ବରପାଲି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଚୋରି ଘଟଣାରୁ ବନ୍ଧୁଙ୍କୁ ହତ୍ୟା କରିଥିଲେ ସାଙ୍ଗ

ବରଗଡ଼ ଅଫିସ,୧୮।୧୨- ବରଗଡ଼ ଜିଲା ବରପାଲି ଜଗନ୍ନାଥ ନଗରରେ ଗତ ୧୩ ତାରିଖରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ଚୋରି ଘଟଣାକୁ କେନ୍ଦ୍ର କରି ଦୁଇ ସାଙ୍ଗ ମଧ୍ୟରେ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ପୋଲିସ ଅଭିଯୁକ୍ତ ବରଗଡ଼ ୱାର୍ଡ ନଂ-୨ ତଳିପଡା ନିବାସୀ କଇରୁ ବେହେରା(୧୯) ଓରଫ ରାହୁଲଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ପାଇପ, ୨ଟି ବାଇକ, ୨ଟି ମୋବାଇଲ ଜବତ ହୋଇଛି।

ବୁଧବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇ କହିଛନ୍ତି, ମୃତ ପ୍ରଶାନ୍ତ ପରଧିଆ(୧୯) ଏବଂ ଗିରଫ ଅଭିଯୁକ୍ତ ରାହୁଲ ବରଗଡ଼ ୱାର୍ଡ ନଂ-୨ର ବାସିନ୍ଦା। ଗତ ୧୨ ତାରିଖ ଉଭୟେ ଟ୍ରେନ ଯୋଗେ ବଲାଙ୍ଗୀର ଯାଇଥିଲେ ଏବଂ ସେଠାକାର ଏକ ଲଜ୍‌ରେ ରହିଥିଲେ। ତେବେ ୧୩ ତାରିଖ ଭୋଜନ ପରେ ମୃତ ପ୍ରଶାନ୍ତଙ୍କୁ ନ ଜଣାଇ ରାହୁଲ ଏକ ଘରୋଇ ଯାତ୍ରୀବାହୀ ବସ ଯୋଗେ ବରଗଡ଼ ଫେରି ଆସିଥିଲେ ଏବଂ ବରଗଡ଼ ପହଞ୍ଚିବା ପରେ ସେ ନେଇ ପ୍ରଶାନ୍ତଙ୍କୁ ଜଣାଇଥିଲେ। ଏହାପରେ ପ୍ରଶାନ୍ତ ତାଙ୍କ ଅନ୍ୟଜଣେ ବନ୍ଧୁ ପରାଧୀନଙ୍କ ସହିତ ଟ୍ରେନ ଯୋଗେ ବରଗଡ଼ ଫେରିବା ବାଟରେ ବରପାଲିରେ ଓହ୍ଲାଇଥିଲେ ଏବଂ ତାଙ୍କୁ ସେଠାକୁ ନେବା ପାଇଁ ଆସିବାକୁ ରାହୁଲଙ୍କୁ ଫୋନ କରିଥିଲେ । ରାହୁଲ ଅନ୍ୟଜଣେ ସାଙ୍ଗ ରିକୁ ପ୍ରଧାନଙ୍କୁ ଧରି ପ୍ରଶାନ୍ତଙ୍କ ବାଇକ ଯୋଗେ ବରପାଲି ପହଞ୍ଚିଥିଲେ। ବରପାଲି ଯୋଗିମୁଣ୍ଡାରେ ସେମାନଙ୍କ ଭେଟ ହୋଇଥିଲା। ଏହାପରେ ପରାଧୀନ ଓ ରିକୁ ଟ୍ରେନ୍‌ ଯୋଗେ ଘରକୁ ଫେରିଥିବା ବେଳେ ବରପାଲିରେ ଅଟକି ଥିବା ପ୍ରଶାନ୍ତ ଓ ରାହୁଲଙ୍କ ମଧ୍ୟରେ ପୂର୍ବରୁ ଚୋରି କରିଥିବା ବାଇକ ଏବଂ ମୋବାଇଲକୁ ନେଇ କଥା କଟାକଟି ହୋଇଥିଲା। ଏଥିରେ ପ୍ରଶାନ୍ତ ରାଗି ଯାଇଥିଲେ ଏବଂ ରାହୁଲଙ୍କୁ ବରପାଲିର ତାଙ୍କ ମଉସା ଘରୁ ଟଙ୍କା ଆଣିବାକୁ କହିଥିଲେ। ତେବେ ଟଙ୍କା ଆଣିବା ପାଇଁ ଉଭୟେ ବରପାଲି ଜଗନ୍ନାଥ ନଗରରେ ରହୁଥିବା ରାହୁଲଙ୍କ ମଉସା ଘରକୁ ଯାଇଥିଲେ ହେଁ ରାତିରେ ସେମାନେ ଘର ପାଇ ନ ଥିଲେ। ଏହାପରେ ପ୍ରଶାନ୍ତ ଆହୁରି ରାଗି ଯାଇ ନିଜ ବାଇକ ଡିକିରେ ରଖିଥିବା ଏକ ଲୁହା ପାଇପ ବାହାର କରି ରାହୁଲଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ମାତ୍ର ରାହୁଲ ସେହି ଲୁହା ପାଇପ ଛଡାଇ ଆଣି ପ୍ରଶାନ୍ତଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏଥିରେ ପ୍ରଶାନ୍ତ ଟଳି ପଡିବା ପରେ ରାହୁଲ ମୃତ ପ୍ରଶାନ୍ତଙ୍କ ବାଇକ ଧରି ସେଠାରୁ ଖସି ଆସିଥିଲେ। ତେବେ ୧୪ ତାରିଖରେ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର ହେବା ପରେ ବରପାଲି ଥାନା ଆଇଆଇସି ରୋଜାଲିନ ପଟେଲଙ୍କ ତତ୍ତ୍ବାବଧାନରେ ଏହାର ତଦନ୍ତ ଚାଲିଥିଲା ଏବଂ ଅଭିଯୁକ୍ତଙ୍କୁ ଗିରଫ ସହିତ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିବା ଏସ୍‌ପି ସାହୁ କହିଛନ୍ତି। ଖବରଦାତା ସମ୍ମିଳନୀରେ ବରପାଲି ଥାନା ଆଇଆଇସି ପଟେଲ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri