ଘନ କୁହୁଡ଼ି: ଦୁଇ ଡଙ୍ଗା ମଧ୍ୟରେ ଧକ୍କା, ଅଳ୍ପକେ ବର୍ତ୍ତିଲେ ୧୮ ମତ୍ସ୍ୟଜୀବୀ
ଗୋପାଳପୁର,୧୯।୧(ଡି.ଏନ୍.ଏ.): କିଛିଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଘନକୁହୁଡ଼ି ଦେଖାଦେଉଛି। ଏହି କୁହୁଡ଼ି ଯୋଗୁ ଗଞ୍ଜାମ ଜିଲା ଗୋପାଳପୁର ସମୁଦ୍ର ମଝିରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇ ଲକ୍ଷାଧିକ ଟଙ୍କାର ଜାଲ, ଡଙ୍ଗା ଓ ମୋଟର ନଷ୍ଟ ହୋଇଥିବା ବେଳେ…
ଧୁଷୂରୀ ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ପରଲୋକ
ଧାମନଗର,୧୯।୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୂରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଜୟ ଦାସଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଶୁକ୍ରବାର ସନ୍ଧ୍ୟାରେ ଅଜୟ ୟୁକୋ ବ୍ୟାଙ୍କରୁ ଫେରୁଥିବା ବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର…
ଭିତରକନିକାରେ ଡଲ୍ଫିନ ଗଣନା ଆରମ୍ଭ
ରାଜନଗର,୧୯।୧(ଡି.ଏନ୍.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଦିନିକିଆ ଡଲ୍ଫିନ ଗଣନା ରବିବାର ସକାଳୁ ଆରମ୍ଭ ହୋଇଛି। ଉଦ୍ୟାନରେ ପ୍ରବାହିତ ହେଉଥିବା ନଦୀ, ନାଳ ବରୁଣେଇ, ଗହୀରମଥା, ସାତଭାୟା, ମହାନଦୀ ମୁହାଣ, ମହାକାଳପଡ଼ା ଓ କୁଜଙ୍ଗ ଅଞ୍ଚଳରେ ଗଣନା କାର୍ଯ୍ୟ ଚାଲୁଥିବା ଡିଏଫ୍ଓ ବିକାଶ…
ଜିଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ: ୩୫୨୫୮୦ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା
ବ୍ରହ୍ମପୁର,୧୯।୧: ଜିଲାସ୍ତରୀୟ ପଲସ ପୋଲିଓ କାର୍ଯ୍ୟକ୍ରମ ରବିବାର ଶୁଭାରମ୍ଭ ହୋଇଯାଇଛି। ସିଟି ହସ୍ପିଟାଲ ପରିସରରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ(ସିଡିଏମ୍ପିଏଚଓ) ଡା. ବିଜୟ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ…
ପୋଲିଓ, ଟିକାକରଣର ଶୁଭାରମ୍ଭ କଲେ ଜିଲାପାଳ
ବରଗଡ଼ ଅଫିସ, ୧୯।୧: ବରଗଡ଼ ଜିଲାରେ ରବିବାର ପୋଲିଓ ଟିକାକରଣ ଚାଲିଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜିଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୮ଟାରେ ଜଣେ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହାର ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ ସମୟରେ ଜିଲା ମୁଖ୍ୟ ଡାକ୍ତରଖାନାର…
ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର
ବାଲେଶ୍ୱର ଅଫିସ,୧୯।୧: ବାଲେଶ୍ୱର ଷ୍ଟେଶନ ପାଖ ଅଡ଼ର ବଜାର ନିକଟ ରେଳ ଧାରଣାରୁ ରବିବାର ସକାଳେ ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ସିଙ୍ଗଳା ଥାନା ଅଞ୍ଚଳର ସୁରୂପା ମହାନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।…
ଗଛରେ ପିଟିହେଲା ଟ୍ୟାଙ୍କର
ମାଧପୁର,୧୯।୧(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲିକ ବ୍ଲକ ଅନ୍ତର୍ଗତ ଲାଉପାଳ ଭଗାମୁଣ୍ଡା ଛକ ନିକଟ ଶନିବାର ବିଳମ୍ବିତ ରାତିରେ ଏକ ଆମ୍ବଗଛରେ ଟ୍ୟାଙ୍କର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଇଛି। ସୂଚନାଯୋଗ୍ୟ, ଗାଡ଼ିଟି ବୌଦ୍ଧରୁ ଆଠମଲିକ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛରେ…
ମୁଖ୍ୟ ଚିକିତ୍ସାଳୟରେ ସୁଧୁରୁନି ସ୍ବାସ୍ଥ୍ୟସେବା: ଫନୀ ପରଠାରୁ ଲିଫ୍ଟ ଅଚଳ, ନିୟମିତ ହେଉନି ସଫେଇ
ପୁରୀ ଅଫିସ,୧୯ା୧: ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ମାତ୍ର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍)ରେ ଏହାର କୌଣସି ପ୍ରଭାବ ପଡୁ ନ ଥିବା ଜଣାପଡ଼ିଛି। ରୋଗୀ ସମସ୍ୟାଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ଅବହେଳା…
ଆଜି ଡଲ୍ଫିନ ଗଣନା
ପୁରୀ ଅଫିସ, ୧୯ା୧: ପୁରୀ ବିନ୍ୟପ୍ରାଣୀ ଡିଭିଜନରେ ରବିବାର ଡଲ୍ଫିନ ଗଣନା ହେବ। ସକାଳେ ଏହି ଗଣନା କରାଯିବା ଲାଗି ସମସ୍ତ ପ୍ରସ୍ତୁତି ସରିଛି। କିନ୍ତୁ ଗତ କିଛିଦିନ ହେବ ଘନ କୁହୁଡ଼ି ରହୁଛି। ତେଣୁ କୁହୁଡ଼ି ଛାଡ଼ିିବା ପରେ ଗଣନା…
ସାଇକେଲ ଚଲାନ୍ତୁ, ସୁସ୍ଥ ରୁହନ୍ତୁ
ପୁରୀ ଅଫିସ,୧୯ା୧: ସତ୍ୟବାଦୀ ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ ଏବଂ ନେହେରୁ ଯୁବକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଏକ ସାଇକେଲ ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ସୁରଜମଲ୍ଲ ଶାହା କଲେଜ, ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ପିକେଡିଏ ଛକରୁ…
ଗାନ୍ଧୀ ପାର୍କରେ ଦୁଇଦିନିଆ ପୁଷ୍ପ ପ୍ରଦର୍ଶନୀ ଆରମ୍ଭ, ଆକର୍ଷଣୀୟ ଫୁଲର ସମ୍ଭାର
ପୁରୀ ଅଫିସ, ୧୯ା୧: ଭଳିକି ଭଳି ଫୁଲର ସମ୍ଭାରରେ ବେଶ୍ ଆକର୍ଷଣୀୟ ଲାଗୁଛି ଗାନ୍ଧୀ ପାର୍କ। ପାର୍କକୁ ଯେଉଁମାନେ ବୁଲି ଆସିଥିଲେ ସେମାନେ ରଙ୍ଗ ବେରଙ୍ଗର ଫୁଲ ଦେଖି ଅଟକି ଯାଉଥିଲେ। କେହି କେହି ଫୁଲଗୁଡ଼ିକୁ ନିରିଖେଇ ତା’ର ସୌନ୍ଦର୍ଯ୍ୟକୁ ଉପଭୋଗ…
ଚନ୍ଦ୍ରଭାଗା ବେଳାଭୂମି ବୁଲିଲେ ମୁଖ୍ୟ ଶାସନ ସଚିବ
କୋଣାର୍କ,୧୯ା୧(ଡି.ଏନ.ଏ): କୋଣାର୍କ ନିକଟରେ ଚାଲିଥିବା ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଉତ୍ସବସ୍ଥଳରେ ଶନିବାର ବରିଷ୍ଠ ଅଧିକାରୀମାନଙ୍କର ବୈଠକ ହୋଇଛି। ଏଥିରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ସମେତ ବହୁ ଆଇଏଏସ୍ ଅଧିକାରୀମାନେ ଯୋଗଦେଇଥିଲେ। ଏହି ଅବସରରେ ସକାଳ ୭ଟାରେ…

