ବ୍ରାହ୍ମଣୀ ଛାତିରେ ମାଫିଆ ରାଜ

ପରଜଙ୍ଗ, ୧୨।୨(ଡି.ଏନ.ଏ.) – ବ୍ରାହ୍ମଣୀ ଛାତିରେ ରାଜ୍‌ କରୁଛନ୍ତି ବାଲି ମାଫିଆ। ଏଥିପାଇଁ ନଦୀରେ ବନ୍ଧାଯାଇଛି ବାଲିବନ୍ଧ। ବଦଳାଯାଇଛି ଜଳସ୍ରୋତର ଦିଗ। ଦିନତମାମ ନଜର ଆଢୁଆଳରେ ରହି ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ। ଅପରାହ୍ନ ହେବା ମାତ୍ରକେ ଆରମ୍ଭ କରୁଛନ୍ତି ବାଲି ଚାଲାଣ। ନଦୀଶଯ୍ୟାର ଦୃଶ୍ୟ ଦେଖିଲେ ଯେ କେହି ବି ଠଉରାଇପାରିବ ବାଲି ମାଫିଆଙ୍କ କାରସାଦି। ଏହାସତ୍ତ୍ୱେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ସର୍କଲ ଅଧୀନ ଖଲପାଳ-କୁଲେଇ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ ଶଯ୍ୟାରେ ଏପରି ବେଆଇନ କାରବାର ଚାଲିଛି। ସୁବିଧାରେ ବାଲି ଚାଲାଣ କରିବାକୁ ୧୪୯ନଂ. ଜାତୀୟ ରାଜପଥର ପରମହଂସପୁର ଛକ ନିକଟରୁ ନଦୀଗର୍ଭକୁ ଏକ ମୋରମ୍‌ ରାସ୍ତା ନିର୍ମାଣ କରାଯାଇଛି। ପ୍ରଶାସନର ଆଖିରେ ଧୂଳି ଦେବାକୁ ଦିନସାରା ବାଲି ଉଠା ଯାଉନାହିଁ। ହେଲେ ଅପରାହ୍ନ ହେବା ମାତ୍ରକେ ମେଶିନ ସହାୟତାରେ ଟିପ୍ପର, ହାଇଓ୍ବାରେ ବାଲି ଲୋଡ୍‌ କରାଯାଉଛି। ଏପରି ବେଆଇନ ବାଲି ଚାଲାଣ କେବଳ କୁଆଲୋ ଆର୍‌ଆଇ ସର୍କଲ ମଧ୍ୟରେ ସୀମିତ ହୋଇ ରହିନାହିଁ। ସାଆନ୍ଦା ସର୍କଲର ପାଣିଗେଙ୍ଗୁଟିଆ, ବତାସିଂହ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରୁ ମଧ୍ୟ ସମାନ ଢଙ୍ଗରେ ବାଲି ଚାଲାଣ ହେଉଛି। ହେଲେ ଏଥିପ୍ରତି ବିଭାଗୀୟ ଅଧିକାରୀ ଆଖି ବୁଜିଦେଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଏ ନେଇ କୁଆଳୋ ଆର୍‌ଆଇ ଅପର୍ଣ୍ଣା ପ୍ରିୟଦର୍ଶିନୀ କୁହନ୍ତି, ଖାଲପାଲ ଘାଟର ଏଗ୍ରିମେଣ୍ଟ ହୋଇନାହିଁ। ଆଖପାଖ ଅଞ୍ଚଳର କାହାରିକୁ ବାଲି ଉଠାଇବା ଲାଗି ଅନୁମତି ଦିଆଯାଇନାହିଁ। ବାଲିଚାଲାଣ ସମ୍ପର୍କରେ କୌଣସି ସୂଚନା ନାହିଁ। ବୁଧବାର ଉକ୍ତ ଅଞ୍ଚଳକୁ ଯାଇ ତଦାରଖ କରିବେ। ତହସିଲଦାର ଜୟନ୍ତ କୁମାର ଜୟସିଂ କୁହନ୍ତି, ବାଲି ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ସେଠାରେ ଚଢ଼ାଉ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri