ସରକାରୀ ପ୍ରୋତ୍ସାହନ ନାହିଁ: ଦୁର୍ଦ୍ଦିନରେ ୭୦ ଚାଷୀ ପରିବାର

ଖଇରା, ୧୮।୨(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ନୂଆଗାଁ ପଞ୍ଚାୟତ ସଇଁ ଗ୍ରାମ ସବୁଜ ପନିପରିବା ଚାଷ ପାଇଁ ବେଶ୍‌ ଜଣାଶୁଣା। ଥରେ ଯଦି କେହି ଏହି ଗ୍ରାମକୁ ଆସେ ଏକର ଏକର ଜମିରେ ସବୁଜିମା ଦୃଶ୍ୟ ଉପରୁ ତା’ର ନଜର ହଟେନି। ସକାଳୁ ସଞ୍ଜ ପର୍ଯ୍ୟନ୍ତ ଚାଷୀମାନେ ନିଜ ଜମିରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳେ। ଗ୍ରାମର ୯୫ଭାଗ ପରିବାର ପରିବା ଚାଷକୁ କୌଳିକ ବ୍ୟବସାୟ ରୂପେ ଗ୍ରହଣ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଗ୍ରାମର ଚାଷୀମାନେ ରାସାୟନିକ ସାର, କୀଟନାଶକ ବଦଳରେ ଜୈବିକ ପଦ୍ଧତି ଉପରେ ଗୁରୁତ୍ୱ ଦିଅନ୍ତି। ଏବେ ସରକାରଙ୍କ ପକ୍ଷରୁ ଚାଷ ପାଇଁ ବିଭିନ୍ନ ସୁବିଧା ସୁଯୋଗ ମିଳୁଥିଲେ ମଧ୍ୟ ଏହି ଗ୍ରାମର ଚାଷୀମାନେ ଏଥିରୁ ବଞ୍ଚିତ ରହିଛନ୍ତି। ସରକାରୀ ପ୍ରୋତ୍ସାହନ ଅଭାବରୁ ଧୀରେ ଧୀରେ ସେମାନେ ବୀତସ୍ପୃହ ହୋଇପଡୁଛନ୍ତି।
ଗ୍ରାମର ୭୦ରୁ ଊର୍ଦ୍ଧ୍ୱ ପରିବାର ରବି ଋତୁରେ ପରିବା ଚାଷ କରିଥାନ୍ତି। ଅକ୍ଟୋବରରୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଏମାନେ ବାଲେଶ୍ୱର ଭଦ୍ରକ ଓ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନକୁ ପରିବା ଯୋଗାଇଥାନ୍ତି। ବହୁ ଉଚ୍ଚ ଶିକ୍ଷିତ ବ୍ୟକ୍ତି ମଧ୍ୟ ଚାକିରି ପଛରେ ନ ଗୋଡାଇ ଚାଷକୁ ଜୀବିକା ଭାବେ ଗ୍ରହଣ କରିଛନ୍ତି। କୋବିଠାରୁ ଆରମ୍ଭକରି ବାଇଗଣ, ଭେଣ୍ଡି, କଲରା, କାକୁଡି, ବିଲାତି, ଲଙ୍କା ବହୁଳ ଭାବେ କରାଯାଉଥିବା ବେଳେ ଏବେ କେତେଜଣ ଆଖୁଚାଷ କରିବା ଆରମ୍ଭ କରିଛନ୍ତି। ଦୀନବନ୍ଧୁ ସାହୁ, ସୁଦର୍ଶନ ରାଉଳ, ହରେକୃଷ୍ଣ ରାଉଳ, ଗୋଲକ ରାଉଳ, ଜଗବନ୍ଧୁ ରାଉଳ, ଅମୂଲ୍ୟ ସାମଲ, ଜିତେନ୍ଦ୍ର ରାଉତ, ରମାକାନ୍ତ ମହଲା, ନବ କିଶୋର ସାହୁ, ଶଙ୍କର୍ଷଣ ମହାପାତ୍ର, ଚକ୍ରଧର ରାଉତ, ଗୌରାଙ୍ଗ ସେଣ୍ଡ, ମୁକୁନ୍ଦ ସେଣ୍ଡ, ଶ୍ରୀକାନ୍ତ ରାଉତ, ଜଗନ୍ନାଥ ରାଉତଙ୍କ ପାଇଁ ଏହି ଗ୍ରାମ ଆଖପାଖ ଅଞ୍ଚଳରେ ଚାଷୀଙ୍କ ଗ୍ରାମ ଭାବେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। ହେଲେ ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ରବିଋତୁରେ ମଧ୍ୟ ବର୍ଷା ଦାଉ ସାଧୁଛି। ଅକାଳରେ ବହୁ ପରିମାଣର ଫସଲ ନଷ୍ଟ ହୋଇଯାଉଛି। କୌଣସି କ୍ଷତିଭରଣା ହୋଇପାରୁନାହିଁ ବୋଲି ଗ୍ରାମର ଚାଷୀ ହରେକୃଷ୍ଣ ରାଉଳ କହିଛନ୍ତି। ବହୁ ଚାଷୀଙ୍କ ଗ୍ରାମ ଦେଇ କେନାଲ ଯାଇଥିଲେ ମଧ୍ୟ ପାଣି ମାଡୁ ନ ଥିବାରୁ ଏହାର ସୁଫଳ ମିଳୁପାରୁନାହିଁ। ୩ ବର୍ଷ ତଳେ କେତେକ ଅଧିକାରୀ ଗ୍ରାମକୁ ଆସି ଏକ ପରିବା ସଂରକ୍ଷଣ କେନ୍ଦ୍ର ଖୋଲି ଦେଇ ଯାଇଥିଲେ। ତାହା ଏବେ ଅକାମୀ ହୋଇପଡିଛି। ଅତ୍ୟାଧୁନିକ ସରଞ୍ଜାମ ଓ ଚାଷ ପ୍ରଣାଳୀ ବିଷୟରେ ଚାଷୀମାନେ ରେଡିଓ ଟିଭି ଦେଖି ଓ ଖବରକାଗଜ ପଢି କୃଷି ପଦ୍ଧତିକୁ ଅନୁସରଣ କରିଥାନ୍ତି। ଦିନେ ହେଲେ କୌଣସି କୃଷି ଅଧିକାରୀ କେବେ ଗ୍ରାମକୁ ଆସି ବୁଝାଇନାହାନ୍ତି ବୋଲି ପ୍ରଥମେ ଚାଷ ଆରମ୍ଭ କରିଥିବା ସବୁଠାରୁ ପୁରୁଣା ଓ ବଡ ଚାଷୀ ଦୀନବନ୍ଧୁ ସାହୁ କହିଛନ୍ତି। ଉଦ୍ୟାନ ବିଭାଗ ତରଫରୁ ଚାଷ ଜମିକୁ ମଝିରେ ମଝିରେ ସମାନୁପାତରେ ପାଣି ମାଡିବା ପାଇଁ ପାଇପ ବ୍ୟବସ୍ଥା କରାଯାଇଥିଲା। ହେଲେ ଠିକାଦାରଙ୍କ ନିମ୍ନମାନର କାମ ଯୋଗୁ ଅଳ୍ପଦିନରେ ତାହା ନଷ୍ଟ ହୋଇଗଲା ବୋଲି ସାହୁ ଉଲ୍ଲେଖ କରିଛନ୍ତି। ସରକାର ଯଦି ଶୀତଳଭଣ୍ଡାର ସୁବିଧା କରିପାରନ୍ତେ ତେବେ ଏହା ଚାଷ ପାଇଁ ସୁବିଧା ହୁଅନ୍ତା ବୋଲି ଚାଷୀ ନୃସିଂହ ସେଣ୍ଡ କହିଛନ୍ତି। ଅନ୍ୟ ବଜାରଠାରୁ ଏଠାରେ ତଟକା ପରିବା ପୁଣି ଶସ୍ତାରେ ମିଳିପାରୁଛି ବୋଲି ୧୦ବର୍ଷ ଧରି ଏଠାରୁ ପରିବା କିଣିବାକୁ ଆସୁଥିବା ପରିବା ବ୍ୟବସାୟୀ ଲକ୍ଷ୍ମୀଧର ସେଠୀ କହିଛନ୍ତି। ସରକାର ଏହି ଗ୍ରାମର ଚାଷୀଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri