୍ରାମରେ ଏକ ବୈଠକରେ ଯୋଗ ଦେଇଥିଲେ। ପିଲାଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ଅବିଭାବକମାନେ ସଚେତନ ରହିବା ଆବଶ୍ୟକ ବୋଲି ସେ କହିଥିଲେ। ଆଗାମୀ ଦିନରେ ଏହି ଅଞ୍ଚଳବାସୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସେ ଛାତ୍ରୀଛାତ୍ରଙ୍କ ସହ ଭାବର ଆଦାନ ପ୍ରଦାନ କରି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।। ପରେ ଶିକ୍ଷକଙ୍କ ରହିବା ପାଇଁ ବଡ଼ପଡ଼ାଠାରେ ଶିକ୍ଷକ କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କ୍ଲଷ୍ଟର କାର୍ଯ୍ୟକ୍ଷମ ହେଲେ ସ୍ବାଭିମାନ ଅଞ୍ଚଳର ଜନ୍ତାପାଇ, ଯନ୍ତ୍ରୀ, ବଡ଼ପଡ଼ା, ଗାଜଲମାମୁଡ଼ି, ଅଣ୍ଡ୍ରାପାଲି, ପଣସପୁଟ, ସାରକୁବନ୍ଧ, ଯୋଡ଼ାମ୍ବ ଅଞ୍ଚଳର ଛାତ୍ରୀଛାତ୍ରମାନେ ଉପକୃତ ହେବେ। ଏଥିସହ ମନ୍ତ୍ରୀ ଦାସ ୫୮ଟି ଅତିରିକ୍ତ ଶ୍ରେଣୀ ଗୃହର ଭତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିପାଇଁ ୮ କୋଟି ୧୭ ଲକ୍ଷ ୭୫ ହଜାର ଖର୍ଚ୍ଚ କରାଯିବ ବୋଲି ସୂଚନା ଦେଇଥିଲେ। ପରେ ଗୁରୁପ୍ରିୟା ସେତୁ ନିକଟରେ ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ପାୱାରଗ୍ରୀଡ ବୋଟ ଆମ୍ବୁଲାନ୍ସର ଉଦ୍‌ଘାଟନ କରିଥିଲେ। ଶିଳାନ୍ୟାଶ, ଉଦ୍‌ ଘାଟନ କାର୍ଯ୍ୟକ୍ରମ ପରେ ମନ୍ତ୍ରୀ ଡିଆରଡିଏ ସଭା ଗୃହରେ ସମୀକ୍ଷା ବୈଠକରେ ଯୋଗ ଦେଇ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଗୁରୁପ୍ରିୟା ସେତୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ସେ ସମୟରେ ସ୍ବାଭିମାନ ଅଞ୍ଚଳ ପାଇଁ ଦେଇଥିବା ଶହେ କୋଟି ଟଙ୍କାର ସହାୟତା ଅର୍ଥରେ କେଉଁସବୁ କାର୍ଯ୍ୟ ହୋଇଛି ସେନେଇ ଜାଣିବାକୁ ଚାହିଁଥିଲେ। ବିଶେଷ କରି ଏହି ଅର୍ଥରେ ଗମନାଗମନ, ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ, ଜଳସେଚନର ଉନ୍ନତି ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ। ପରେ ମନ୍ତ୍ରୀ ଜିଲା ସଦର ମହକୁମାସ୍ଥିତ ଶିଶୁ ଗୃହ ପରିଦର୍ଶନ କରି ଶିଶୁଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ଅବସରରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ନବରଙ୍ଗପୁର ଏମପି ରମେଶ ଚନ୍ଦ୍ର ମାଝି, ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି, ସ୍ବତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡ଼କାମି, ଜିଲାପାଳ ମନୀଷ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି. ଖିଲାରି, ପାୱାରଗ୍ରୀଡର ମୁଖ୍ୟ ମହାପ୍ରବନ୍ଧକ ଏସ.ରବିନ୍ଦର କୁମାର, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କ୍ଷୀରାବ୍ଧି ବେହେରା, ଜିଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀ, ବିଡିଓ ଲରିମନ ଖରସେଲ, ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri