ଆମ ଜିଲା ଖବର

ଖଇରା ମହାବିଦ୍ୟାଳୟର ସାମ୍ବତ୍ସରିକ ଉତ୍ସବ: ମନ ମୋହିଲା ନାଟକ ‘ଡଷ୍ଟବିନର ଝିଅ’

ଖଇରା, ୧୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲାର ପ୍ରମୁଖ କଲେଜ ଖଇରା କଲେଜର ସାମ୍ବତ୍ସରିକ ଉତ୍ସବ ସଭା ସାଙ୍ଗକୁ ନୃତ୍ୟଗୀତ ଓ ଯାତ୍ରା ପରିବେଷଣ ମଧ୍ୟରେ ଶେଷ ହୋଇ ଯାଇଛି ା ଖଇରା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ ପ୍ରମୋଦ ଉପାଧ୍ୟାୟଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ…

ବିଦ୍ୟୁତ ସଂସ୍ପର୍ଶରେ ଆସି କର୍ମଚାରୀ ଗୁରୁତର

ବସ୍ତା, ୧୪।୧(ଡି.ଏନ.ଏ.)-ବସ୍ତା ଥାନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମ ନିକଟରେ ବସ୍ତା ବିଦ୍ୟୁତ୍‌ ବିଭାଗର କର୍ମଚାରୀ ହେମନ୍ତ କୁମାର ରଣା ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…

ମୁର୍ମୂଷୁ ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନା ନେଲେ ଏସ୍‌ଡ଼ିପିଓ

ଜଳେଶ୍ୱର, ୧୪।୧(ସ୍ବ.ପ୍ର.)-ଜଳେଶ୍ୱର-ଚନ୍ଦନେଶ୍ୱର-ଦୀଘା ୫୭ତମ ରାଜ୍ୟ ରାଜପଥର ଧାନସିମୁଳିଆସ୍ଥିତ ଦୀନକୃଷ୍ଣ ମହାବିଦ୍ୟାଳୟ ସମ୍ମୁଖରେ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିରହିଥିବା ଯୁବକଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ଏସ୍‌ଡିପିଓ ନିଜ ଗାଡିରେ ଜିକେଭଟ୍ଟର ହସ୍‌ପିଟାଲକୁ ନେଇ ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି।…

ଦଧିନଉତିରେ ଦିଆଗଲା ଚୁନ ଲେପ

ପୁରୀ ଅଫିସ,୧୪ା୧: ନବାଙ୍କ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିର ଦଧିନଉତି ଏବଂ କଳସରେ ଚୁନ ଲେପ ଦିଆଯାଇଛି। ଚୁନରା ସେବକମାନେ ଏହି ଲେପ ଦେଇଛନ୍ତି। ପରମ୍ପରା ଅନୁଯାୟୀ, ମକର ସଂକ୍ରାନ୍ତି ଅବସରରେ ଅର୍ଥାତ୍‌ ବୁଧବାର କଳସରେ ଗେରୁ ଲେପ ଦିଆଯିବ। ଦଧିନଉତିରେ ଗେରୁରେ…

ବଡ଼ ଓଡିଆ ମଠ ଦେଲା ଚଉସରା ମାଳ

ପୁରୀ ଅଫିସ, ୧୪ା୧: ନବାଙ୍କରେ ଠାକୁରଙ୍କ ଫୁଲ ମେଲାଣ ହୁଏ। ମହଲକ୍ଷ୍ମୀଙ୍କ ଘରୁ ଆସିଥିବା କୁସୁମ ତଥା ଗେଣ୍ଡୁ ଫୁଲ ଲାଗି ହୋଇଥାଏ। ମହାଲକ୍ଷ୍ମୀଙ୍କ ପକ୍ଷରୁ ପରମ୍ପରା ଅନୁଯାୟୀ, ଅତିବଡ଼ି ଜଗନ୍ନାଥ ଦାସଙ୍କ ସମୟରୁ ବଡ ଓଡ଼ିଆ ମଠ ଫୁଲର ଚଉସରା…

ଶ୍ରୀମନ୍ଦିରରେ ପହଞ୍ଚିଲା ମକର ତାଡ଼

ପୁରୀ ଅଫିସ,୧୪ା୧: ଏକମାସ ବାପଘରେ ବିତାଇ ଶ୍ରୀମନ୍ଦିରକୁ ଫେରିଛନ୍ତି ଲକ୍ଷ୍ମୀ ଠାକୁରାଣୀ। ବୁଧବାର ମକର ସଂକ୍ରାନ୍ତି ଥିବାରୁ ମଙ୍ଗଳବାର ବଡ଼ଦେଉଳରେ ପହଞ୍ଚିଛି ମକର ତାଡ଼ । ମହାପ୍ରଭୁଙ୍କ ପାଖରେ ପବିତ୍ର ମକରସଂକ୍ରାନ୍ତିରେ ମକର ଚାଉଳ ଓ ମକର ଚଉରାଶି ଭୋଗ ଲାଗି…

ବାପଘରୁ ଫେରିଲେ ମହାଲକ୍ଷ୍ମୀ: ଶ୍ରୀମନ୍ଦିରରେ ବୁଧବାର ମକର ନୀତି

ପୁରୀ ଅଫିସ, ୧୪ା୧: ଶ୍ରୀମନ୍ଦିରରେ ମଙ୍ଗଳବାର ନବାଙ୍କ ନୀତି ଶେଷ ହୋଇଛି। ବୁଧବାର ବଡ଼ଦେଉଳରେ ମକର ସଂକ୍ରାନ୍ତି ନୀତି ପାଳନ ହେବ। ତିନିଠାକୁରଙ୍କୁ ମକର ଚୂଳ ଲାଗି କରାଯିବ। ବିଶ୍ୱାସ ରହିଛି ଧନୁ ସଂକ୍ରାନ୍ତିଠାରୁ ବାପଘରକୁ ଯାଇଥିବା ମହାଲକ୍ଷ୍ମୀ ନବାଙ୍କରେ ଭାର,…

ସ୍ବର୍ଗଦ୍ୱାରରେ ମନମୋହନ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ ଅଫିସ, ୧୪ା୧: ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ମଙ୍ଗଳବାର ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସକାଳେ ସ୍ବର୍ଗତ ମହାପାତ୍ରଙ୍କ ମରଶରୀର ସ୍ବର୍ଗଦ୍ୱାରରେ ପହଞ୍ଚତ୍ଥିଲା। ପୁରୀ…

ବିଦ୍ୟାଳୟ ପରିଦର୍ଶନ କରୁଛନ୍ତି ନକଲି ସିଆର୍‌ସିସି, ଚିତ୍ରକୋଣ୍ଡା ଥାନାରେ ଏତଲା

ଚିତ୍ରକୋଣ୍ଡା,୧୪।୧(ଡି.ଏନ୍‌.ଏ.): ଜଣେ ବ୍ୟକ୍ତି ନିଜକୁ ସିଆର୍‌ସିସି ବୋଲି ପରିଚୟ ଦେଇ ଗତ ୧୧ ତାରିଖରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ନୂଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଆର୍‌ଏସ୍‌ସି ୧୩ ନଂ. ପ୍ରାଥମିକ ବିଦ୍ୟାଳୟକୁ ବୁଲି ଦେଖିଥିଲେ। ଜିଲାପାଳ ତାଙ୍କୁ ବିଦ୍ୟାଳୟର ଅସୁବିଧା କ’ଣ ରହିଛି…

ବାଇକ୍‌କୁ ପଛରୁ ପିଟିଲା କାର୍‌

ସିମୁଳିଆ,୧୪।୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ୫କି.ମି. ଦୂର ଜାତୀୟ ରାଜପଥର ଜାମୁଝାଡି ଡାଇଭର୍ସନ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ବାଲେଶ୍ବର ଅଭିମୁଖେ ଯାଉଥିବା ମୋଟରସାଇକେଲ (ଓଡି-୦୧-ଜେଡ୍‌- ୩୮୮୪)କୁ ପଛପଟୁ ଏକ କାର୍‌ (ଓଡି-୦୨-ଏଏନ୍‌-୦୧୫୪) ଧକ୍କା ଦେବା ଯୋଗୁ…

ପଥର ଫିଙ୍ଗାକୁ ନେଇ ସୁନ୍ଦରଗଡ଼ରେ ଉତ୍ତେଜନା: ମୃଦୁ ଲାଠିଚାଳନା,ବ୍ୟାପକ ପୋଲିସ ମୁତୟନ

ସୁନ୍ଦରଗଡ଼,୧୪।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ପଥର ଫିଙ୍ଗା ଘଟଣାକୁ ନେଇ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଘଟଣାସ୍ଥଳରେ ଏସ୍‌ପି ସୋମ୍ୟ ମିଶ୍ରା ଏବଂ ଏସ୍‌ଡିପିଓ ମଧୁସିକ୍ତା ମିଶ୍ର ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି…

କଳାହାଣ୍ଡିରେ ପ୍ରବଳ ଶୀତ: ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୧୪।୧ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ୪ ଦିନ ଧରି ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ଲାଗି ରହିଛି । ଅଦିନିଆ ବର୍ଷା ପରେ ପରେ କୁହୁଡିଆ ପାଗ ଯୋଗୁ ଗତ କିଛିଦିନ ହେଲା ଜିଲାରେ ଶୀତର ପ୍ରକୋପ ସେତେଟା ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?