ଭୋଗରାଇ କଲେଜରେ ତାଲା

ଭୋଗରାଇ, ୧୮।୨(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ର୍ରତିଷ୍ଠାନ (ଆର୍‌ଆଇଏଚ୍‌ଏସ୍‌) ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ନାଟ୍ୟ ସଂସଦ ବାର୍ଷିକ ଉତ୍ସବରେ ଓଲିଉଡ଼ର ନାମୀଦାମୀ ଷ୍ଟାର ଏବଂ ଆଧୁନିକ କଣ୍ଠଶିଳ୍ପୀ ଆଣିବା ଦାବି କରି ସୋମବାର ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ନାରାବାଜି ପ୍ରଦର୍ଶନ କରିଥିଲେ। ଛାତ୍ରୀଛାତ୍ରଙ୍କ ଏହି ଦାବି ଓ ନାରାବାଜି ପ୍ରଦର୍ଶନରେ ମହାବିଦ୍ୟାଳୟର ପାଠ ପଢ଼ା ବ୍ୟାହତ ହୋଇଥିବା ବେଳେ ବାହାର ଓ ଭିତରକୁ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀଙ୍କୁ ଛାଡ଼ି ନ ଥିଲେ।
ଭୋଗରାଇର ପ୍ରମୁଖ ଏହି ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ଆସନ୍ତା ୨୩ ତାରିଖରେ ଧାର୍ଯ୍ୟ କରାଯାଇଥିବା ବେଳେ ସେହିଦିନ ନାଟ୍ୟ ସଂସଦର ବାର୍ଷିକ ଉତ୍ସବ ନିମନ୍ତେ ସ୍ଥିର କରାଯାଇଛି। ନାଟ୍ୟ ସଂସଦ ବାର୍ଷିକ ଉତ୍ସବରେ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଓ ଏହି ଅଞ୍ଚଳର କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦ୍ୱାରା ନିମନ୍ତ୍ରଣ ପତ୍ର ଛପାଯାଇଛି। ଏହାକୁ ଛାତ୍ରୀଛାତ୍ରମାନେ ବିରୋଧ କରିଥିଲେ। ଛାତ୍ରୀଛାତ୍ରମାନେ ଓଲିଉଡ଼ର ନାମୀଦାମୀ କଳାକାର ସହିତ ଆଧୁନିକ କଣ୍ଠଶିଳ୍ପୀମାନଙ୍କୁ ଆଣିବା ପାଇଁ ଅଡ଼ି ବସିବାରୁ ପରିସ୍ଥିତି ଜଟିଳ ହୋଇଥିଲା। ନାଟ୍ୟ ସଂସଦରେ ମାତ୍ର ୭୦ହଜାର ଟଙ୍କା ଖର୍ଚ୍ଚ ପାଇଁ ମଞ୍ଜୁର ଥିବାବେଳେ ଓଲିଉଡ଼ ତାରକା ଓ କଣ୍ଠଶିଳ୍ପୀଙ୍କୁ ଆଣିବା ନିମନ୍ତେ ଲକ୍ଷାଧିକ ଟଙ୍କା ଆବଶ୍ୟକ ହେଉଥିବାରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ରାଜି ହେଉ ନ ଥିଲେ। ତେବେ ସୋମବାର ଛାତ୍ରୀଛାତ୍ରଙ୍କ ଜିଦ୍‌ ଓ ନାରାବାଜି ପ୍ରଦର୍ଶନ ଯୋଗୁ ମହାବିଦ୍ୟାଳୟ ଅଶାନ୍ତ ହୋଇପଡ଼ିଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶୀଲ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକମାନେ ଛାତ୍ରୀଛାତ୍ରଙ୍କ ସହିତ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇ ବାଲେଶ୍ୱରର ଖ୍ୟାତନାମା କଣ୍ଠଶିଳ୍ପୀ ଓ ନର୍ତ୍ତକୀ-ନର୍ତ୍ତକଙ୍କୁ ଆଣିବାକୁ ରାଜି ହେବାରୁ ଛାତ୍ରୀଛାତ୍ରମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri