ଅଭିଯୋଗ ସତ୍ତ୍ୱେ ପୋଲିସ ନୀରବଦ୍ରଷ୍ଟା: ସ୍ବାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ରାସ୍ତାକୁ ଓହ୍ଲାଇଲେ ସ୍ତ୍ରୀ, ଗୁରୁତର ଆହତ ଅବସ୍ଥାରେ ମାଗିଲେ ନ୍ୟାୟ

ଜଗନ୍ନାଥପ୍ରସାଦ,୨୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନl ପଞ୍ଚୁଭୂତି ମୁଖ୍ୟ ରାସ୍ତା ୨୧ନଂ ରାଜ୍ୟ ରାଜପଥରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନ୍ୟାୟ ପାଇବା ଲାଗି ଦୁଇ ଗୋଡ଼ ବାମ ହାତ ଭାଙ୍ଗିଯାଇଥିବା ଜଣେ ମହିଳା ୬ ବର୍ଷର ପୁଅକୁ ଧରି ରାସ୍ତା ଉପରେ ଶୋଇ ରହି ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡ଼ୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଫଳରେ ୨ରୁ ୩ ଘଣ୍ଟା ଧରି ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉକ୍ତ ମହିଳାଙ୍କୁ ବୁଝାଶୁଝା କରି ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, କରସିଂ ଗ୍ରାମର ଚୈତନ୍ୟ ପ୍ରସାଦ ସାହିରେ ପଦ୍ମ ସାହୁଙ୍କ ଘରକୁ ହୀରା ମଜୁରି କାମ କରିବାକୁ ଯାଉଥିଲେ। ପଦ୍ମ ପୂର୍ବରୁ ବିବାହିତ ଥିଲେ ହେଁ ହୀରାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟେ ବାଙ୍କୀରେ ଏକ ଭଡ଼ା ଘରେ ଦୀର୍ଘ ୭ ବର୍ଷ ରହିଥିଲେ। ଉଭୟଙ୍କର ଗୋଟିଏ ପୁଅ ରହିଛି। ହେଲେ ସେଠାରେ କିଛିଦିନ ରହିବା ପରେ ହୀରାଙ୍କୁ ପଦ୍ମ ମାରପିଟ କରିବା ଆରମ୍ଭ କରିଥିଲେ। ପରେ ସେମାନେ ବାଙ୍କୀରୁ କଟକରେ ଆସି ରହିବା ପରେ ଏବେ ବୁଗୁଡ଼ା ଅରବିନ୍ଦ ନଗର ପ୍ରଥମ ଲେନରେ ଭଡ଼ାରେ ରହୁଥିଲେ। ହେଲେ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ପଦ୍ମ ମାରପିଟ କରିଥିଲେ। ଫଳରେ ହୀରାଙ୍କ ଗୋଡ଼ ହାତ ଭାଙ୍ଗି ଯାଇଥିଲା। ମାତ୍ର ଶିଡିରୁ ଖସି ସ୍ତ୍ରୀଙ୍କୁ ଆଘାତ ଲାଗି ଥିବା କହି ପଦ୍ମ ବୁଗୁଡ଼ା ମେଡିକାଲରେ ଚିକିତ୍ସା କରାଉଥିଲେ। ଏହାର ୬ ଦିନ ପରେ ପୁଣି ସେ ହୀରାଙ୍କୁ ମାଡ଼ ମାରିବାରୁ ପୁଅ ପଡ଼ୋଶୀଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ। ସାହିଲୋକଙ୍କଠାରୁ ଖବର ପାଇ ବୁଗୁଡ଼ା ପୋଲିସ ପହଞ୍ଚିବା ପୂର୍ବରୁ ପଦ୍ମ ଖସି ପଳାଇଥିଲେ। ଏ ନେଇ ହୀରାଙ୍କ ବାପା ତୋଫାନ ନାଇକଙ୍କ ଅଭିଯୋଗ ପ୍ରକାରେ ୨୯୮/୧୯ ରେ ମାମଲା ରୁଜୁ କରି ପୋଲିସ ଚୁପ୍‌ ବସି ରହିଛି। ଶେଷରେ କିଛି ଉପାୟ ନ ପାଇ ନ୍ୟାୟ ପାଇଁ ସେ ରାସ୍ତାକୁ ଆସିଥିବା ହୀରା କହିଛନ୍ତି l ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିବା ଲାଗି ସେ ଦାବି କରିଛନ୍ତି। ତେବେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ସ୍ତାନାନ୍ତର କରାଯାଇଥିବା ମେଡିକାଲରୁ ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଏସ୍‌ଆଇ ଅମ୍ବିକା ବେଣିଆ, ତହସିଲଦାର ବାସୁଦେବ ପାଣ୍ଡେ, ଏଟିଓ ବାରିଆଲ ମୁର୍ମୁଙ୍କ ସମେତ କର୍ମକର୍ତ୍ତା ଉପସ୍ଥିତ ରହି ତାଙ୍କୁ ବୁଝାଶୁଝା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?