ଦକ୍ଷିଣା ନ ଦେବାରୁ ଭକ୍ତଙ୍କୁ ଖଣ୍ଡାରେ ହାଣିଲେ: ୨ ପୂଜକ ଗିରଫ

ପୁରୁଷୋତ୍ତମପୁର,୧୨ା୨(ଡି.ଏନ୍‌.ଏ.)- ଗଞ୍ଜାମର ଇଷ୍ଟଦେବୀ ପୁରୁଷୋତ୍ତମପୁରସ୍ଥିତ ମା’ ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଦକ୍ଷିଣା ନ ଦେବାରୁ ଜଣେ ମହିଳା ଭକ୍ତଙ୍କୁ ପୂଜକ ଗାଳିଗୁଲଜ କରିବା ସହ ତାଙ୍କ ଜ୍ୱାଇଁଙ୍କୁ ଖଣ୍ଡାରେ ହାଣିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ପରେ ନଂ.୩୩/୨୦ରେ ମାମଲା ରୁଜୁକରି ୨ ଜଣ ପୂଜକଙ୍କୁ ପୋଲିସ ଗିରଫ କରିଛି।
ପ୍ରକାଶ ଯେ, ମଙ୍ଗଳବାର କୋଦଳା ଥାନା ଅନ୍ତର୍ଗତ ଜାପଟା ରାମପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତି ନୂତନ ବସ୍‌ କିଣିଥିବାରୁ ପୂଜା କରିବାକୁ ପୁରୁଷୋତ୍ତମପୁର ତାରାତାରିଣୀ ମନ୍ଦିରକୁ ଆସିଥିଲେ। ଉକ୍ତ ବସ୍‌ରେ ସମ୍ପର୍କିୟଙ୍କ ସମେତ ଗ୍ରାମର ପ୍ରାୟ ୫୦ଜଣ ବ୍ୟକ୍ତିଙ୍କୁ ସେ ଆଣିଥିଲେ। ସେମାନଙ୍କ ମଧ୍ୟରୁ ସାରସ ବାରିକ ନାମ୍ନୀ ମହିଳା ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ପୂଜକ ଋଷି ରଣା ଓ ରାଜେନ୍ଦ୍ର ରଣା ତାଙ୍କୁ ୫ହଜାର ଟଙ୍କା ଦକ୍ଷିଣା ମାଗିଥିଲେ। ସେ ଏତେ ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ପାଖରେ ଥିବା ତାଙ୍କ ଜ୍ୱାଇଁ ଧନଞ୍ଜୟପୁର ଗ୍ରାମର ଅକ୍ଷୟ ପ୍ରଧାନ ଓରଫ ରାହୁଲ ଏହାର ପ୍ରତିବାଦ କରିଥିଲେ। ଫଳରେ ୨ ପୂଜକ ତାଙ୍କୁ ଖଣ୍ଡା ଆଣି ଅତି ନିର୍ମମ ଭାବେ ହାଣିଥିଲେ। ସେଠାରେ ଥିବା ପୁରୁଷୋତ୍ତମପୁରର ଅନ୍ୟ ଜଣେ ଭକ୍ତ ସୁଦାମ ମହାରଣାଙ୍କୁ ମଧ୍ୟ ରାହୁଲଙ୍କ ସମ୍ପର୍କିୟ ଭାବି ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ସାରସ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପୂଜକ ଋଷି ଓ ରାଜେନ୍ଦ୍ରଙ୍କୁ ଗିରଫ କରିଛି।ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି।
ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ପୂଜକମାନେ ବାରମ୍ବାର ଏପରି ମାରପିଟ କରୁଛନ୍ତି। ମନ୍ଦିର ପାହାଡ଼ ତଳେ ପୋଲିସ ବିଭାଗ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ପାଇଁ ଏକ ବିଟ୍‌ ହାଉସ ଖୋଲାଯାଇଛି। ମାତ୍ର ଏହି ବିଟ୍‌ ହାଉସରେ ପୋଲିସ ଅଫିସରଙ୍କୁ ନିଯୁକ୍ତି ଦେବା ବଦଳରେ ମାତ୍ର ୨ଜଣ କନଷ୍ଟେବଳଙ୍କୁ ନିଯୁକ୍ତି ଦେଇ ବିଭାଗ ଚୁପ୍‌ ବସିଛି। ଫଳରେ ଏଠାରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଞ୍ଚଳବାସୀ କହିଛନ୍ତି। ତୁରନ୍ତ ଏଠାରେ ପୋଲିସ ଅଫିସରଙ୍କୁ ନିଯୁକ୍ତି ଦେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri