ଆମ ଜିଲା ଖବର

ବାଇକ୍‌କୁ ପଛରୁ ପିଟିଲା କାର୍‌

ସିମୁଳିଆ,୧୪।୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ୫କି.ମି. ଦୂର ଜାତୀୟ ରାଜପଥର ଜାମୁଝାଡି ଡାଇଭର୍ସନ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ବାଲେଶ୍ବର ଅଭିମୁଖେ ଯାଉଥିବା ମୋଟରସାଇକେଲ (ଓଡି-୦୧-ଜେଡ୍‌- ୩୮୮୪)କୁ ପଛପଟୁ ଏକ କାର୍‌ (ଓଡି-୦୨-ଏଏନ୍‌-୦୧୫୪) ଧକ୍କା ଦେବା ଯୋଗୁ…

ପଥର ଫିଙ୍ଗାକୁ ନେଇ ସୁନ୍ଦରଗଡ଼ରେ ଉତ୍ତେଜନା: ମୃଦୁ ଲାଠିଚାଳନା,ବ୍ୟାପକ ପୋଲିସ ମୁତୟନ

ସୁନ୍ଦରଗଡ଼,୧୪।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ପଥର ଫିଙ୍ଗା ଘଟଣାକୁ ନେଇ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଘଟଣାସ୍ଥଳରେ ଏସ୍‌ପି ସୋମ୍ୟ ମିଶ୍ରା ଏବଂ ଏସ୍‌ଡିପିଓ ମଧୁସିକ୍ତା ମିଶ୍ର ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି…

କଳାହାଣ୍ଡିରେ ପ୍ରବଳ ଶୀତ: ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୧୪।୧ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ୪ ଦିନ ଧରି ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ଲାଗି ରହିଛି । ଅଦିନିଆ ବର୍ଷା ପରେ ପରେ କୁହୁଡିଆ ପାଗ ଯୋଗୁ ଗତ କିଛିଦିନ ହେଲା ଜିଲାରେ ଶୀତର ପ୍ରକୋପ ସେତେଟା ନ…

ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କୁ ମହତାବ ପ୍ରତିଭାରେ ସମ୍ମାନିତ

ହାଟଡିହୀ,୧୪।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କୁ ଡ. ମହତାବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି । ଆଗରପଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଭଣ୍ଡାରୀପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ,…

ଲୋକାର୍ପିତ ହେଲା ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରର ୱାଚ୍‌ ଟାୱାର

ପାଟଣା,୧୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଡୁମୁରିଆ ରାଜସ୍ବ ନିରୀକ୍ଷକ ଅଧୀନ ଘାଟ ବାଲିଯୋଡ଼ି ରାଜସ୍ବ ମୌଜା ଅନ୍ତର୍ଗତ ପୌରାଣିକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ଜଳ ପ୍ରପାତରେ ନିର୍ମିତ ୱାଚ୍‌ ଟାୱାର ମଙ୍ଗଳବାର ଲୋକାର୍ପିତ ହୋଇଛି। ଏହି ଅବସରରେ ହଜାର ହଜାର ସଂଖ୍ୟାରେ…

ବ୍ରହ୍ମପୁରରେ ଭୋଗି ଉତ୍ସବ: ଜମିଲା ପାରମ୍ପରିକ ଦାଣ୍ଡିଆ ନୃତ୍ୟ

ବ୍ରହ୍ମପୁର ଅଫିସ,୧୪।୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ତେଲୁଗୁ ସମ୍ପ୍ରଦାୟର ଭୋଗି ଉତ୍ସବ ମଙ୍ଗଳବାର ପାଳନ ହୋଇଛି। ଉତ୍ସବର ପ୍ରଥମ ଦିନରେ ସହରରେ ରହୁଥିବା ବହୁ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପିଠାପଣା ପ୍ରସ୍ତୁତ ହୋଇଛି। ପରମ୍ପରା ଅନୁଯାୟୀ…

ଗଙ୍ଗାସାଗରରେ ବୁଡ଼ପକାଇଲେ ୪୦ ଲକ୍ଷ ପୁଣ୍ୟାର୍ଥୀ

ଭୋଗରାଇ,୧୪।୧(ଡି.ଏନ୍‌.ଏ.): ପଶ୍ଚିମ ବଙ୍ଗ ସାଗରଦ୍ୱୀପ ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ମକର ସଂକ୍ରାନ୍ତି ଉପଲକ୍ଷେ ମଙ୍ଗଳବାର ସାହି ସ୍ନାନରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ପୁଣ୍ୟାର୍ଥୀ ମକର ବୁଡ଼ ପକାଇଛନ୍ତି । ଓଡ଼ଶାରୁ ଅନ୍ୟୁନ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ସେଠାକୁ ଯାଇଥିବା…

ଦନ୍ତାହାତୀ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର,୧୪।୧: କେନ୍ଦୁଝର ଜିଲା ତେଲକୋଇ ଥାନା କୁଣ୍ତେଇହତା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଛି ଦନ୍ତା ହାତୀ। ରବିବାର ବିଳମ୍ବିତ ରାତିରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ବନବିଭାଗ ଏବଂ ଗ୍ରାମବାସୀ ଦନ୍ତା ହାତୀଟିକୁ ଘୋଉଡ଼ାଉ ଥିବାବେଳେ ବିଜୟ…

ମକର ପୂର୍ବରୁ ଉତ୍ସବମୁଖର କେନ୍ଦୁଝର

କେନ୍ଦୁଝର,୧୪।୧(ସ୍ବ.ପ୍ର.): ରାତି ପହିଲେ ମକର। ଏଥିପାଇଁ ଗ୍ରାମଠାରୁ ସହର ଉତ୍ସବମୁଖର ହୋଇପଡ଼ିଛି। ନୂଆ ଲୁଗା କିଣା ସହିତ ପିଠା ପଣା ପାଇଁ ପ୍ରସ୍ତୁତି ସରିଛି। ପିଠା ପଣା ପାଇଁ ଗୁଡ଼ର ଚାହିଦା ବଢୁଛି। ସବୁଠି ଗୁଡ଼ର ଆସର ମେଲିଛି। ବିଭିନ୍ନ ପ୍ରକାରର…

ମାଲବାହୀ ଟ୍ରେନ୍‌ରେ ନିଆଁ

ଗଞ୍ଜାମ,୧୪।୧(ଡି.ଏନ୍‌.ଏ.): ଭୁବନେଶ୍ୱରରୁ ଗଞ୍ଜାମ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଉକ୍ତ କୋଇଲା ବୋଝେଇ ଟ୍ରେନ୍‌ର ଦୁଇଟି ବଗିରୁ ଧୂଆଁ ବାହାରୁଥିବା ସକାଳେ ଗଞ୍ଜାମ ରେଳ ଷ୍ଟେଶନକୁ ଖବର ଆସିଥିଲା। ପରେ ଟ୍ରେନ୍‌ଟି ଗଞ୍ଜାମ ଷ୍ଟେଶନରେ ୫ଟା…

ମାଓବାଦୀଙ୍କ ଭୟରେ ଗାଁ ଛାଡିଲେ ଆଦିବାସୀ ପରିବାର

ମାଥିଲି, ୧୪।୧(ଡି.ଏନ୍‌.ଏ.): ମାଓବାଦୀଙ୍କ ଭୟରେ ମାଲକାନଗିରି ଜିଲା ତୁଳସୀ ପାହାଡ଼ କଟୁଆପଦରର ଏକ ଆଦିବାସୀ ପରିବାର ଗାଁ ଛାଡିଛନ୍ତି। ଗଙ୍ଗା ମାଢିଙ୍କ ପରିବାର ଲୋକଙ୍କୁ ନିର୍ଧୁମ ମାଡ଼ ମାରି ଗାଁ ନ ଛାଡିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ମାଓବାଦୀ।…

ବନ୍ଧୁକ ମୁନରେ ୨୦ ଲକ୍ଷ ଟଙ୍କା, ୩୦ ଭରି ସୁନା ଲୁଟ୍‌

ଧର୍ମଗଡ,୧୪।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଭଇରିପାଲି ଗାଁରେ ଏକ ବଡଧରଣ ଡକାୟତି ହୋଇଛି। ସୋମବାର ବିଳମ୍ବିତ ରାତିରେ ସୌରଭ ଜୈନଙ୍କ ଘରୁ ୬ ଜଣ ଦୁର୍ବୁତ୍ତ ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ଟଙ୍କା ଗହଣା ଲୁଟ କରିଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?