ବ୍ୟାଗ୍‌ରେ ଶ୍ରୀମନ୍ଦିର ଚିତ୍ର: ପ୍ରତିବାଦ କଲେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ

ପୁରୀ ଅଫିସ,୨୪ା୧୨: ପୁରୀ ସହରକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ପୌରସଂସ୍ଥା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଶେଷକରି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ଓ ପଲିଥିନ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ପ୍ଲାଷ୍ଟିକ ଓ ପଲିଥିନ ପଡ଼ି ନାଳ, ନର୍ଦ୍ଦମା ଜାମ୍‌ ହେଉଥିବାବେଳେ ପରିମଳ ବ୍ୟବସ୍ଥାକୁ ବିଗାଡ଼ିି ଦେଉଛି। ନାଳ ଜାମ୍‌ ଯୋଗୁ ବର୍ଷା ଦିନେ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜୁଛି। ସେହିପରି ବେଳାଭୂମିକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ନିୟମକାନୁନ୍‌କୁ ଉଲ୍ଲଂଘନ କଲେ ଜରିମାନା ଆଦାୟ ହେଉଛି। ସଚେତନତା ଉଦ୍ଦେଶ୍ୟରେ ପୌରସଂସ୍ଥା ପକ୍ଷରୁ ପ୍ରତ୍ୟେକ ପରିବାରକୁ ଗୋଟିଏ ଲେଖାଏ କପଡ଼ା ବ୍ୟାଗ୍‌ ମାଗଣାରେ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ନିକଟରେ ଶରଧାବାଲିରେ ଆୟୋଜିତ ‘ମୋ ପୁରୀ ସ୍ବଚ୍ଛ ପୁରୀ’ କାର୍ଯ୍ୟକ୍ରମରେ ଏହି ବ୍ୟାଗ୍‌ ଉନ୍ମୋଚନ କରାଯାଇ ଥିଲା। ତେବେ ଏହି ବ୍ୟାଗ୍‌ରେ ଶ୍ରୀମନ୍ଦିର ଛବି ରହିଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏ ନେଇ ୨ଟି ସଙ୍ଗଠନ ପ୍ରତିବାଦ କରିବା ସହ ସୋମବାର ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ଦେଇଛି।
ଏଥିରେ ଦର୍ଶାଯାଇଛି ଯେ, ପବିତ୍ର ଶ୍ରୀକ୍ଷେତ୍ରକୁ ସ୍ବଚ୍ଛ ରଖିବା ଲାଗି ପ୍ରଶାସନର ପଦକ୍ଷେପ ସ୍ବାଗତଯୋଗ୍ୟ। ମୋ’ ପୁରୀ ସ୍ବଚ୍ଛ ପୁରୀ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ମାଗଣାରେ ଗୋଟିଏ ଲେଖାଏ କପଡ଼ା ବ୍ୟାଗ୍‌ ଦିଆଯିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଏହି ବ୍ୟାଗ୍‌ରେ ଶ୍ରୀମନ୍ଦିରର ଛବି ରହିଥିବା ବ୍ୟଥିତ କରିଛି। କାରଣ ତାହାକୁ କେହି ବି ଆମିଷାଦି ଦ୍ରବ୍ୟ ଆଣିବା ସହ ଅଶୌଚ ଆଦି କାର୍ଯ୍ୟରେ ବ୍ୟବହାର କରିବା ସମ୍ଭାବନା ରହିଛି। ଏହାଦ୍ୱାରା ଭକ୍ତ ସମାଜ ତଥା ଧର୍ମୀୟ ଭାବନା ଆଘାତ ପାଇବା ଆଶଙ୍କା କରାଯାଉଛି। ତେଣୁ ବ୍ୟାଗ୍‌, ଡଷ୍ଟବିନ ଆଦିରେ ଶ୍ରୀମନ୍ଦିର କିମ୍ବା କୌଣସି ଦେବଦେବୀଙ୍କ ଛବି ସ୍ଥାନିତ ନ କରିବାକୁ ବିଶ୍ୱ ହିନ୍ଦୁ ପରିଷଦର ନଗର ସଭାପତି ନାରାୟଣ ଦାଶ, ନୀଳକଣ୍ଠ ମହାପାତ୍ର, ଜିଲା ବଜରଙ୍ଗ ଦଳ କର୍ମୀ ଦେବାର୍ପିତ ମହାନ୍ତି, ଦୋଳଗୋବିନ୍ଦ ପଣ୍ଡା, ଲୋକନାଥ ସାହୁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

ମହାକାଶରେ ଫେଣା ତିଆରିକଲେ ୩,୩୦୧ ମହୁମାଛି

ୱାଶିଂଟନ, ୨୯ା୮: ବିଜ୍ଞାନ ଜଗତରେ ଅନେକ ଅଦ୍ଭୁତ ପରୀକ୍ଷଣ କରାଯାଇଛି, କିନ୍ତୁ ମହାକାଶକୁ ମହୁମାଛି ପଠାଇବା ସବୁଠାରୁ ନିଆରା ଥିଲା। ଆମେରିକାର ଜାତୀୟ ମହାକାଶ ସଂସ୍ଥା ‘ନାସା’…

ଜୁଏଲଙ୍କ ସାଂଘାତିକ ବୟାନ : ଯିଏ ଅପଦସ୍ଥ କରିବ ତାକୁ ଜାଳିି…

ଭୁବନେଶ୍ୱର, ୨୯।୮(ସୁନିତ୍‌ ମିଶ୍ର): ସମସ୍ତଙ୍କୁ ରକ୍ଷାବନ୍ଧନ ଉପଲକ୍ଷେ ଅଭିନନ୍ଦନ। ରାଉରକେଲାରେ କିଛିଦିନ ହେବ କେତେଜଣ ଲୋକ ପଇସାପତ୍ର ଖର୍ଚ୍ଚକରି ମତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି…

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri