ଅଭିଯୋଗ ସତ୍ତ୍ୱେ ପୋଲିସ ନୀରବଦ୍ରଷ୍ଟା: ସ୍ବାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ରାସ୍ତାକୁ ଓହ୍ଲାଇଲେ ସ୍ତ୍ରୀ, ଗୁରୁତର ଆହତ ଅବସ୍ଥାରେ ମାଗିଲେ ନ୍ୟାୟ

ଜଗନ୍ନାଥପ୍ରସାଦ,୨୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନl ପଞ୍ଚୁଭୂତି ମୁଖ୍ୟ ରାସ୍ତା ୨୧ନଂ ରାଜ୍ୟ ରାଜପଥରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନ୍ୟାୟ ପାଇବା ଲାଗି ଦୁଇ ଗୋଡ଼ ବାମ ହାତ ଭାଙ୍ଗିଯାଇଥିବା ଜଣେ ମହିଳା ୬ ବର୍ଷର ପୁଅକୁ ଧରି ରାସ୍ତା ଉପରେ ଶୋଇ ରହି ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡ଼ୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଫଳରେ ୨ରୁ ୩ ଘଣ୍ଟା ଧରି ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉକ୍ତ ମହିଳାଙ୍କୁ ବୁଝାଶୁଝା କରି ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, କରସିଂ ଗ୍ରାମର ଚୈତନ୍ୟ ପ୍ରସାଦ ସାହିରେ ପଦ୍ମ ସାହୁଙ୍କ ଘରକୁ ହୀରା ମଜୁରି କାମ କରିବାକୁ ଯାଉଥିଲେ। ପଦ୍ମ ପୂର୍ବରୁ ବିବାହିତ ଥିଲେ ହେଁ ହୀରାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟେ ବାଙ୍କୀରେ ଏକ ଭଡ଼ା ଘରେ ଦୀର୍ଘ ୭ ବର୍ଷ ରହିଥିଲେ। ଉଭୟଙ୍କର ଗୋଟିଏ ପୁଅ ରହିଛି। ହେଲେ ସେଠାରେ କିଛିଦିନ ରହିବା ପରେ ହୀରାଙ୍କୁ ପଦ୍ମ ମାରପିଟ କରିବା ଆରମ୍ଭ କରିଥିଲେ। ପରେ ସେମାନେ ବାଙ୍କୀରୁ କଟକରେ ଆସି ରହିବା ପରେ ଏବେ ବୁଗୁଡ଼ା ଅରବିନ୍ଦ ନଗର ପ୍ରଥମ ଲେନରେ ଭଡ଼ାରେ ରହୁଥିଲେ। ହେଲେ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ପଦ୍ମ ମାରପିଟ କରିଥିଲେ। ଫଳରେ ହୀରାଙ୍କ ଗୋଡ଼ ହାତ ଭାଙ୍ଗି ଯାଇଥିଲା। ମାତ୍ର ଶିଡିରୁ ଖସି ସ୍ତ୍ରୀଙ୍କୁ ଆଘାତ ଲାଗି ଥିବା କହି ପଦ୍ମ ବୁଗୁଡ଼ା ମେଡିକାଲରେ ଚିକିତ୍ସା କରାଉଥିଲେ। ଏହାର ୬ ଦିନ ପରେ ପୁଣି ସେ ହୀରାଙ୍କୁ ମାଡ଼ ମାରିବାରୁ ପୁଅ ପଡ଼ୋଶୀଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ। ସାହିଲୋକଙ୍କଠାରୁ ଖବର ପାଇ ବୁଗୁଡ଼ା ପୋଲିସ ପହଞ୍ଚିବା ପୂର୍ବରୁ ପଦ୍ମ ଖସି ପଳାଇଥିଲେ। ଏ ନେଇ ହୀରାଙ୍କ ବାପା ତୋଫାନ ନାଇକଙ୍କ ଅଭିଯୋଗ ପ୍ରକାରେ ୨୯୮/୧୯ ରେ ମାମଲା ରୁଜୁ କରି ପୋଲିସ ଚୁପ୍‌ ବସି ରହିଛି। ଶେଷରେ କିଛି ଉପାୟ ନ ପାଇ ନ୍ୟାୟ ପାଇଁ ସେ ରାସ୍ତାକୁ ଆସିଥିବା ହୀରା କହିଛନ୍ତି l ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିବା ଲାଗି ସେ ଦାବି କରିଛନ୍ତି। ତେବେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ସ୍ତାନାନ୍ତର କରାଯାଇଥିବା ମେଡିକାଲରୁ ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଏସ୍‌ଆଇ ଅମ୍ବିକା ବେଣିଆ, ତହସିଲଦାର ବାସୁଦେବ ପାଣ୍ଡେ, ଏଟିଓ ବାରିଆଲ ମୁର୍ମୁଙ୍କ ସମେତ କର୍ମକର୍ତ୍ତା ଉପସ୍ଥିତ ରହି ତାଙ୍କୁ ବୁଝାଶୁଝା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri