ରାଇରଙ୍ଗପୁର,୧୨ା୨(ଡି.ଏନ୍.ଏ.): ଜମିବାଡି ବିବାଦକୁ କେନ୍ଦ୍ର କରି ଜଣେ ଶିକ୍ଷକଙ୍କୁ ସୋମବାର ସନ୍ଧ୍ୟାରେ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା(ନଂ.୬/୨୦) ରୁଜୁ କରି ହତ୍ୟାକାରୀ ମୟୂରଭଞ୍ଜ ଜିଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମବଣି ଗ୍ରାମର ମଦନ ମୁର୍ମୁ ଏବଂ ତାଙ୍କ ପୁଅ ଲାଲମୋହନ ମୁର୍ମୁଙ୍କୁ ଗିରଫ କରିଛି। ମୃତକ ହେଲେ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟ ଡୁମୁରିଆ ଥାନା ଅନ୍ତର୍ଗତ ଲୁପୁଙ୍ଗଡ଼ିହି ଗ୍ରାମର ଶୁକଦେବ ମାରାଣ୍ଡି(୪୫)। ସେ ସ୍ଥାନୀୟ ଏକ ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରୁଥିଲେ। ଜାମବଣି ଗ୍ରାମ ରାସ୍ତା ପାର୍ଶ୍ୱ ବିଲରେ ମୃତଦେହ ପଡ଼ିଥିବା ଖବର ପାଇ ରାଇରଙ୍ଗପୁର ସର୍କଲ ଏସ୍ଡିପିଓ ସ୍ନେହାଶିଷ ସାହୁ ଏବଂ ଗୋରୁମହିଷାଣୀ ଥାନା ଅଧିକାରୀ ସବ୍ଇନ୍ସପେକ୍ଟର ଫନୀଭୂଷଣ ନାୟକ ମଙ୍ଗଳବାର ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। ରାଇରଙ୍ଗପୁର ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଜମିବାଡ଼ି ବିବାଦକୁ ନେଇ ଅଭିଯୁକ୍ତ ବାପ ପୁଅ ଶୁକଦେବଙ୍କୁ ହତ୍ୟା କରିଥିବା ପୋଲିସ କହିଛି। ବୁଧବାର ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ମହାନଦୀରେ ବନ୍ୟାଜଳ: ପ୍ରଭାବିତ ହେଉଛନ୍ତି ମତ୍ସ୍ୟଜୀବୀ
ମହାକାଳପଡ଼ା,୩ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବାହାକୁଦ ପିତାପାଟ ଗ୍ରାମ ସଂଲଗ୍ନ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ…
ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ଫାର୍ମାସିଷ୍ଟଙ୍କ ସାହସକୁ ଚାରିଆଡୁ ପ୍ରଶଂସା
ଗୁଣପୁର,୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯଶୋବନ୍ତ ନାୟକ ମହାନତା ଦେଖାଇ ଜଣେ ପ୍ରସୂତିଙ୍କ ସହ ଶିଶୁକନ୍ୟାର ଜୀବନ ବଞ୍ଚାଇଛନ୍ତି।…
ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…
କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର…
କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ
ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…
ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…
ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…
ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ
ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…
ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା
ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…
ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼
ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…
Archives

