ଅକାମୀ ହୋଇଛି ଓଡ଼ିଶାର ଏକମାତ୍ର ଇଏସ୍‌ଟି ସେଲ୍‌

ବ୍ରହ୍ମପୁର ଅଫିସ,୧୮ା୨ – ଛାତ୍ରୀଛାତ୍ରଙ୍କ ଗବେଷଣାଗତ ବିକାଶ ଏବଂ ରୋଜଗାର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଭାରତ ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଥିଲା ଓସେନ ଆଣ୍ଡ ଆଟମୋସ୍ପେରିକ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସେଲ୍‌। ପରେ ଏହାକୁ ଆର୍ଥ ସାଇନ୍ସ ଆଣ୍ଡ ଟେକ୍ନଲୋଜି (ଇଏସ୍‌ଟି) ସେଲ୍‌ ଭାବେ ନାମିତ କରାଗଲା। ଏହି ସେଲ୍‌ ଦ୍ୱାରା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ଅନ୍ୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଗବେଷିକା ଗବେଷକ, ଛାତ୍ରୀଛାତ୍ରମାନଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରୁଥିଲା ।
ହେଲେ ବର୍ତ୍ତମାନ ଏହା ଅକାମୀ ହୋଇପଡିଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଇଏସ୍‌ଟି ସେଲ୍‌ ଜରିଆରେ ଆସୁଥିବା ପ୍ରକଳ୍ପ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଛି । ତେଣୁ ଏହାକୁ ବନ୍ଦ କରିବାକୁ ସରକାରଙ୍କ ନିକଟକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିଠି ପଠାଯାଉଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏଥିରେ ପୂର୍ବରୁ କାର୍ଯ୍ୟ କରି ଆସୁଥିବା କର୍ମଚାରୀଙ୍କୁ ପୁନଃ ଥଇଥାନ ତଥା ବକେୟା ଦରମା ପ୍ରଦାନରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ବିଗତ ଦିନରେ ଆସିଥିବା ଅନୁଦାନକୁ ବିନା ବିନିଯୋଗରେ ଫେରସ୍ତ କରାଯାଉଥିବା ବେଳେ କର୍ମଚାରୀଙ୍କୁ ଅଣଦେଖା କରାଯିବା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତରରେ ଅଧ୍ୟୟନରତ ତଥା ଗବେଷଣାରତ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୧୯୯୮ରେ ଭାରତ ସରକାରଙ୍କ ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓସେନ ଆଣ୍ଡ ଆଟମୋସ୍ପୋରିକ ସାଇନ୍ସ ଆଣ୍ଡ ଟେକ୍ନିକାଲ ସେଲ୍‌ ଶୁଭାରମ୍ଭ ହୋଇଥିଲା ।
ତତ୍କାଳୀନ କୁଳପତି ପ୍ରଫେସର ବିଜୟ ସାହୁଙ୍କ ପ୍ରଚେଷ୍ଟା ବଳରେ ଏହା ସମ୍ଭବ ହୋଇପାରିଥିଲା । ମେରାଇନ୍‌ ସାଇନ୍ସ ବିଭାଗର ପ୍ରଫେସରଙ୍କୁ ଏହାର ପରିଚାଳିକ ଦାୟିତ୍ୱ ପ୍ରଦାନ କରାଯାଇଥିଲା  ପରିଚାଳନା ନେଇ ୨ ଜଣ ପ୍ରଜେକ୍ଟ ଆସିଷ୍ଟାଣ୍ଟ, ଜଣେ ଆଟେଣ୍ଡରଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହି ସେଲ୍‌ ଆରମ୍ଭ ପରେ ଏହାଦ୍ୱାରା କେନ୍ଦ୍ର ସରକାରଙ୍କଠାରୁ ଆସୁଥିବା ପ୍ରକଳ୍ପଗୁଡିକରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ସମେତ ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଓ ଗବେଷିକା ଗବେଷକ ଭାବେ ନିଯୁକ୍ତି ସୁଯୋଗ ପାଇବା ସହ ରୋଜଗାରକ୍ଷମ ହୋଇ ପାରୁଥିଲେ ।
ବିଶେଷ କରି ମେରାଇନ ସାଇନ୍ସ, ଲାଇଫ ସାଇନ୍ସ, ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ରୀଛାତ୍ରମାନଙ୍କ ପାଇଁ ଏହି ସେଲ୍‌ ନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି କରିଥିଲା ।
ପରେ କେତେଜଣ ଅଧିକାରୀଙ୍କ ଅବହେଳା ଯୋଗୁ ଏହି ସେଲ ୪/୫ ବର୍ଷ ହେଲା ଅକାମୀ ହୋଇଯାଇଛି ।
ସୂଚନା ପ୍ରକାରେ, ୨୦୦୮ରେ ପ୍ରକଳ୍ପ କାର୍ଯ୍ୟ ତଥା ସେଲ୍‌ର ବିକାଶ ପାଇଁ ୧ କୋଟି ୨୯ ଲକ୍ଷ ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଦାନ ଆସିଥିଲା। ପରବର୍ତ୍ତୀ ସମୟରେ ଏହି ଅନୁଦାନର ଉପଯୁକ୍ତ ବିନିଯୋଗ କରାଯାଇପାରି ନ ଥିବା ଦର୍ଶାଇ ତାହାକୁ ଫେରସ୍ତ କରାଗଲା । ୨୦୧୦ରେ ଏହି ଟଙ୍କାର ସୁଧ ସହ ମୋଟ ୧ କୋଟି ୩୫ ଲକ୍ଷ ଟଙ୍କା ସରକାରଙ୍କୁ ଇଏସ୍‌ଟି ସେଲ ପକ୍ଷରୁ ଫେରସ୍ତ କରାଯାଇଥିଲା ।
କିନ୍ତୁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯାଇ ନ ଥିଲା । ଏହାପରଠାରୁ ସେଲ୍‌ ଏକ ପ୍ରକାର ଅକାମୀ ହେବା ଆରମ୍ଭ କରିଥିଲା । ଏପରିକି ୨୦୦୬ରେ ଏହି ସେଲ୍‌ ଅଧୀନରେ ଆରମ୍ଭ ହୋଇଥିବା ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ଜିଓ ଫିଜିକ୍ସ ବିଭାଗକୁ ମଧ୍ୟ ୨୦୧୨ରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା ।  ପରେ ୨୦୧୭ ପରଠାରୁ ଏହି ସେଲର କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଛି ।
ବର୍ତ୍ତମାନ ସୁଦ୍ଧା ୨୦୧୨ ପରଠାରୁ ଏଥିରେ କାର୍ଯ୍ୟରତ ଆଟେଣ୍ଡର ଓ ପ୍ରୋଜେକ୍ଟ ଆସିଷ୍ଟାଣ୍ଟଙ୍କୁ ଦରମା ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଦୀର୍ଘ ବର୍ଷ ଧରି ସରକାରଙ୍କ ପକ୍ଷରୁ ଅନୁଦାନ ବନ୍ଦ କାରଣରୁ ଏହି ସେଲ୍‌କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ପୂର୍ଣ୍ଣ ଉଠାଇ ଦେବାକୁ ମଧ୍ୟ ଚିଠି ପଠାଯାଇଥିବା ବିଶ୍ୱବିଦ୍ୟାଳୟ କୁଳପତି ଗୋବିନ୍ଦ ଜେ. ଚକ୍ରପାଣି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି ଗୃହ ନିର୍ମାଣ ବିବାଦ: ୨୧ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ସିଡିପିଓ

ଭଞ୍ଜନଗର, ୧୧।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଜଗନ୍ନାଥପ୍ରସାଦ ବ୍ଲକ ରାଉତି ପଞ୍ଚାୟତରେ ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣକୁ ନେଇ ଚାଲିଥିବା ବିବାଦ…

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଗାଧୋଇବାକୁ ଯାଇ ଫେରିଲେନି ଯୁବକ, ପାଣିରୁ ମୃତଦେହ କାଢ଼ି…

ଖଲ୍ଲିକୋଟ,୧୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଦୋଳା ପୋଖରୀରେ ବୁଡ଼ି ଜଣେ…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ପାଟପୁରରେ ବୁଲା କୁକୁରଙ୍କ ଆତଙ୍କ: ବ୍ରହ୍ମପୁର ବିଏମସି ପକ୍ଷରୁ କୁକୁର ଧରା ଅଭିଯାନ, ୯ ବୁଲା କୁକୁରଙ୍କୁ ଉଠାଇନେଲେ…

ଦିଗପହଣ୍ଡି,୧୦|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର, ମହାନାଳା,  ଜୟନଗର, ରାଧାଦେଇପୁର,ପଳାଶପୁର ପ୍ରଭୃତି ବିଭିନ୍ନ ଗ୍ରାମରେ ଗତ ପ୍ରାୟ ୩ ମାସ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri