ଗୋପାଳପୁର,୧୨ା୨-ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଗତ ରବିବାର ନିର୍ବନ୍ଧ ପାଇଁ ଯାଉଥିବା ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାରରେ ଲାଗିଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ଗ୍ରାମରେ କାନ୍ଦବୋବାଳି ଶେଷ ହୋଇନାହିଁ। ମଙ୍ଗଳବାର ପର୍ଯ୍ୟନ୍ତ କାହାଘରେ ଠିକ୍ ଭାବେ ଚୁଲି ଜଳୁନାହିଁ। ଗ୍ରାମଟି ଜନଶୂନ୍ୟ ଭଳି ପ୍ରତୀୟମାନ ହେଉଛି। ଏହି ଘଟଣା ପରଠାରୁ ୧୦ ପରିବାରର ୩୦ ଜଣ ଛାତ୍ରୀଛାତ୍ର ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସୁନାହାନ୍ତି। ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଘରକୁ ଯାଇ ବିଦ୍ୟାଳୟ ଆସିବାକୁ କହିଲେ ମଧ୍ୟ ସେମାନେ ଭୟରେ ଯାଉ ନ ଥିବା ଜଣାପଡିଛି।
ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଚିକିଟି ତହସିଲଦାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ମା’ଙ୍କୁ ହରାଇଥିବା ଦୁଇ ଭଉଣୀ ବି.ଦ୍ରୌପଦୀ ଓ ବି.ଜ୍ୟୋତ୍ସ୍ନାଙ୍କ ଘରକୁ ଜିଲାପାଳ ଓ ଉପଜିଲାପାଳ ଯାଇ ସମସ୍ୟା ବୁଝିଥିଲେ। ବି.ଦ୍ରୌପଦୀଙ୍କୁ ଚଳିତ ମାଟ୍ରିକ ପରୀକ୍ଷା ଦେବା ପାଇଁ ଜିଲାପାଳ କହିବା ସହ ତାଙ୍କୁ ସବୁ ପ୍ରକାର ନୋଟ୍ ଓ ଟେଷ୍ଟବୁକ୍ ଦେବା ପାଇଁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରୀକ୍ଷା ଦେବା ପାଇଁ ଯେଭଳି କୌଣସି ପ୍ରକାର ସମସ୍ୟା ନ ଉପୁଜିବ, ସେଥିପ୍ରତି ଗୁରୁତ୍ୱ ଦେବାକୁ ସେ କହିଥିଲେ। ଉଭୟ ଝିଅଙ୍କ ପାଠପଢ଼ା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଜିଲାପାଳ ସେମାନଙ୍କୁ ପ୍ରଦାନ କରିଥିଲେ। ଏହାବ୍ୟତୀତ ଅନ୍ୟ କୌଣସି ସମସ୍ୟା ଉପୁଜିଲେ ଜିଲାପାଳ ନିଜ ମୋବାଇଲ ନମ୍ବର ଦୁଇ ଭଉଣୀଙ୍କୁ ଦେଇ ସିଧାସଳଖ ଯୋଗାଯୋଗ କରିବାକୁ କହିଥିଲେ। ଏକ୍ସସିଙ୍ଗ ସରପଞ୍ଚ ସିଏଚ୍ ସୁଧାକର ରେଡ୍ଡୀଙ୍କୁ ଅସହାୟ ଦୁଇ ଭଉଣୀଙ୍କ ସମସ୍ତ ଦାୟିତ୍ୱ ବହନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ଘଟଣା ଦିନ ବସ୍ରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ସୁସ୍ଥ ଅନୁଭବ କରି ଘରେ ଥିବା ବେଳେ ହଠାତ୍ ମଙ୍ଗଳବାର ଅସୁସ୍ଥ ଅନୁଭବ କରିଥିଲେ। ସେମାନେ ହେଲେ ଡଙ୍କଲପାଡୁ ଗ୍ରାମର ଏ.ରୁକ୍ମଣୀ ରେଡ୍ଡୀ, ବି.କ୍ଷେତ୍ରବାସୀ ରେଡ୍ଡୀ, ବି.ପୋଲାମା ରେଡ୍ଡୀ, ବି. ରୋଜା ରେଡ୍ଡୀ, ବି. ସ୍ବାତୀ ରେଡ୍ଡୀ, ବି.ଭୀମେୟା ରେଡ୍ଡୀ। ସମସ୍ତଙ୍କୁ ଗ୍ରାମବାସୀଙ୍କ ସହାୟତାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅନ୍ୟପଟେ ମଙ୍ଗଳବାର କୁଳ ପରମ୍ପରା ଅନୁଯାୟୀ ସ୍ନାନକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୃତକଙ୍କ ପରିବାର ଶ୍ମଶାନକୁ ଯାଇଥିବା ବେଳେ ସେଠାରେ ୩ ଜଣ ନିଜ ସମ୍ପର୍କୀୟଙ୍କୁ ହରାଇଥିବାରୁ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ୨୦୧୩ରେ ଫାଇଲିନ ମହାବାତ୍ୟାରେ ଭାଇ ବି.ଗୋପାଳ ରେଡ୍ଡୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ବସ୍ ଦୁର୍ଘଟଣାରେ ମୋ ବାପା ବି.ରାମେୟା ମଧ୍ୟ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ନେଇ ସେଠାରେ କାନ୍ଦୁଥିବା ବି.ଭାଗୀରଥି କହିଛନ୍ତି।
ସେହିପରି ଡଙ୍କଲପାଡୁ ଗ୍ରାମର ଜଣେ ମେଧାବୀ ଛାତ୍ରୀ ଝିଲି ସାହୁଙ୍କ ମଧ୍ୟ ବସ୍ ଟ୍ରାଜେଡିରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ଦିଲେଶ୍ୱର ଅଳ୍ପକେ ବର୍ତ୍ତି ଯାଇଥିଲେ। ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ରୀ ଝିଲି ଜଣେ ମେଧାବୀ ଥିବା ସହ ବିଭିନ୍ନ ପ୍ରତିଯୋଗିତାରେ ସ୍କୁଲ ଓ ଗ୍ରାମ ପାଇଁ ଅନେକ ସୁନାମ ଅର୍ଜିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଓ ଶିକ୍ଷକମାନେ ତାଙ୍କୁ ହରାଇ ଦୁଃଖିତ ଅଛନ୍ତି।
((ଫଟୋ-ବିଏମ-୧୧-୨୧-ଝିଲି ଆଙ୍କିଥିବା ବିଭିନ୍ନ ଚିତ୍ର
ଫଟୋ-ବିଏମ-୧୧-୨୩-ମା ଓ ଭାଇ ଝୁରୁଛନ୍ତି ଝିଲିଙ୍କୁ
ଫଟୋ-ବିଏମ-୧୧-୨୪-ଖାଁ ଖାଁ ହୋଇପଡ଼ିଛି ଡ଼ଙ୍କଲପାଡ଼ୁ ଗ୍ରାମ।))
Posted inଆମ ଜିଲା ଖବର, ଗଞ୍ଜାମ View All
ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର
ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…
ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ
ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…
ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ
ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…
TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍ କାଟ୍…
ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍ ସରବରାହ…
ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…
ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…
College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…
ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…
ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ
ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…
ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

