ବିଇଓଙ୍କ ହସ୍ତକ୍ଷେପ ପରେ ହଟିଲା ଧାରଣା

ଭଣ୍ଡାରିପୋଖରୀ,୧୮।୧୨(ଡି.ଏନ.ଏ.): ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ଡେପୁଟେଶନ ବାତିଲ ଦାବିରେ ଗତ ଶନିବାରଠାରୁ ୫ ଦିନ ଧରି ତାଲା ପଡ଼ି ରହିଥିଲା। ଅଭିଭାବକ, ସ୍କୁଲ କମିଟି ସଦସ୍ୟ ଓ ଛାତ୍ରୀଛାତ୍ର ଜିଦ୍‌ରେ ଅଟଳ ରହି ଧାରଣା ଜାରି ରଖିଥିଲେ। ଶିକ୍ଷା ବିଭାଗ ସେମାନଙ୍କ ଦାବିକୁ ମାନି ନେବାରୁ ପଞ୍ଚମ ଦିନରେ ବୁଧବାର ସମସ୍ୟାର ସମାଧାନ ହୋଇଛି। ବିଇଓଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିବାବେଳେ ଗୁରୁବାରଠାରୁ ସ୍କୁଲ ସ୍ବାଭାବିକ ହେବ ବୋଲି ସୂଚନା ମିଳିଛି।
ଏହି ବିଦ୍ୟାଳୟର ଶିକ୍ଷକ ପ୍ରତାପ କୁମାର ମହାଳିକଙ୍କୁ ଡେପୁଟେଶନରେ ନିକଟସ୍ଥ କୋରକରା ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଗତ ୧୩ ତାରିଖରେ ପଠାଯାଇଥିବାରୁ ୧୪ ତାରିଖରୁ ଅଭିଭାବକମାନେ ଜାଣି ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ। ୫ ଦିନ ଧରି ବିଦ୍ୟାଳୟରେ ତାଲା ପଡ଼ି ବନ୍ଦ ରହିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଡେପୁଟେଶନରେ ନିଆଯାଇଥିବା ଶିକ୍ଷକଙ୍କୁ ପୁଣି ଏହି ବିଦ୍ୟାଳୟକୁ ଅଣାଯାଉ ବୋଲି ଧାରଣାକାରୀ ଦାବି କରିଥିଲେ। ବିଇଓ ଦୀପକ କୁମାର ପାଢୀ ଓ ସ୍ଥାନୀୟ ପରମାନନ୍ଦପୁର ଶିକ୍ଷା ସଂଯୋଜକ ଉମାକାନ୍ତ ସାହୁ ବୁଧବାର ଅପରାହ୍ନ ପ୍ରାୟ ଗୋଟାଏରେ ଉକ୍ତ ବିଦ୍ୟାଳୟରେ ପହଞ୍ଚି ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ। ଧାରଣାକାରୀ ଜିଦ୍‌ରେ ଅଟଳ ରହିବାରୁ ସେମାନେ ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ଆଖି ଆଖରେ ରଖି ଦାବି ମାନି ନେଇଥିଲେ। ଗୁରୁବାର ଅନ୍ୟ ଜଣେ ଶିକ୍ଷକଙ୍କୁ ଡେପୁଟେଶନରେ କୋରକରା ବିଦ୍ୟାଳୟକୁ ପଠାଇବେ ଏବଂ ଶିକ୍ଷକ ପ୍ରତାପ ମହାଳିକ ଗୁରୁବାର ଏଠାରେ ଯୋଗଦେବେ ବୋଲି ବିଇଓ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri