କଲେଜ ବାର୍ଷିକ ଉତ୍ସବକୁ ନେଇ ଛାତ୍ର ଗୋଷ୍ଠୀ ଛକାପଞ୍ଝା

ନାଉଗାଁ,୧୮ା୨(ସ୍ବ.ପ୍ର.): ନାଉଗାଁ ବ୍ଲକ ଅଧୀନ ଶ୍ରୀଜଗନ୍ନାଥ କଲେଜ ବାର୍ଷିକ ଉତ୍ସବକୁ ନେଇ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଗୋଟିଏ ଛାତ୍ର ଗୋଷ୍ଠୀ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତ ଚଳାଇଥିବା ବେଳେ ଅନ୍ୟ ଗୋଷ୍ଠୀ ଉତ୍ସବ ବନ୍ଦ କରିବାକୁ ଦାବିକରି ଅଧ୍ୟକ୍ଷଙ୍କ ଫାଟକ ସମ୍ମୁଖରେ ସୋମବାର ଧାରଣାରେ ବସିଥିଲେ। ଦୀର୍ଘ ସମୟ ଧରାଣାରେ ବସିବାପରେ ଅପରାହ୍ନରେ ଘଟଣାସ୍ଥଳକୁ ନାଉଗାଁ ଥାନାଧିକାରୀ ଗୋବର୍ଦ୍ଧନ ସାହୁ ପହଞ୍ଚତ୍ ଛାତ୍ରମାନଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ଛାତ୍ରମାନେ ଧାରଣାରୁ ଓହରି ଯାଇଥିଲେ। ଉତ୍ସବ ନ କରିବାପାଇଁ ଛାତ୍ର ବିକାଶ ନାୟକ, ସ୍ମୃତିରଞ୍ଜନ ଜେନା, ବୁଲୁ ସ୍ବାଇଁ, ଅମନଦୀପ ରାଉତ, ହିରଣ୍ୟ ଜେନା ପ୍ରମୁଖ ଲିଖିତ ଭାବେ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ସରକାରଙ୍କ ନିୟମାନୁସାରେ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ଜାନୁୟାରୀ ପ୍ରଥମ କିମ୍ବା ୨ୟ ସପ୍ତାହରେ ହେବା କଥା। କିନ୍ତୁ ଏହି ସମୟରେ କରା ନ ଯାଇ ଅଧ୍ୟକ୍ଷ ଅସଦ ଉପାୟରେ ବର୍ତ୍ତମାନ ଉତ୍ସବ କରିବାପାଇଁ ଯୋଜନା କରୁଛନ୍ତି। ଛାତ୍ରୀଛାତ୍ରଙ୍କ ପରୀକ୍ଷା ଅଳ୍ପ ଦିନ ଥିବା ବେଳେ କିପରି ଉତ୍ସବ ଆୟୋଜନ କରାଯାଉଛି। ତେଣୁ ଉତ୍ସବକୁ ବନ୍ଦ କରିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି। ଅଧ୍ୟକ୍ଷ କଲେଜ କାର୍ଯ୍ୟରେ ବାହାରକୁ ଯାଇଥିବାରୁ ଛାତ୍ରମାନେ ଫାଟକ ନିକଟରେ ବସି ରହିଥିଲେ। ଏ ସମ୍ପର୍କରେ ଥାନାଧିକାରୀ ସାହୁଙ୍କୁ ପଚାରିବାରେ ସେ କହିଥିଲେ, ଆସନ୍ତା ୧୯ ତାରିଖରେ ଛାତ୍ରୀଛାତ୍ର ଓ ଅଧ୍ୟକ୍ଷ ବସି ଉତ୍ସବ ବିଷୟରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେବା ପରେ ପିଲାମାନେ ଧାରଣାରୁ ଓହରି ଯାଇଛନ୍ତି।
ସୂଚନାଯୋଗ୍ୟ, ଉତ୍ସବ ଆୟୋଜନ ନିମନ୍ତେ ଅନୁମତି ପାଇଁ ଯୁକ୍ତ ୩ ଓ ଯୁକ୍ତ ୨ର ଛାତ୍ରୀଛାତ୍ର କାଜଲ ସ୍ବାଇଁ, ଦୀପିକା ଲେଙ୍କା, ସ୍ବର୍ଣ୍ଣପ୍ରଭା ପରିଡା, କାବେରୀ ସ୍ବାଇଁ, ରଚନା ପ୍ରଧାନ, ମାନସୀ ମଲିକ, ସରୋଜ ଦାସ, ସୁଧୀର ଦାସ ଅଧ୍ୟକ୍ଷଙ୍କୁ ଗତ ଶନିବାର ଲିଖିତ ଭାବେ ଜଣାଇଥିଲେ। ସେହିପରି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କିଛି ଛାତ୍ରୀଛାତ୍ର ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଗତ ଶୁକ୍ରବାର ଲିଖିତଭାବେ ଜଣାଇଥିଲେ। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ଡ. ଚାଇନା ପ୍ରଧାନଙ୍କୁ ପଚାରିବାରେ କଲେଜ ଗଭର୍ନିଂ ବଡିର ପ୍ରେସିଡେଣ୍ଟ ଉପଜିଲାପାଳ ରହିଛନ୍ତି। ତେଣୁ ଉପଜିଲାପାଳଙ୍କ ସହ ଆଲୋଚନା କରାଯାଇ ଯାହା ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri